www.samajalive.in
Monday, December 8, 2025
14.1 C
Bhubaneswar

ବାଲେଶ୍ୱର ଓ ତିର୍ତୋଲ ଉପନିର୍ବାଚନ ପାଇଁ କଂଗ୍ରେସର ସ୍ୱତନ୍ତ୍ର ପ୍ରଚାରକଙ୍କୁ ଦାୟିତ୍ୱ ପ୍ରଦାନ

ଭୁବନେଶ୍ୱର : ଚଳିତ ବାଲେଶ୍ୱର ବିଧାନସଭା ଓ ତିର୍ତୋଲ ବିଧାନସଭା ଉପନିର୍ବାଚନରେ କଂଗ୍ରେସ ଦଳର ପ୍ରାର୍ଥୀମାନଙ୍କ ସପକ୍ଷରେ କଂଗ୍ରେସ ପକ୍ଷରୁ ପ୍ରଚାର କରିବା ପାଇଁ ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି  ନିରଞ୍ଜନ ପଟ୍ଟନାୟକ ଦଳର କିଛି ନେତାଙ୍କୁ ପ୍ରଚାରକ ଦାୟିତ୍ୱ ଅର୍ପଣ କରିଛନ୍ତି । ପ୍ରଚାରକ ଦାୟିତ୍ୱ ମିଳିଥିବା ନେତାମାନେ ନିଜ ଦାୟିତ୍ୱରେ ଥିବା ବିଧାନସଭା ନିର୍ବାଚନ ମଣ୍ଡଳୀ ତୁରନ୍ତ ଗସ୍ତ କରି କଂଗ୍ରେସ ସପକ୍ଷରେ ପ୍ରଚାର କାର୍ଯ୍ୟରେ ସହଯୋଗ କରିବା ପାଇଁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି ।

ବାଲେଶ୍ୱର ବିଧାନସଭା ନିର୍ବାଚନ ମଣ୍ଡଳୀ ପ୍ରଚାର ଦାୟିତ୍ୱ ନିମନ୍ତେ କଂଗ୍ରେସ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ, କଂଗ୍ରେସ ନେତୃବୃନ୍ଦ ସର୍ବଶ୍ରୀ ଅନନ୍ତ ପ୍ରସାଦ ସେଠୀ, ଯଜେ୍ଞଶ୍ୱର ବାବୁ, ସମରେନ୍ଦ୍ର ମିଶ୍ର, ଜର୍ଜ ତୀର୍କୀ, ଡ. ଦେବାଶିଷ ପଟ୍ଟନାୟକ, ଦେବେନ୍ଦ୍ର ଶର୍ମା, ସତ୍ୟପ୍ରକାଶ ନାୟକ, ପଦ୍ମାକର ଗୁରୁ, କୃଷ୍ଣଚନ୍ଦ୍ର ସାହୁ, ମନୋଜ ଆଚାର୍ୟ୍ୟ, ନନ୍ଦକିଶୋର ଦାସ, ରଂଜିତ୍ ଦାସ, ଶୁଭଶ୍ରୀ ପଣ୍ଡା, ଆଲୋକ କୁମାର ଦାସ, ଅମୀୟ ପାଣ୍ଡବ, ବିସ୍ମୟ ମହାପାତ୍ର, ମଧୁମିତା ସେଠୀ, ସ୍ୱରୂପା ତ୍ରିପାଠୀ, ସନ୍ତୋଷ ନନ୍ଦ, ଆଲୋକ ବେହେରା, କାଜଲ ସାହୁ, ବିଜୟାନନ୍ଦ ଚାଉଳିଆ, ନିପନ ଦାସ, ନିହାର ମହାନନ୍ଦ, ଲଲାଟେନ୍ଦୁ ଦାସ, ବିଦ୍ୟାଧର ମହାନ୍ତି, ରତିକାନ୍ତ ବରାଳ, ସଂଗ୍ରାମ ଦାସ, ସୁବ୍ରତ ଚକ୍ର, ସୁସ୍ମିତା ଘୋଷାଲ, ଅଜିତ୍ ଜେନା, ନିରୋଜ ଲୋଚନ ଦାସ, ଯୋଗେଶ ଅଗ୍ରୱାଲ, ଚନ୍ଦ୍ରକାନ୍ତ ଖଣ୍ଡାୟୀ, ରିତାଶ୍ରୀ ମହାନ୍ତି, ବିଶ୍ୱଭୂଷଣ ମହାପାତ୍ର, ରୀନାରାଣୀ ସ୍ୱାଇଁ, ରଂଜିତା ରାଉତ, ଆଶା ମିଂଜ୍‌, ମନଷା ତ୍ରିପାଠୀ, ହୁସେନ୍ ଖାନ୍‌, ରଜନୀ ମହାନ୍ତି, ଅନୁପ କୁମାର ନାୟକ, ନାସିର ଅହମ୍ମଦ ଖାନ୍‌, ଅମିତ୍ ମହାନ୍ତି, ସାଗର ପରିଡା, ସତ୍ୟବ୍ରତ ଗୁରୁ, ସୁବାଶିଷ ନାୟକ, ସୁବ୍ରତ ଦାସ, ନଳିନୀକାନ୍ତ ମହାନ୍ତି, ଅଶୋକ କୁମାର ଦାସ, ସୁରେନ୍ଦ୍ର ପରମାଣିକ, ନୌଷଦ ଅଲ୍ଲୀ, ଅଶୋକ ମହାନ୍ତି, ଭୁବନାନନ୍ଦ ସାମଲ, ସୀମନ୍ତ କୁମାର ପାତ୍ର, ସବିତା ଚାନ୍ଦ, ଅନିଲ୍ ଜେନା, ଗୟାଧର ମଲ୍ଲିକ, ସୁଦୀପ୍ କର, ମନୋରଞ୍ଜନ ତ୍ରିପାଠୀ ଓ ଅଜୟ ପାଇକରାୟ ପ୍ରମୁଖ ରହିଛନ୍ତି ।

- Advertisement -

ସେହିପରି ତିର୍ତୋଲ ବିଧାନସଭା ନିର୍ବାଚନ ମଣ୍ଡଳୀ ପ୍ରଚାର ଦାୟିତ୍ୱରେ ବିଧାୟକ ରମେଶ ଚନ୍ଦ୍ର ଜେନା, ସି.ଏସ୍‌. ରାଜନ ଏକ୍କା ଓ ଦାଶରଥି ଗମାଙ୍ଗ, କଂଗ୍ରେସ ନେତୃବୃନ୍ଦ ସର୍ବଶ୍ରୀ ପଂଚାନନ କାନୁନ୍‌ଗୋ, ଶିବାନନ୍ଦ ରାୟ, ଡ. ଲଲାଟେନ୍ଦୁ ମହାପାତ୍ର, ଅଂଶୁମାନ ମହାନ୍ତି, ନବୀନ ନନ୍ଦ, ଉମାବଲ୍ଲଭ ରଥ,ଚିନ୍ମୟ ପ୍ରସାଦ ବେଉରା, ଉମେଶ ଜେନା, ନିଶିକାନ୍ତ ମିଶ୍ର, ପ୍ରଶାନ୍ତ ଶତପଥି, ଅଜିତ୍ ମଙ୍ଗରାଜ, ସସ୍ମିତା ବେହେରା, ବିଷ୍ଣୁଚରଣ ବାରିକ, ଚିନ୍ମୟ ସୁନ୍ଦର ଦାସ, ଅମୀୟ କୁମାର ପଟ୍ଟନାୟକ, ବିଶ୍ୱଭୂଷଣ ଦାସ, ଆକବର ଅଲ୍ଲୀ, ହଳଧର ସେଠୀ, ସତ୍ୟବ୍ରତ ନାୟକ, ଦେଓ ପ୍ରସାଦ, ଦେବୀ ପ୍ରସାଦ ବାହାଲିଆ, ଆକାଶ ଭୂୟାଁ, ମାନସ ଆଚାର୍ୟ୍ୟ, ଲିଙ୍ଗରାଜ ସାହୁ, ଚୈତାଳୀ ପଟ୍ଟନାୟକ, କୁସୁମ ପ୍ରଧାନ, ଏମ୍‌. ମାଣିକ୍ୟପ୍ରଭା, ଶ୍ରୀୟାସ୍ମିତା ପଣ୍ଡା, ତରୁଣ ମିଶ୍ର, ରାଜକିଶୋର ବାରିକ, କନକଲତା ମଲ୍ଲିକ, ନିରଞ୍ଜନ ଲେଙ୍କା, ଜ୍ଞାନରଂଜନ ପଟ୍ଟନାୟକ, ଅନିଲ୍ ବେଉରା, ବିଭ୍ରାଂଶୁ ଲେଙ୍କା, ନରୋତମ ନାୟକ, ବିରେନ୍ ସେନାପତି ଓ କୈଳାସ ସାହୁ ପ୍ରମୁଖ ରହିଛନ୍ତି ବୋଲି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ କରାଯାଇଛି ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories