ନିର୍ବାଚନରେ ଭୋଟ ହାର ବୃଦ୍ଧି ପାଇଁ ସଚେତନତା କାର୍ଯ୍ୟକ୍ରମକୁ ଅଧିକ ବ୍ୟାପକ କରାଯାଉ : ମୁଖ୍ୟ ନିର୍ବାଚନ ଅଧିକାରୀ

ବ୍ୟବସ୍ଥିତ ଭୋଟର ଶିକ୍ଷା ଏବଂ ନିର୍ବାଚନରେ ଅଂଶଗ୍ରହଣ ସଂପର୍କିତ ବୈଠକ

ଭୁବନେଶ୍ୱର: ନିର୍ବାଚନର ପର୍ବ ଦେଶର ଗର୍ବ ହୋଇଥ#ବାରୁ ଆଗାମୀ ଏକକାଳୀନ ସାଧାରଣ ନିର୍ବାଚନରେ ରାଜ୍ୟର ସମସ୍ତ ଭୋଟର ନିଜ ନିଜର ମତଦାନ କରି ଦେଶ ପାଇଁ ନିଜର କର୍ତ୍ତବ୍ୟ ନିର୍ବାହ କରିବାକୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଆହ୍ୱାନ ଜଣାଇଛନ୍ତି। ରାଜ୍ୟରେ ଭୋଟ ହାର ବୃଦ୍ଧି ପାଇଁ ନୂତନ କୌଶଳ ଅବଲମ୍ବନ କରି ଯୋଜନାବଦ୍ଧ ଭାବେ ସଚେତନତା କାର୍ଯ୍ୟକ୍ରମକୁ ଅଧିକ ବ୍ୟାପକ କରିବା ପାଇଁ ଜିଲା ନିର୍ବାଚନ ଅଧିକାରୀ, ବ୍ୟବସ୍ଥିତ ଶିକ୍ଷା ଏବଂ ନିର୍ବାଚନରେ ଅଂଶଗ୍ରହଣ ନୋଡାଲ ଅଧିକାରୀ ତଥା ସଂପୃକ୍ତ ସମସ୍ତ କର୍ମକର୍ତ୍ତାଙ୍କୁ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଧଳ ନିର୍ଦ୍ଦେଶ ଦେଇଛନ୍ତିା ଚଳିତ ଅପ୍ରେଲ ୮ ତାରିଖ ସୋମବାର ଦିନ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟସ୍ଥ ସମ୍ମିଳନୀ କକ୍ଷରେ ଆୟୋଜିତ ବିଭିନ୍ନ ଜିଲାର ଏସଭିଇଇପି ନୋଡାଲ ଅଫିସରଙ୍କ ସହିତ ବୈଠକରେ ଶ୍ରୀ ଧଳ ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ହାତକୁ ନିଆଯାଇଥ#ବା ସଚେତନତା କାର୍ଯ୍ୟକ୍ରମର ସମୀକ୍ଷା କରି ଏହି ନିର୍ଦ୍ଦେଶ ଦେଇଛନ୍ତିା

ବିଶେଷତଃ ସହରାଞ୍ଚଳରେ ରହୁଥିବା ଭୋଟର, ଭୁବନେଶ୍ୱର, କଟକ, ବ୍ରହ୍ମପୁର, ସମ୍ବଲପୁର, ରାଉରକେଲା ଭଳି ବଡ଼ ବଡ଼ ସହରରେ ଥିବା ଭୋଟରମାନଙ୍କର ନିର୍ବାଚନରେ ଅଂଶଗ୍ରହଣ ଉପରେ ଗୁରୁତ୍ୱାରୋପ କରି ଏ ଦିଗରେ ବିହିତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲ।  ଏହା ବ୍ୟତୀତ ମାର୍ଗଦର୍ଶିକା ଅନୁଯାୟୀ ମତଦାନ ତାରିଖ ପୂର୍ବରୁ ବୁଥରୁ ପ୍ରତି ଭୋଟରଙ୍କୁ ସେମାନଙ୍କର ମତଦାନ ତାରିଖ, ସ୍ଥାନ ସଂପର୍କରେ ଅବଗତ କରାଇବା ଉଦ୍ଦେଶ୍ୟରେ ଭୋଟର ସୂଚନା ସ୍ଲିପ୍ ପ୍ରଦାନ ପ୍ରକ୍ରିୟାକୁ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଥିଲ। ନିର୍ବାଚନରେ ଭୋଟରମାନଙ୍କ ବହୁଳ ଅଂଶଗ୍ରହଣ ସହିତ ନୈତିକ ଓ ବିବେକାନୁମୋଦିତ ମତଦାନ ଉପରେ ଗୁରୁତ୍ୱ ଆରୋପ କରିଥିଲ।

ବିଶେଷ କରି ଯୁବଭୋଟର, ମହିଳା ଭୋଟର, ବରିଷ୍ଠ ନାଗରିକ, ଭିନ୍ନକ୍ଷମ ଭୋଟରମାନଙ୍କ ନିର୍ବାଚନରେ ଅଂଶଗ୍ରହଣ ପାଇଁ ନିଆ ଯାଇଥିବା ପଦକ୍ଷେପ, ମତଦାନ କେନ୍ଦ୍ରରେ ହୁଇଲ୍ ଚେୟାର ବ୍ୟବସ୍ଥା, ସେ୍ୱଚ୍ଛାସେବୀ ନିୟୋଜନ, ବୁଥ୍ମାନଙ୍କରେ ଆନୁଷଙ୍ଗିକ ବ୍ୟବସ୍ଥା ସଂପର୍କରେ ସମୀକ୍ଷା କରିଥିଲେ। ଏତଦବ୍ୟତୀତ ଅତ୍ୟାବଶ୍ୟକୀୟ ସେବାରେ ଓ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ଅଧିକାରୀ, କର୍ମଚାରୀ, ଆରକ୍ଷୀ ବିଭାଗର ଅଧିକାରୀ/ କର୍ମଚାରୀ, ମୋଟର ଯାନ କର୍ମଚାରୀମାନେ କିପରି ନିଜର ମତଦାନ କରିପାରିବେ, ସେ ଦିଗରେ ନିଆଯାଇଥିବା ପଦକ୍ଷେପ ସଂପର୍କରେ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଧଳ ସୂଚନା ଦେଇଥିଲ। ବିଗତ ନିର୍ବାଚନରେ ମତଦାନ ହାର କମ୍ ରହୁଥିବା ଅଞ୍ଚଳରେ କିପରି ମତଦାନ ହାର ବୃଦ୍ଧି ପାଇବ ସେ ସଂପର୍କରେ ସୁଚିନ୍ତିତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲ। ଗ୍ରୀଷ୍ମପ୍ରବାହ ଦୃଷ୍ଟିରୁ ମତଦାନ କେନ୍ଦ୍ରମାନଙ୍କରେ ଆବଶ୍ୟକୀୟ ବ୍ୟବସ୍ଥା କରିବା ପାଇଁ ମଧ୍ୟ ମୁଖ୍ୟ ନିର୍ବାଚନ ଅଧ#କାରୀ ନିର୍ଦ୍ଦେଶ ଦେଇଥିଲ।

ଏହି ବୈଠକରେ ଭାରତ ନିର୍ବାଚନ ଆୟୋଗଙ୍କ ବରିଷ୍ଠ ଉପଦେଷ୍ଟା ଡ. ସାଧନା ରାଉତ ଉଦବୋଧନ ଦେଇ ଓଡ଼ିଶାରେ ବିଭିନ୍ନ ଜିଲା ପରିଦର୍ଶନବେଳେ ଭୋଟର ସଚେତନତା ଦିଗରେ ନିଆଯାଇଥ#ବା ପଦକ୍ଷେପ ସନ୍ତୋଷଜନକ ବୋଲି କହିବା ସହ ଏ ପ୍ରକାର କାର୍ଯ୍ୟକ୍ରମ ଆୟୋଜନ ପାଇଁ ମୁଖ୍ୟ ନିର୍ବାଚନ ଅଧ#କାରୀଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲ। ସମସ୍ତଙ୍କ ସହଯୋଗରେ ଆଗାମୀ ନିର୍ବାଚନରେ ଓଡ଼ିଶାରେ ବିପୁଳ ମତଦାନ ଦେଶର ସଫଳ କାହାଣୀ ହେବ ବୋଲି ସେ ଆଶାବ୍ୟକ୍ତ କରିଥିଲୋ

ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଡ. ତିରୁମାଲା ନାୟକ, ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶତ୍ରୁଘ୍ନ କର ଏବଂ ଭାରତ ନିର୍ବାଚନ ଆୟୋଗଙ୍କ ଅଣ୍ଡର ସେକ୍ରେଟାରୀ ଲବକୁଶ ଯାଦବ ବୈଠକରେ ମତ ଉପସ୍ଥାପନ କରିଥ#ବାବେଳେ ଉପମୁଖ୍ୟ ନିର୍ବାଚନ ଅଧିକାରୀ ପଦ୍ମଜା ଦାଶ ଧନ୍ୟବାଦ ଅର୍ପଣ କରିଥିଲୋ ସୂଚନାଯୋଗ୍ୟ ଯେ ରାଜ୍ୟର ସମସ୍ତ ଜିଲ୍ଲାର ଏସ୍ଭିଇଇପି ନୋଡାଲ ଅଫିସରମାନେ ନିଜ ନିଜ ଜିଲ୍ଲାର ଭୋଟର ସଚେତନତା କାର୍ଯ୍ୟକ୍ରମ ସଂପର୍କରେ ତଥ୍ୟ ଉପସ୍ଥାପନ କରିଥିଲ।

Comments are closed.