ନ୍ୟୁୟର୍କ: ଆମେରିକାର ଆଲବାମା ରାଜ୍ୟ ସହ ଜର୍ଜିଆ, ଟେନ୍ସେ ରେ ଟର୍ଣ୍ଣାଡୋ ଆସିଥିଲା । ଏଥିରେ ପ୍ରବଳ ବେଗରେ ପବନ ବହିବା ସହ ବର୍ଷା ହୋଇଥିଲା । ବଡ ବଡ ଗଛ, ଇଲେକ୍ଟ୍ରିକ ଖୁଣ୍ଟି ଉପୁଡି ପଡିଥିଲା । କେତକ ଘରର ଛାତ ଉଡିଯାଇଥିଲା । ଆଟଲାଣ୍ଟାର ୭୦ ମାଇଲ ଦୂରରେ ଥିବା ଆଲବାମାରେ ପ୍ରବଳ ଝଡ ତୋଫାନ ଆସିଥିଲା । ପ୍ରାୟ ସମସ୍ତ ଘରର ବିଜୁଳି ଚାଲିଯାଇଥିଲା । ଟର୍ଣ୍ଣାଡ ଆସିବା ସମୟରେ ଏହା ଜାଣିପାରି ୧୫୦ରୁ ଊର୍ଦ୍ଧ ଲୋକ ଏକ ଗୁମ୍ଫା ମଧ୍ୟରେ ଆଶ୍ରୟ ନେଇଥିଲେ । ଏହାପରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା । ସମସ୍ତ ଲୋକଙ୍କୁ ପ୍ରଶାସନ ପକ୍ଷରୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି ।
Photos from Cave Springs, Ga where 150+ people dodging a tornado headed into the historic cave for safety. Send photos/videos our way of weather in your area. pic.twitter.com/KIr4c3Oh2h
— CBS46 (@cbs46) 20 March 2018



