ଭୁବନେଶ୍ୱର: ସ୍ୱଚ୍ଛ ନିର୍ବାଚନ ପ୍ରକ୍ରିୟା ହେଉଛି ଭାରତୀୟ ଗଣତନ୍ତ୍ରର ମୂଳଭିତ୍ତିା ସ୍ୱଚ୍ଛ, ମୁକ୍ତ ଓ ଅବାଧ ନିର୍ବାଚନ ପ୍ରକ୍ରିୟାର ଫଳ ସ୍ୱରୂପ ହିଁ ବିଶ୍ୱର ସର୍ବବୃହତ ଗଣତନ୍ତ୍ର ‘ଭାରତ’ ସମଗ୍ର ବିଶ୍ୱ ପାଇଁ ଏକ ଉଦାହରଣ ପାଲଟିଛି। ଭାରତୀୟ ଗଣତନ୍ତ୍ରର ଏହି ପ୍ରତିଷ୍ଠାକୁ ବଜାୟ ରଖିବା ଓ ଦେଶରେ ଏକ ସ୍ୱଚ୍ଛ, ମୁକ୍ତ ଓ ଅବାଧ ରୂପେ ନିର୍ବାଚନ ପରିଚାଳନା କରିବା ପାଇଁ ସମସ୍ତ ପ୍ରବର୍ତ୍ତନ ସଂସ୍ଥାଗୁଡ଼ିକର ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛିା ଓଡ଼ିଶାରେ ସ୍ୱଚ୍ଛ, ମୁକ୍ତ ଓ ଅବାଧ ନିର୍ବାଚନ ପରିଚାଳନା ପାଇଁ ରାଜ୍ୟର ସମସ୍ତ ପ୍ରବର୍ତ୍ତନ ସଂସ୍ଥାଗୁଡ଼ିକୁ ନେଇ ଅନୁଷ୍ଠିତ ହୋଇଥ#ବା ‘ଇଲେକ୍ସନ୍ ଏକ୍ସପେଣ୍ଡିଚର୍ ମନିଟରିଂ’ ବୈଠକରେ ଭାରତ ନିର୍ବାଚନ କମିଶନଙ୍କ ପକ୍ଷରୁ ଓଡ଼ିଶା ପାଇଁ ନିୟୋଜିତ ହୋଇଥ#ବା “ସ୍ପେସାଲ୍ ଏକ୍ସପେଣ୍ଡିଚର ଅବଜର୍ଭର୍’ (ସ୍ୱତନ୍ତ୍ର ବ୍ୟୟ ପର୍ଯ୍ୟବେକ୍ଷକ) ହିମାଳିନୀ କଶ୍ୟପ ଏହିଭଳି ମତ ରଖିଛନ୍ତିା
ଇଲେକ୍ସନ୍ ଏକ୍ସପେଣ୍ଡିଚର ମନିଟରିଂ ବୈଠକର ପ୍ରାରମ୍ଭରେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧ#କାରୀ ଡକଫର ଏନ୍. ତିରୁମାଲା ନାୟକ ସମସ୍ତଙ୍କୁ ସ୍ୱାଗତ ଜଣାଇଥ#ଲୋ ବୈଠକରେ ନିଜର ପ୍ରାରମ୍ଭିକ ବକ୍ତବ୍ୟ ରଖ# ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ସ୍ୱଚ୍ଛତା ଓ ନିରପେକ୍ଷତା ବଜାୟ ରଖିବା ପାଇଁ ସମସ୍ତ ପ୍ରବର୍ତ୍ତନ ସଂସ୍ଥାର ଗୁରୁଦାୟିତ୍ୱ ଉପରେ ଆଲୋକପାତତ କରିଥିଲେ। ରାଜ୍ୟରେ ମୁକ୍ତ, ଅବାଧ ଓ ନିରପେକ୍ଷ ନିର୍ବାଚନ ପରିଚାଳନା ପାଇଁ ଅନୈତିକ ଉପାୟରେ ବ୍ୟବହୃତ ହେଉଥ#ବା ଧନବଳ, ମାଦକ ଦ୍ରବ୍ୟ ଓ ଉପହାର ଆଦିକୁ ରୋକିବା ପାଇଁ ପ୍ରବର୍ତ୍ତନ ସଂସ୍ଥାଗୁଡ଼ିକର ସକି୍ରୟ ନିୟନ୍ତ୍ରଣ ବ୍ୟବସ୍ଥା ବିଷୟରେ ଶ୍ରୀ ଧଳ ଆଲୋଚନା କରିଥ#ଲୋ ଡକଫର ଏନ୍. ତିରୁମାଲା ନାୟକ ପିପିଟି ପ୍ରେଜେଣ୍ଟେସନ୍ ମାଧ୍ୟମରେ ରାଜ୍ୟରେ ନିର୍ବାଚନ ପ୍ରକ୍ରିୟା ଓ ପ୍ରବର୍ତ୍ତନ ପଦକ୍ଷେପ ବିଷୟରେ ପ୍ରାରମ୍ଭିକ ସୂଚନା ଦେଇଥିଲୋ
ଭାରତ ନିର୍ବାଚନ କମିଶନଙ୍କ ପକ୍ଷରୁ ଓଡ଼ିଶା ପାଇଁ ସ୍ୱତନ୍ତ୍ର ବ୍ୟୟ ପର୍ଯ୍ୟବେକ୍ଷକ ନିୟୋଜିତ ହୋଇଥ#ବା ହିମାଳିନୀ କଶ୍ୟପ ନିଜର ସମ୍ବୋଧନରେ ମୁକ୍ତ, ସ୍ୱଚ୍ଛ, ଅବାଧ ଓ ନିରପେକ୍ଷ ନିର୍ବାଚନ ପରିଚାଳନାର ବିଭିନ୍ନ ଦିଗ ବିଷୟରେ ଆଲୋଚନା କରିଥ#ଲୋ ଉକ୍ତ ସମସ୍ତ ପ୍ରବର୍ତ୍ତନ ପ୍ରକ୍ରିୟାକୁ ପ୍ରବର୍ତ୍ତନ ସଂସ୍ଥାଗୁଡ଼ିକ କେଉଁଭଳି ଭାବରେ ନିର୍ବାହ କରିବାକୁ ଆପେକ୍ଷିତ ସେ ବିଷୟରେ ସେ ସବିଶେଷ ଆଲୋଚନା କରିଥିଲେ। ସମସ୍ତଙ୍କ ଲକ୍ଷ୍ୟ ହେଉଛି ଏକ ସ୍ୱଚ୍ଛ ନିର୍ବାଚନ ପ୍ରକ୍ରିୟା, ତେଣୁ ସମସ୍ତେ ସମନ୍ୱୟ ରକ୍ଷାକରି କାର୍ଯ୍ୟ କରିବା ପାଇଁ ସେ ପ୍ରେରିତ କରିଥିଲେ।
ଏହି ବୈଠକରେ ଅବକାରୀ ବିଭାଗ, ଆୟକର (ଓଡ଼ିଶା ସର୍କଲ), ଭାରତ ରିଜର୍ଭ ବ୍ୟାଙ୍କ, ଭୁବନେଶ୍ୱର, ରାଜ୍ୟସ୍ତରୀୟ ବ୍ୟାଙ୍କର କମିଟି, ଏୟାରପୋର୍ଟ ଅଥରିଟି, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ, ଡାକ ବିଭାଗ, ଆର୍ପିଏଫ୍, ଏନ୍ସିବି, ଭାରତୀୟ କୋଷ୍ଟଗାର୍ଡ, ଓଡ଼ିଶା, ପରିବହନ ବିଭାଗ, ଜଙ୍ଗଲ ବିଭାଗ, ବିଏସ୍ଏଫ୍, ସିଆଇଏସ୍ଏଫ୍, ବ୍ୟରୋ ଅଫ୍ ସିଭିଲ୍ ଏଭିଏସନ୍ ଭଳି ପ୍ରବର୍ତ୍ତନ ସଂସ୍ଥାର ନୋଡାଲ ଅଧିକାରୀମାନେ ଯୋଗଦେଇଥିଲେ।
ସମସ୍ତ ନୋଡାଲ ଅଧିକାରୀ ପିପିଟି ପ୍ରେଜେଣ୍ଟେସନ୍ ମାଧ୍ୟମରେ ନିଜ ନିଜ ସଂସ୍ଥା ପକ୍ଷରୁ ଗ୍ରହଣ କରାଯାଉଥିବା ପଦକ୍ଷେପ ଓ ବର୍ତ୍ତମାନ ପର୍ଯ୍ୟନ୍ତ କରାଯାଇଥିବା ଜବତ୍ ସାମଗ୍ରୀଗୁଡ଼ିକ ବିଷୟରେ ସବିଶେଷ ତଥ୍ୟ ରଖିଥିଲେ। ଏହି ଆଲୋଚନା ସମୟରେ ସ୍ୱତନ୍ତ୍ର ବ୍ୟୟ ପର୍ଯ୍ୟବେକ୍ଷକ ରାଜ୍ୟର ପ୍ରତିଟି ଜିଲାରେ ସମ୍ଭାବ୍ୟ ଅନୈତିକ ଅର୍ଥ, ମାଦକ ଦ୍ରବ୍ୟ ଓ ଉପହାର ସାମଗ୍ରୀ ବିଷୟରେ ପ୍ରବର୍ତ୍ତନ ସଂସ୍ଥାଗୁଡ଼ିକର ମତ ପଚାରି ବୁଝିଥ#ଲୋ ବ୍ୟୟ ସମ୍ବେଦନଶୀଳ ନିର୍ବାଚନ ମଣ୍ଡଳୀ ବିଷୟରେ ମଧ୍ୟ ସବିଶେଷ ଆଲୋଚନା ଏବଂ ଯୋଜନା ହୋଇଥ#ଲାା ଓଡ଼ିଶାର ସୀମାବର୍ତ୍ତୀ ଜିଲାଗୁଡ଼ିକ ପାଇଁ ସ୍ୱତନ୍ତ୍ର ଧ୍ୟାନ ଦେବା ପାଇଁ ସେ ସମସ୍ତ ନୋଡାଲ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ବ୍ୟୟ ପର୍ଯ୍ୟବେକ୍ଷଣ ହେଉଛି ନିର୍ବାଚନ ପରିଚାଳନାର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗା ନିର୍ବାଚନ ପ୍ରକ୍ରିୟାକୁ ସ୍ୱଚ୍ଛ, ମୁକ୍ତ, ଅବାଧ ଓ ନିରପେକ୍ଷ କରିବା ପାଇଁ ସମସ୍ତ ପ୍ରବର୍ତ୍ତନ ସଂସ୍ଥା ଅତିରିକ୍ତ ସତର୍କତାର ସହ କାର୍ଯ୍ୟ କରିବା ପାଇଁ ସ୍ୱତନ୍ତ୍ର ବ୍ୟୟ ପର୍ଯ୍ୟବେକ୍ଷକ ସମସ୍ତ ନୋଡାଲ ଅଧିକାରୀମାନଙ୍କୁ ପ୍ରେରିତ କରିଥିଲେ। ବୈଠକ ଶେଷରେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧ#କାରୀ ଧନ୍ୟବାଦ ଅର୍ପଣ କରିଥିଲେ।



