www.samajalive.in
Sunday, December 14, 2025
19.1 C
Bhubaneswar

ପହଞ୍ଚିଲା ୧.୫ ଲକ୍ଷ କୋଭାକ୍ସିନ୍ ଟିକା, ପୁଣି ଟିକା ଅଭାବ ନେଇ କେନ୍ଦ୍ରକୁ ଚିଠି ଲେଖିଲେ ସ୍ବାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ରାଜଧାନୀରେ ୧୮ରୁ ୪୪ବର୍ଷ ବୟସ୍କଙ୍କ ପାଇଁ ପରୀକ୍ଷାମୂଳକ ଟିକାକରଣ କରାଯିବ। ଏହାସହିତ ହାତଗଣତି କେତେ ଜଣଙ୍କୁ ଟିକା ମଧ୍ୟ ଦିଆଯିବ ବୋଲି ସ୍ବାସ୍ଥ୍ୟବିଭାଗ ଅତିରିକ୍ତ ମୁଖ୍ୟଶାସନ ସଚିବ(ଏସିଏସ୍) ପ୍ରଦୀପ୍ତ କୁମାର ମହାପାତ୍ର ଜଣାଇଛନ୍ତି। ଶ୍ରୀ ମହାପାତ୍ରଙ୍କ ସୂଚନା ଅନୁଯାୟୀ ରାଜ୍ୟ ସରକାରଙ୍କ ଉଦ୍ୟମକ୍ରମେ ଶୁକ୍ରବାର ରାତି ୯ଟାରେ ଦେଢ଼ଲକ୍ଷ କୋଭାକ୍ସିନ୍ ଟିକା ଓଡ଼ିଶାରେ ପହଞ୍ଚିଛି। ଆଜିଠାରୁ ଦୁଇଦିନିଆ ସପ୍ତାହାନ୍ତ ବନ୍ଦ ଥିବାରୁ ଟିକାକରଣ ବନ୍ଦ ରଖାଯାଇଛି। ତେବେ ୩ତାରିଖରୁ କେବଳ ଭୁବନେଶ୍ବର ଅଞ୍ଚଳରେ ଟିକାକରଣ କରାଯିବ। ଯେଉଁ ଯୁବପିଢ଼ି ଟିକା ନେବାପାଇଁ କୋ-ୱିନ୍ ପୋର୍ଟାଲରେ ପଞ୍ଜୀକରଣ କରିଛନ୍ତି ସେମାନଙ୍କୁ ପର୍ଯ୍ୟାୟକ୍ରମେ ଟିକା ଦିଆଯିବ। ଏହି ଟିକା ପାଇଁ ରାଜ୍ୟ ସରକାର ସମସ୍ତ ଅର୍ଥ ବହନ କରିବେ ବୋଲି ସେ କହିଛନ୍ତି।

ରାଜ୍ୟରେ କୋଭାସିଲ୍ଡ ଟିକାର ସ୍ୱଳ୍ପ ଓ ଅନିୟମିତ ଯୋଗାଣ ଯୋଗୁଁ ଟିକାକରଣ କାର୍ଯ୍ୟରେ ଗୁରୁତର ସମସ୍ୟା ଦେଖାଯାଇଛି । ଏହାକୁ ଦୂର କରିବା ପାଇଁ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଡା. ହର୍ଷବର୍ଦ୍ଧନଙ୍କୁ ଚିଠି ଲେଖିଛନ୍ତି। ଏଥିରେ ମନ୍ତ୍ରୀ ଶ୍ରୀ ଦାସ ଟିକା ଯୋଗାଣର ଅନିୟମିତତା ସମ୍ପର୍କରେ ଅବଗତ କରାଇବା ସହିତ ଗୋଟିଏ ଥରରେ କୋଭାସିଲ୍ଡ ଟିକାର ୨୫ ଲକ୍ଷ ପାନ (ଡ଼ୋଜ୍) ଜରୁରୀକାଳୀନ ଭିତ୍ତିରେ ଯୋଗାଇଦେବାକୁ ଅନୁରୋଧ କରିଛନ୍ତି । ଏହାଦ୍ବାରା ୪୫ ରୁ ଅଧିକ ବୟସ ହିତାଧିକାରୀଙ୍କୁ ଠିକ୍ ସମୟରେ ଦ୍ବିତୀୟ ପାନ ଟିକା ଦିଆଯାଇପାରିବ। ଶୁକ୍ରବାର ସୁଦ୍ଧା ରାଜ୍ୟ ୫୩ ଲକ୍ଷ ୩୨ ହଜାର ୮୭୦ କୋଭାସିଲ୍ଡ ଟିକା ପାଇଥିବାବେଳେ ବାକି ୧.୦୬ ଲକ୍ଷ ଡ଼ୋଜ୍ ଟିକାର ପ୍ରଦାନ ପ୍ରକ୍ରିୟା ଜାରି ରହିଛି । ଗତ ୨୦ ତାରିଖରୁ ୨୯ ଏପ୍ରିଲ ମଧ୍ୟରେ ରାଜ୍ୟ ତିନୋଟି ପର୍ଯ୍ୟାୟରେ ୨ ଲକ୍ଷ ୯ ହଜାର କୋଭାସିଲ୍ଡ ଟିକା ପାଇଛି ଯାହାର ପରିମାଣ ରାଜ୍ୟର ଆବଶ୍ୟକତା ଅନୁସାରେ ଏତେ କମ୍ ଯେ ଟିକାକରଣ କାର୍ଯ୍ୟରେ ବାଧା ଉପୁଜିଛି। ଏହି ପରି ଟିକାର ଅନିୟମିତତା ଯୋଗାଣ ଯୋଗୁଁ ରାଜ୍ୟରେ ଦୈନିକ ୧୧୦୦ ଟିକାକରଣ କେନ୍ଦ୍ରରେ ଟିକାକରଣ ସମ୍ଭବ ହେଇପାରୁନାହିଁ।

- Advertisement -

ଅନ୍ୟପକ୍ଷରେ ଏପ୍ରିଲ ୩ତାରିଖରେ ୨ଲକ୍ଷ ୭୧ ହଜାର ଟିକା ଦାନ କରାଯାଇଥିବାବେଳେ ୨୯ ଏପ୍ରିଲରେ ଏହା ମାତ୍ର ୨୭ ହଜାରରେ ସୀମିତ ରହିଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୪୫ରୁ ଅଧିକ ବୟସଙ୍କୁ ୪୩ ଲକ୍ଷ ୩୮ହଜାର ୧୦୬ ଜଣ ହିତାଧିକାରୀଙ୍କୁ ଟିକାର ପ୍ରଥମ ପାନ (ଡ଼ୋଜ) ଦିଆଯାଇ ଥିବାବେଳେ ୨୯ ଏପ୍ରିଲ ୨୦୨୧ ସୁଦ୍ଧା ୫ ଲକ୍ଷ ୪୪ ହଜାର ୫୨୮ଜଣଙ୍କୁ ଦ୍ବିତୀୟ ପାନ ଦିଆଯାଇଅଛି । ଏହାବାଦ୍ ସ୍ବାସ୍ଥ୍ୟକର୍ମୀ ଓ କୋଭିଡ଼ ଯୋଦ୍ଧା ଟିକା ନେଇଛନ୍ତି। ଏବେ ୭ଲକ୍ଷ ୫୨ ହଜାର ୫୯୦ ଜଣ ୪୫ ବର୍ଷରୁ ଉର୍ଦ୍ଧ୍ୱ ହିତାଧିକାରୀଙ୍କୁ କୋଭାସିଲ୍ଡ ଟିକା ଦିଆଯିବ । ଆଜି ସୁଦ୍ଧା ରାଜ୍ୟରେ ୫୮ଲକ୍ଷ ୫୭ହଜାର ୫୩୨ ସଂଖ୍ୟକ ଟିକା କରଣ ହୋଇଛି।

Hot this week

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

Related Articles

Popular Categories