www.samajalive.in
Sunday, December 14, 2025
26.1 C
Bhubaneswar

ସୋମବାରଠୁ ରାଜ୍ୟରେ ୨ଟା ପର୍ଯ୍ୟନ୍ତ ଦୋକାନ ଖୋଲା

ଭୁବନେଶ୍ୱର: ସାରା ରାଜ୍ୟରେ ଏବେ କରୋନା ମହାମାରୀ ଯେଭଳି ଭାବେ ଭୟାନକ ରୂପ ନେଇଛି ତାକୁ ଦୃଷ୍ଟିରେ ରଖି ଏଣିକି ପ୍ରତିଦିନ ସକାଳ ୬ଟାରୁ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ସବୁ ବ୍ୟବସାୟିକ ପ୍ରତିଷ୍ଠାନ ଖୋଲା ରହିବ ବୋଲି ବ୍ୟବସାୟୀ ମହାସଂଘର ସମ୍ପାଦକ ସୁଧାକର ପଣ୍ଡା କହିଛନ୍ତି। ଶ୍ରୀ ପଣ୍ଡାଙ୍କ ସୂଚନା ଅନୁଯାୟୀ ଆଜି ଏନେଇ ସବୁ ସଂଘର ପ୍ରତିନିଧିମାନଙ୍କ ସହିତ ଆଲୋଚନା ହେବ। ଏହାପରେ ସରକାରଙ୍କୁ ନିଷ୍ପତ୍ତି ଜଣାଇ ଦିଆଯିବ। ଆଜିଠାରୁ ସପ୍ତାହନ୍ତା ବନ୍ଦ ପାଇଁ ଶନିବାର ଓ ରବିବାର ବନ୍ଦ ରହୁଛି। ତେଣୁ ଏହି ନିୟମ ୩ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ କାର୍ଯ୍ୟକାରୀ କରିବାକୁ ପ୍ରସ୍ତାବରେ ରହିବ। ଯଦି ଅବସ୍ଥାରେ ସୁଧାର ଆସିବ ତେବେ ପରବର୍ତ୍ତୀ ପର୍ଯ୍ୟାୟରେ ଏହି କଟକଣା ଉଠାଇ ଦିଆଯିବ।

ସେ କହିଛନ୍ତି ଯେ କରୋନା ମହାମାରୀ ପାଇଁ ପ୍ରାୟ ୧୫ମାସ ହେଲାଣି ବେପାର ପତ୍ରନାହିଁ। ଲୋକେ ଏବେ ଘରୁ ଭୟରେ ବାହାରୁ ନାହାନ୍ତି। ତେଣୁ ଏହାକୁ ଦୃଷ୍ଟିରେ ରଖି ସମୟ ଅବଧି କମାଇ ଦିଆଯାଇଛି। ଏହାଦ୍ବାରା ଯେଉଁମାନଙ୍କୁ ସୁହାଇବ ସେମାନେ ଉକ୍ତ ସମୟ ମଧ୍ୟରେ ଆସି ତାଙ୍କର ସାମଗ୍ରୀ କିଣିବେ। ଏହାଦ୍ବାରା ବ୍ୟବସାୟୀ ଭାଇମାନେ ମଧ୍ୟ ସୁରକ୍ଷିତ ରହିବା ସହିତ ସଂକ୍ରମଣକୁ ହ୍ରାସ କରିବାରେ ସହାୟକ ହେବ। ତେବେ ମାଲ୍ ପରିବହନ ଏବଂ ବୋଝେଇ ପ୍ରଭୃତି କାର୍ଯ୍ୟକ୍ରମ ଜାରି ରହିବ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories