www.samajalive.in
Sunday, December 7, 2025
23.1 C
Bhubaneswar

ପଞ୍ଜାବରୁ ଆସିବ ଆଳୁ

ସମାଜ ଡିଜିଟାଲ ଡେସ୍କ: ରାଜ୍ୟରେ ଆଳୁର ଅଭାବ ଦୂର କରିବା ଲାଗି ରାଜ୍ୟ ସରକାର ପଞ୍ଜାବରୁ ଆଳୁ ଆଣିବାକୁ ଯୋଜନା କରିଛନ୍ତି। ରାଜ୍ୟରେ ଆଳୁର ଆବଶ୍ୟକତା ମେଣ୍ଟାଇବା ପାଇଁ ବର୍ତ୍ତମାନ ଉତ୍ତର ପ୍ରଦେଶରୁ ଆଳୁ ଅଣାଯାଉଛି। ଦରକାର ପଡ଼ିଲେ ପଞ୍ଜାବରୁ ଆଳୁ ଆସିବ ବୋଲି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୋମବାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ପୂର୍ବରୁ ପଶ୍ଚିମବଙ୍ଗ ଆଳୁ ଉପରେ ଓଡ଼ିଶା ନିର୍ଭର କରୁଥିଲା। ହେଲେ ନିକଟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓଡ଼ିଶାକୁ ଆଳୁ ଯୋଗାଣ ବନ୍ଦ କରିଦେବା ପରେ ରାଜ୍ୟରେ ଆଳୁ ଦର ୬୦ ଟଙ୍କା ଛୁଇଁଥିଲା, ଯାହାକୁ ନେଇ ରାଜ୍ୟବାସୀଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖାଦେଇଥିଲା। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଉତ୍ତରପ୍ରଦେଶରୁ ଆଳୁ ଆଣିବାକୁ ଘୋଷଣା କରିଥିଲେ। ଉତ୍ତରପ୍ରଦେଶ ଆଳୁ ଏବେ ଓଡ଼ିଶା ବଜାରରେ ଉପଲବ୍ଧ ହୋଇଛି। ଯାହାଫଳରେ ଆଳୁ ଦର ହ୍ରାସ ପାଇ ୩୫ରୁ ୩୬ ଟଙ୍କା ମଧ୍ୟରେ ରହିଛି। ହେଲେ ଉତ୍ତର ପ୍ରଦେଶ ଆଳୁ ଶୀଘ୍ର ପଚି ଯାଉଥିବା ନେଇ ଅଭିଯୋଗ ଆସିବା ପରେ ଯୋଗାଣ ମନ୍ତ୍ରୀ ତାହାକୁ ଖଣ୍ଡନ କରିଛନ୍ତି। ଏହା ସହିତ ଆବଶ୍ୟକ ପଡ଼ିଲେ ପଞ୍ଜାବରୁ ଆଳୁ ଆସିବ ବୋଲି କହିଛନ୍ତି।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories