www.samajalive.in
Monday, December 15, 2025
26.1 C
Bhubaneswar

ପିପିଲି ଉପନିର୍ବାଚନ ସ୍ଥଗିତ ରଖିବାକୁ ଉଚ୍ଚନ୍ୟାୟାଳୟରେ ମାମଲା

କଟକ: କରୋନା ସଂକ୍ରମଣ ସ୍ଥିତିରେ ପିପିଲି ଉପନିର୍ବାଚନ ଏବେ ସ୍ଥଗିତ ରଖିବାକୁ ଉଚ୍ଚନ୍ୟାୟାଳୟରେ ଜନସ୍ବାର୍ଥ ମାମଲା ରୁଜୁ ହୋଇଛି। ସମାଜସେବୀ ନାରାୟଣ ଚନ୍ଦ୍ର ଜେନାଙ୍କ ପକ୍ଷରୁ ଦାୟର ଜନସ୍ବାର୍ଥ ମାମଲାରେ ଦର୍ଶାଯାଇଛି ଯେ ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ପରଲୋକ ପରେ ଉପନିର୍ବାଚନ ନେଇ ନିର୍ବାଚନ କମିସନ୍ ବିଜ୍ଞପ୍ତି ପ୍ରକାଶ କରିଥିଲେ। ଏପ୍ରିଲ ୧୭ ତାରିଖରେ ଉପନିର୍ବାଚନ ପାଇଁ ମତଦାନ ହେବ ବୋଲି ଧାର୍ଯ୍ୟ କରାଯାଇଥିବା ବେଳେ ମତଦାନ ତାରିଖର ଦୁଇଦିନ ପୂର୍ବରୁ ଜଣେ ପ୍ରାର୍ଥୀଙ୍କ ମୃତ୍ୟୁ ହୋଇଥିଲା। ଫଳରେ ନିର୍ବାଚନ ସ୍ଥଗିତ ରହିଥିଲା। ପରବର୍ତ୍ତୀ ସମୟରେ ପୁଣି ପିପିଲି ବିଧାନସଭା ଆସନ ଉପନିର୍ବାଚନ ପାଇଁ ସାନି ତାରିଖ ଘୋଷଣା କରାଯାଇଥିଲା। ଉପନିର୍ବାଚନ ପାଇଁ ମତଦାନ ଲାଗି ମେ ୧୬ ତାରିଖ ଧାର୍ଯ୍ୟ କରାଯାଇଥିଲା।

ସମଗ୍ର ନିର୍ବାଚନ ପ୍ରକ୍ରିୟା ମେ ୨୧ ସୁଦ୍ଧା ଶେଷ ହେବ ବୋଲି ଏପ୍ରିଲ ୧୯ରେ ନିର୍ବାଚନ କମିସନଙ୍କ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଥିଲା। କରୋନା ସଂକ୍ରମଣ ରୋକିବାକୁ ସାମାଜିକ ଦୂରତ୍ବ ରକ୍ଷା, ମାସ୍କ ପିନ୍ଧିବା ଓ ଘରେ ରହିବାକୁ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେଇଥିବା ବେଳେ ସରକାର ଏଥି ପାଇଁ ନିୟମାବଳୀ ଜାରି କରିବା ସହିତ ସପ୍ତାହାନ୍ତ ବନ୍ଦ, ରାତ୍ରିକାଳୀନ ବନ୍ଦ ଭଳି କଟକଣା କରିଛନ୍ତି; କିନ୍ତୁ ନିର୍ବାଚନ ସମୟରେ ଏହି ସବୁ ନିୟମ ପାଳନ କରାଯାଉନାହିଁ। ଫଳରେ ନେତା ଓ ସାଧାରଣ ଲୋକଙ୍କ ସହିତ ସରକାରୀ କର୍ମଚାରୀଙ୍କ କରୋନା ଭୂତାଣୁ ସଂକ୍ରମଣରେ ମୃତ୍ୟୁ ହେଉଛି। ସ୍ଥିତିରେ ସୁଧାର ନ ହେବା ପର୍ଯ୍ୟନ୍ତ ପିପିଲି ଉପନିର୍ବାଚନ ବନ୍ଦ ରଖାଯାଉ। କରୋନା ସଂକ୍ରମଣ ସ୍ଥିତି ନିୟନ୍ତ୍ରଣକୁ ଆସିବା ପରେ ପିପିଲି ଉପନିର୍ବାଚନ କରିବାକୁ ନିର୍ଦେଶ ଦିଆଯାଉ ବୋଲି ଆବେଦନକାରୀ ଦର୍ଶାଇଛନ୍ତି।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories