ପୁଲୱାମା ଆକ୍ରମଣରେ ଦୁଇ ଓଡିଆ ଯବାନ ସହିଦ

0

ଜଗତସିଂହପୁର : ଜାମ୍ମୁ-କାଶ୍ମୀରର ପୁଲୱାମା ଜିଲାରେ ଗୁରୁବାର ଦିନ ଆତଙ୍କବାଦୀମାନେ ଆତ୍ମଘାତୀ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ୪୦ ଜଣ ଯବାନ ସହିଦ ହେବା ସହ ୩୦ରୁ ଉର୍ଦ୍ଧ୍ବ ଆହତ ହୋଇଥିଲେ। ସହିଦ ଯବାନଙ୍କ ମଧ୍ୟରେ ୨ଜଣ ଓଡିଆ ଯବାନ ଥିବା ଜଣାପଡିଛି। ଦୁଇ ଜଣ ଯବାନ ହେଲେ ପ୍ରସନ୍ନ କୁମାର ସାହୁ ଓ ମନୋଜ କୁମାର ବେହେରା। ପ୍ରସନ୍ନ କୁମାର ସାହୁଙ୍କ ଘର ଜଗତସିଂହପୁର ଜିଲା ନାଉଗାଁ ଓ ମନୋଜ କୁମାର ବେହେରାଙ୍କ ଘର କଟକ ଜିଲା ନିଆଳି ରତନପୁରର ବୋଲି ଜଣାପଡିଛି। ସହିଦଙ୍କ ମୃତ୍ୟୁ ଖବର ପାଇବା ପରେ ଗ୍ରାମରେ ଶୋକର ଛାୟା ଖେଳି ଯାଇଛି।

Leave A Reply