www.samajalive.in
Monday, December 15, 2025
17.1 C
Bhubaneswar

ଓଡିଶାର ବର୍ମୁଡା ଟ୍ରାଙ୍ଗେଲ୍‌ , ଘଟିଲାଣି ୧୫ଟି ବିମାନ ଦୁର୍ଘଟଣା

କଟକ: ଓଡିଶା-ଝାଡଖଣ୍ଡ ସୀମା ଝାଡପୋଖରୀଆ ଥାନା ଅନ୍ତର୍ଗତ ସାରସକଣା ବ୍ଲକର ଶୀର୍ଷା ପଞ୍ଚାୟତର ନେଦା ଗ୍ରାମ ନିକଟ ସୁବର୍ଣ୍ଣରେଖା ନଦୀର ଟୋପାଘାଟଠାରେ ମହୁଲଲାଙ୍ଗରି ଗ୍ରାମ ନିକଟରେ ଏକ ପ୍ରଶିକ୍ଷଣ ଜେଟ୍‍ ବିମାନଟି ଯାନ୍ତ୍ରିକ ତ୍ରୁଟି ଯୋଗୁଁ ମଙ୍ଗଳବାର ମଧ୍ୟାହ୍ନ ୧୨ଟା ସମୟରେ ଖସି ପଡିଥିଲା। ଖସି ପଡିବା ପୂର୍ବରୁ ଏଥିରେ ଥିବା ବିମାନର ଚାଳକ ପାରାଚ୍ୟୁଟ୍‍ ସାହାଯ୍ୟରେ ନଦୀ ପଠାରେ ତଳକୁ ଓହ୍ଲାଇବାକୁ ସକ୍ଷମ ହୋଇଥିଲେ । ତାଙ୍କୁ ଗୁରୁତର ଅବସ୍ଥା ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତ କରାଯାଇଛି ।  ଖଡଗପୁର ବାୟୁସେନା କେନ୍ଦ୍ରରୁ ଉଡାଣ ଭରିବାର କିଛି ସମୟ ପରେ ଏହି ହକ୍‌ ଆଡଭାନସ୍‌ଡ  ଟ୍ରେନର ବିମାନ ଦୁର୍ଘଟଣା ଗସ୍ତ ହୋଇିଥିଲା । ଏହି ବିମାନର ବ୍ଲାକ ବକ୍ସ ମିଳିଛି । କେଉଁ କାରଣରୁ ଏହି ବିମାନ ଦୁର୍ଘଟଣା ଘଟିଲା ବାୟୁସେନା ତାହାର ତଦନ୍ତ ଆରମ୍ଭ  କରିଛି । ଓଡିଶା, ପଶ୍ଚିମବଙ୍ଗ ଓ ଝାଡଖଣ୍ଡର ତ୍ରିକୋଣ ଭୂମିରେ ଥିବା ଏହି ଅଞ୍ଚଳରେ ୧୫ଟି ବିମାନ ଦୁର୍ଘଟଣାଗସ୍ତ ହୋଇଥିବା ସୂଚନା ମିଳିଛି ।

ଏହି ତ୍ରିକୋଣୀୟ ଅଞ୍ଚଳରେ ବାଙ୍କୁରା ନିକଟରେ ପଶ୍ଚିମବଙ୍ଗର ପିଅର ବୋଦା, ଓଡିଶାର ଆର୍ମଦା ରୋଡ୍‌, ଝାଡଖଣ୍ଡର ଚାକୁଳିଆକୁ ନେଇ ଏହି ତ୍ରିକୋଣୀୟ  ଅଞ୍ଚଳ ଗଠିତ ବୋଲି ଗବେଷକ ଅନୀଲ ଧୀର କହିଛନ୍ତି  ।

- Advertisement -

ଭଲ ପାଣିପାଗ ଥିବା ବେଳେ ହିଁ ଏହି ତ୍ରୀକୋଣୀୟ ଅଞ୍ଚଳରେ ବିମାନ ଦୁର୍ଘଟଣା ହୋଇଥାଏ । ୨୦୧୫ରେ କଲାଇକୁଣ୍ଡା ବିମାନଘାଟୀରୁ ଉଡାଣ ଭରିଥିବା ବାୟୁସେନାର ପ୍ରଶିକ୍ଷଣ ବିମାନ ଦୁର୍ଘଟଣା ଗସ୍ତ ହୋଇଥିଲା । ଏହା ବି ହକ୍‌ ବିମାନ ଥିଲା ।

୧୯୪୪ରେ ଏହି ତ୍ରିକୋଣୀୟ ଅଞ୍ଚଳରେ ପ୍ରଥମ ବିମାନ ଦୁର୍ଘଟଣା  ହୋଇଥିଲା । ସେହି ସମୟରେ ଆମେରିକାନ ଲିବେରେଟର ବିମାନ ହାବାର୍ଡ ଜିଗେବିଲେଣ୍ଡ ଆର୍ମଦା ରୋଡ ନିକଟରେ ଦୁର୍ଘଟା ଗସ୍ତ ହୋଇଥିଲା । ବିମାନରେ ଥିବା ୪ ଜଣଙ୍କ ମୃତ୍ୟୁ ହୋଇଥିଲା। ୭ ମେ ୧୯୪୪ ରେ ଦ୍ୱିତୀୟ ବିମାନ ଦୁର୍ଘଟଣା ହୋଇଥିଲା  ଏହି ବିମାନ ଉଡାଣ ଭରିବାର ୨୦ ମିନିଟି ମଧ୍ୟରେ ଦୁର୍ଘଟଣା ଗସ୍ତ ହୋଇଥିଲା । ଏଥିରେ ଥିବା ୧୦ ଜଣ ମୃତ୍ୟୁ ହୋଇଥିଲା । ୧୩ ମେ ୧୯୪୪ରେ ପୁଣି ବିମାନ ଦୁର୍ଘଟଣା ହୋଇଥିଲା । ମାତ୍ର ବିମାନରେ ଥିବା ଲୋକମାନେ ବଞ୍ଚିଯାଇଥିଲେ । ୧୯୪୫ରେ ଜୁଲାଇ ୨୬ରେ ବ୍ରିଟଶ ରୟାନ ଏୟାରଫୋର୍ସରେ ଏୟାରଫୋର୍ସ-୨୪, ବମ୍ବର୍ସ ଓଡବ୍ଲୁ-୨୨,୫ ଇଡବ୍ଲୁ-୨୪୭ ମଧ୍ୟରେ ଧକ୍କା ହୋଇଥିଲା । ଏଥିରେ ୧୪ ଜଣ ବିମାନ କର୍ମଚାରୀଙ୍କର ମୃତ୍ୟୁ ହୋଇଥିଲା । ବଙ୍ଗୋପସାଗର ଉପରେ କେତକ ବିମାନ ଦୁର୍ଘଟଣା ହୋଇଛି ଯାହାର କିଛି ତଥ୍ୟ ମିଳି ନାହିଁ । ୧୯୪୫ ମସିହା ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ବ୍ରିଟେଶ ସରକାର ଝାରସୁଗୁଡା, ଆର୍ମଦା ରୋଡ, ଚାରିବାଟିଆ, କଲାଇକୁଣ୍ଡା, ଓ ବିଷ୍ଣୁପୁରରେ ଅେର ବିମାନ ଘାଟି ରହିଥିଲା । ଭଲ ପାଣିପାଗରେ ବି ବିମାନ ଦୁର୍ଘଟଣା ହୋଇଥିବାରୁ ଏହା ଅତି ଆଶ୍ଚର୍ଯ୍ୟଜନକ ଘଟଣା ବୋଲି ଗବେଷକ ଅନୀଲ ଧୀର କହିଛନ୍ତି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories