www.samajalive.in
Monday, December 15, 2025
16.1 C
Bhubaneswar

୨୦୨୫-୨୬ ପର୍ଯ୍ୟନ୍ତ ରାଜ୍ୟରେ ଖୋଲିବନି ନୂଆ ଓ ବୃତ୍ତିଗତ ଡିଗ୍ରୀ ମହାବିଦ୍ୟାଳୟ

ଭୁବନେଶ୍ୱର: ରାଜ୍ୟରେ ୨୦୨୫-୨୬ ଶିକ୍ଷାବର୍ଷ ପର୍ଯ୍ୟନ୍ତ ନୂଆ ଡିଗ୍ରୀ ଓ ବୃତ୍ତିଗତ(ପ୍ରଫେସନାଲ) ମହାବିଦ୍ୟାଳୟ ଖୋଲିବ ନାହିଁ। ଶିକ୍ଷାନୁଷ୍ଠାନ ଖୋଲିବାକୁ ଉଚ୍ଚଶିକ୍ଷା ବିଭାଗ ଅନୁମତି ପ୍ରଦାନ କରିବନି। ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଅନୁଷ୍ଠିତ ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ବୈଠକରେ ନିଷ୍ପତ୍ତି ନିଆଯାଇଛି।

କୋଭିଡ୍-୧୯ ଯୋଗୁଁ ୨୦୨୦ରେ କମିଟିର ବୈଠକ ହୋଇ ନଥିଲା। ୮ଟି ଶିକ୍ଷାନୁଷ୍ଠାନକୁ ସ୍ଥାୟୀ ମାନ୍ୟତା ପାଇଁ ପ୍ରସ୍ତାବ ଆସିଥିବାବେଳେ ୭ଟିକୁ ଅନୁମୋଦନ କରାଯାଇଛି। ୨୦୨୧-୨୨ରେ ନୂଆ ଡିଗ୍ରୀ ମହାବିଦ୍ୟାଳୟ ଖୋଲିବାକୁ ଅନୁମତି ଦିଆଯିବନି। ଚଳିତ ଶିକ୍ଷାବର୍ଷରେ ନୂଆ ପାଠ୍ୟକ୍ରମ ଖୋଲିବା ନେଇ ମଧ୍ୟ ଆଲୋଚନା କରାଯାଇଛି।

- Advertisement -

ରାଜ୍ୟରେ ଆବଶ୍ୟକୀୟ ଭିତ୍ତିଭୂମି ନ ଥାଇ ଘରୋଇ ମହାବିଦ୍ୟାଳୟ ସଂଖ୍ୟା ବଢିବାରେ ଲାଗିଛି। ଏହାଦ୍ବାରା ବିଦ୍ୟାର୍ଥୀ ଅସୁବିଧା ଭୋଗ କରୁଛନ୍ତି। ଷୁଡେଣ୍ଟ ଏକାଡେମିକ ମ୍ୟାନେଜମେଣ୍ଟ ସିଷ୍ଟମ(ସାମ୍ସ) ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ ବିଗତ ୫ ବର୍ଷ ମଧ୍ୟରେ ମହାବିଦ୍ୟାଳୟକୁ ମିଳିଥିବା ସିଟ୍ ପୂରଣ ହୋଇପାରୁନି। ୨୦୧୬-୧୭ ଶିକ୍ଷାବର୍ଷରେ ୯୧.୨୪% ସିଟ୍ ପୂରଣ ହୋଇଥିବା ବେଳେ ୨୦୨୦-୨୧ ଶିକ୍ଷାବର୍ଷରେ ତାହା ୬୭.୭୮%କୁ କମିଛି। ବ୍ୟବସାୟୀକରଣରୁ ନିବୃତ୍ତ ରହିବାକୁ ବିଭାଗ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି।

ସେହିପରି ନାକ୍ ୨.୦୧ ଗ୍ରେଡ୍/ଏନ୍ଆଇଆରଏଫ୍ର ଶ୍ରେଷ୍ଠ ୨ଶହ ମଧ୍ୟରେ ଥିବା ଶିକ୍ଷାନୁଷ୍ଠାନର ଏକ ତୃତୀୟାଂଶ ପାଠ୍ୟକ୍ରମ ଏନ୍ବିଏ ଅନୁବନ୍ଧିତ ଥିବା କିମ୍ବା ସ୍ବୟଂଶାସିତ ମାନ୍ୟତା ଥିବା ଶିକ୍ଷାନୁଷ୍ଠାନକୁ ନୂଆ ପାଠ୍ୟକ୍ରମ ଖୋଲିବାକୁ ଅନୁମତି ଦିଆଯିବ। ବିଶ୍ବବିଦ୍ୟାଳୟ ଓ ଆଞ୍ଚଳିକ ଶିକ୍ଷା ନିର୍ଦେଶାଳୟର ମିଳିତ ଯାଞ୍ଚ ପରେ ଯାଇ ଅନୁମତି ଦିଆଯିବ। ସିଟ୍ ବୃଦ୍ଧି କ୍ଷେତ୍ରରେ ବି ଏହି ନିୟମ ଲାଗୁ ହେବ। ୨୦୨୦ ଅକ୍ଟୋବର ୧ରୁ ନଭେମ୍ବର ୩୦ ମଧ୍ୟରେ ସ୍ଥାୟୀ ମାନ୍ୟତା ପାଇଁ ୨୨୪ଟି ବେସରକାରୀ କଲେଜ ପାଖରୁ ଉଚ୍ଚଶିକ୍ଷା ବିଭାଗକୁ ଆବେଦନପତ୍ର ଆସିଛି। ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଓ ଆଞ୍ଚଳିକ ଶିକ୍ଷା ନିର୍ଦେଶକଙ୍କ ଦ୍ବାରା ଯାଞ୍ଚ ପରେ ଏଦିଗରେ ପଦକ୍ଷେପ ନିଆଯିବ।

Hot this week

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

Related Articles

Popular Categories