www.samajalive.in
Monday, December 8, 2025
14.1 C
Bhubaneswar

ରାଜ୍ୟରେ ଆଉ ୭୩୦ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ କମୁନି କରୋନା ସଂକ୍ରମଣ । ପ୍ରତ୍ୟେକ ଦିନ ସାରା ରାଜ୍ୟରେ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ।  ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ୭୩୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ  ସଙ୍ଗରୋଧ କେନ୍ଦ୍ରରୁ ୪୨୭ ଓ ସ୍ଥାନୀୟ ସଂକ୍ରମିତ ୩୦୩ଜଣ ଥିବା ସୂଚନା ଦିଆଯାଇଛି । ସେହିପରି ଜନ୍ମରୁ ୧୮ ବର୍ଷ ମଧ୍ୟରେ ଚିହ୍ନଟ ହୋଇଛନ୍ତି ୧୩୦ ଆକ୍ରାନ୍ତ ।

ସୁନ୍ଦରଗଡ଼ରୁ ସର୍ବାଧିକ ୧୫୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଅନୁଗୁଳରୁ ୪, ବାଲେଶ୍ବରରୁ ୮, ବରଗଡ଼ରୁ ୩୭, ଭଦ୍ରକରୁ ୩, ବଲାଙ୍ଗୀରରୁ ୧୭, ବୌଦ୍ଧରୁ ୩, କଟକରୁ ୧୮, ଦେବଗଡ଼ରୁ ୬, ଗଜପତିରୁ ୬ ଓ ଗଞ୍ଜାମରୁ ୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଜଗତସିଂହପୁରରୁ ୪, ଯାଜପୁରରୁ ୧୫, ଝାରସୁଗୁଡ଼ାରୁ ୧୨, କଳାହାଣ୍ଡିରୁ ୩୪, କନ୍ଧମାଳରୁ ୧୬, କେନ୍ଦ୍ରାପଡ଼ାରୁ ୫, କେନ୍ଦୁଝରରୁ ୮, ଖୋର୍ଦ୍ଧାରୁ ୯୬, କୋରାପୁଟରୁ ୯, ମୟୂରଭଞ୍ଜରୁ ୫୯, ନବରଙ୍ଗପୁରରୁ ୨୫, ନୟାଗଡ଼ରୁ ୧୩, ନୂଆପଡ଼ାରୁ ୧୫, ପୁରୀରୁ ୩, ରାୟଗଡ଼ାରୁ ୨୮, ସମ୍ବଲପୁରରୁ ୮୮, ସୋନପୁରରୁ ୧୨ ଓ ଷ୍ଟେଟପୁଲରୁ ୨୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

- Advertisement -

ଅନ୍ୟପଟେ ସଂକ୍ରମଣ ତୁଳନାରେ ରାଜ୍ୟରେ ବଢ଼ୁଛି ସୁସ୍ଥତା ସଂଖ୍ୟା । ଗୋଟିଏ ଦିନରେ ରାଜ୍ୟରେ କରୋନାରୁ ଆଉ ୮୮୨ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ସେହିପରି ଆଜିର ସଂକ୍ରମଣକୁ ମିଶାଇ ରାଜ୍ୟରେ ମୋଟ୍‌ କରୋନା ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୫ହଜାର ୮୫୧ ରହିଛି ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories