ସତ୍ୟବାଦୀ ମହୋତ୍ସବର ଦ୍ଵିତୀୟ ସନ୍ଧ୍ୟା, ଆକର୍ଷଣ ସାଜିଲା ଆସାମର ବିହୁ ନୃତ୍ୟ ଓ ପୁରୁଲିଆ ଛଉ ନୃତ୍ୟ

ସାକ୍ଷୀଗୋପାଳ: ସତ୍ୟବାଦୀ ମହୋତ୍ସବର ଦ୍ଵିତୀୟ ସନ୍ଧ୍ୟାରେ ଅତିଥି ରୂପେ ସତ୍ୟବାଦୀର ପୂର୍ବତନ ବିଧାୟକ ପ୍ରସାଦ ହରିଚନ୍ଦନ, ବ୍ରହ୍ମଗିରିର ପୂର୍ବତନ ବିଧାୟକ ସଞ୍ଜୟ ଦାସବର୍ମା, ସତ୍ୟବାଦୀ ଭାଜପା ନେତା ଓମ ପ୍ରକାଶ ମିଶ୍ରଙ୍କ ଦ୍ୱାରା ଆନୁଷ୍ଠାନିକ ଭାବେ ମଞ୍ଚ ଉଦଘାଟନ କରାଯାଇ ଥିଲା। ମହୋତ୍ସବ କମିଟି ପକ୍ଷରୁ ଶିକ୍ଷକ ମୃତୁଞ୍ଜୟ ମହାପାତ୍ର, ବସନ୍ତ ସ୍ୱାଇଁ, ସୁନିଲି କୁମାର ବେହେରା, ସରୋଜ କୁମାର ବେହେରାଙ୍କ ତତ୍ୱବାଧାନ ରେ କରାଯାଇଥିବା ବ୍ଲକ ସ୍ତରୀୟ ନାଚ ଗୀତ ଓ ଅନ୍ୟ ପ୍ରତିଯୋଗିତାରେ କୃତି ଛାତ୍ର ଛାତ୍ରୀ ଓ ଅନୁଷ୍ଠାନ ମାନକୁ ସତ୍ୟବାଦୀ ବ୍ଲକ ଶିକ୍ଷା ଅଧିକାରୀ ଭବମ ପ୍ରଧାନ, ଶିକ୍ଷକ ସତ୍ୟବାଦୀ ଦାସ,ପୂର୍ଣ୍ଣ ଚନ୍ଦ୍ର ମିଶ୍ର, ନବଘନ ଶତପଥି କୃତି ଛାତ୍ର ଛାତ୍ରୀଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରିଥିଲେ।

ଉପସ୍ଥିତ ଅତିଥିମାନଙ୍କ ଦ୍ଵାରା ଅଧ୍ୟାପକ ଡକ୍ଟର ରଶ୍ମିରଞ୍ଜନ ମହାପାତ୍ରଙ୍କ ସମ୍ପାଦନା ଓ ସଙ୍କଳନରେ ପ୍ରକାଶିତ ଅଧ୍ୟାପକ ଚିନ୍ତାମଣି ମିଶ୍ରଙ୍କ ରଚିତ ପୁସ୍ତକ ‘ ସତ୍ୟବାଦୀ ବନବିଦ୍ୟାଳୟର ନୂତନପ୍ରସ୍ଥ ଉନ୍ମୋଚିତ କରାଯାଇଥିଲା। ପରେ ସାଂସ୍କୃତିକ କାର୍ୟ୍ୟକ୍ରମ ହୋଇଥିଲା। ଆଦର୍ଶ ବିଦ୍ୟାଳୟ ସାକ୍ଷୀଗୋପାଳ, ଗୁରୁକୁଳ ବିଦ୍ୟାଳୟ ସାକ୍ଷୀଗୋପାଳ, ଶ୍ୱାସତ କଳାକେନ୍ଦ୍ର ଭୁବନେଶ୍ୱର, ଆସାମର ବିହୁ ନୃତ୍ୟ, ହାନା ଟାଇକୁଣ୍ଡ ଏକାଡେମୀ ସାକ୍ଷୀଗୋପାଳର ସମର କଳା, ସତ୍ୟବାଦୀ ସଙ୍ଗୀତ ମହାବିଦ୍ୟାଳୟ ସଙ୍ଗୀତ ନୃତ୍ୟ, ପୁରୁଲିୟା ଛଉ, ଆଦର୍ଶ ବିଦ୍ୟାଳୟର ଛାତ୍ରୀ ଆଦର୍ଶନୀ ପ୍ରଧାନଙ୍କ ସମ୍ବଲପୁରୀ ନୃତ୍ୟ, ଧେମେଗା ନୃତ୍ୟ ସାଙ୍ଗକୁ ଅନ୍ତରା ଚକ୍ରବର୍ତ୍ତୀଙ୍କ ଓଲିଉଡ ଧମକାରେ ରିମିକ୍ସ ଗୀତ ରେ ମଜି ଯାଇଥିଲେ ଦର୍ଶକ।

Comments are closed.