www.samajalive.in
Sunday, December 7, 2025
26.1 C
Bhubaneswar

କରୋନା ସଂକ୍ରମଣ ଉପରମୁହାଁ : ଚିନ୍ତା ବଢ଼ାଉଛି କ୍ରିକେଟ ମ୍ୟାଚ ଓ ରଜ

ଭୁବନେଶ୍ବର : ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ଉପରମୁହାଁ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୪ଟି ଜିଲାରେ ୨୪ଜଣ ସଂକ୍ରମିତ ହୋଇଛନ୍ତି। ଗତ କିଛି ଦିନ ହେବ ସଂକ୍ରମଣ ଧୀରେ ଧୀରେ ବଢିବାରେ ଲାଗିଛି। ଅନ୍ୟ କେତେକ ରାଜ୍ୟରେ ଦ୍ରୁତ ଗତିରେ ସଂକ୍ରମଣ ବଢୁଥିବାବେଳେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ଆଜି ଗୋଟିଏ ଦିନରେ ୯ ହଜାର ହୋଇଛି। ଆଗକୁ ରଜ ଉତ୍ସବ ସହିତ କଟକ ବାରବାଟୀ ଷ୍ଟାଡିୟମରେ କ୍ରିକେଟ ପାଇଁ ସଂକ୍ରମଣ ବଢିବାର ଆଶଙ୍କା ସୃଷ୍ଟି ହୋଇଛି। ଦେଶରେ ସଂକ୍ରମଣ ବୃଦ୍ଧି ପରିପ୍ରେକ୍ଷୀରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସବୁ ରାଜ୍ୟକୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ରାଜ୍ୟ ସରକାର ଏ ଦିଗରେ ପଦକ୍ଷେପ ଗ୍ରହଣ ସ୍ବରୂପ ପରୀକ୍ଷଣ ବଢାଇବା ସହ ଭିଡ଼ରେ ତୁଣ୍ଡି ବ୍ୟବହାର ଉପରେ ଗୁରୁତ୍ବ ଦେବାକୁ କୁହାଯାଇଛି। ସ୍ବାସ୍ଥ୍ୟ ନିର୍ଦେଶକ ଡା. ବିଜୟ ମହାପାତ୍ର କହିଛନ୍ତି ବର୍ତ୍ତମାନ ସବୁ ସିଡିଏମ୍‌ଓଙ୍କୁ ଏହା ଉପରେ ନଜର ରଖିବାକୁ କୁହାଯାଇଛି। ଯେଉଁମାନେ ଟିକା ନେଇନାହାନ୍ତି ସେମାନେ ତୁରନ୍ତ ଟିକା ନେବା ସହିତ ଲକ୍ଷଣ ଦେଖାଗଲେ ପରୀକ୍ଷା କରାଇନେବାକୁ ସେ ପରାମର୍ଶ ଦେଇଛନ୍ତି। ଡା ଅଶୋକ ମହାପାତ୍ର କହିଛନ୍ତି ମହାମାରୀରେ କେତେବେଳେ କେଉଁ ଲହର ଆସିବ ତାହା କହିହେବ ନାହିଁ। ଦ୍ବିତୀୟ ଲହର ବେଳେ ଯେଭଳି ପରିସ୍ଥିତି ସୃଷ୍ଟି ହେଲା ଏହାକୁ ଦୃଷ୍ଟିରେ ରଖି ସମ୍ଭାବ୍ୟ ଚତୁର୍ଥ ଲହର ପ୍ରତି ଏବେଠୁ ସତର୍କ ହେବାକୁ ପଡ଼ିବ।
ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୪ ଜିଲାରୁ ୨୪ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୫ ଜଣ ସଙ୍ଗରୋଧ କେନ୍ଦ୍ର ସହିତ ୯ ଜଣ ସ୍ଥାନୀୟ ସଂକ୍ରମିତ ଥିବା ଜଣାପଡିଛି। ଖୋର୍ଦ୍ଧାରୁ ସର୍ବାଧିକ ୧୧ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ପଛକୁ ରହିଛି ଝାରସୁଗୁଡା। ଏହି ଜିଲାରୁ ୫ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି କଟକ ୨ ଓ ସୁନ୍ଦରଗଡ଼ ୩ ଜଣ ସଂକ୍ରମିତ ବାହାରିଛନ୍ତି। ଏହାଦ୍ବାରା ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୨ ଲକ୍ଷ ୮୮ ହଜାର ୬୨୦ ପାର କରିଛି।

Hot this week

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

Related Articles

Popular Categories