www.samajalive.in
Monday, December 15, 2025
24.1 C
Bhubaneswar

ସବୁ ଭାଷାର ଚରିତ୍ର ଅଛି, ସେଥିମଧ୍ୟରୁ ଓଡ଼ିଆ ଭାଷା ସ୍ୱତନ୍ତ୍ର – କେନ୍ଦ୍ର ଶିକ୍ଷାମନ୍ତ୍ରୀ

ଡେସ୍କ: ସାହିତ୍ୟରୁ ସଂସ୍କାର ଆସେ ଏବଂ ପ୍ରଖ୍ୟାତ ସାହିତ୍ୟିକ ମହାପାତ୍ର ନୀଳମଣି ସାହୁ ଓ ଗୁରୁ ପ୍ରସାଦ ମହାପାତ୍ର ତାହାର ଜ୍ୱଳନ୍ତ ଉଦାହରଣ ବୋଲି ବୁଧବାର ନୂଆଦିଲ୍ଲୀ ଠାରେ ‘ମହାପାତ୍ର ନୀଳମଣି ସାହୁଙ୍କ ସ୍ମରଣୀୟ ଗଳ୍ପ’ର ଇଂରାଜୀ ଏବଂ ହିନ୍ଦି ଅନୁବାଦିତ ପୁସ୍ତକର ଉନ୍ମୋଚନ କରିବା ଅବସରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।

ଗୁରୁପ୍ରସାଦ ମହାପାତ୍ର ଫାଉଣ୍ଡେସନ ଦ୍ୱାରା ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ପ୍ରଧାନ ସ୍ୱର୍ଗତ ଡଃ ଗୁରୁପ୍ରସାଦ ମହାପାତ୍ରଙ୍କ ଦ୍ୱାରା ସଂକଳିତ ‘ମହାପାତ୍ର ନୀଳମଣି ସାହୁଙ୍କ ସ୍ମରଣୀୟ ଗଳ୍ପ’ର ପୁସ୍ତକକୁ ଇଂରାଜୀ ଭାଷାରେ ଅନୁବାଦ କରିଥିବା ସାହିତ୍ୟିକ ମୋନାଲିସା ଜେନା ଏବଂ ହିନ୍ଦି ଭାଷାରେ ସୁଜାତା ଶିବେନ ଏବଂ ସହଯୋଗୀ କେନ୍ଦ୍ର ସାହିତ୍ୟ ଏକାଡେମୀକୁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି ଯେ ଓଡ଼ିଆ ଜନଜୀବନରେ ସାହିତ୍ୟ ସୃଜନ ଅନନ୍ୟ। ଏହି ସାହିତ୍ୟରେ ମହାପାତ୍ର ନୀଳମଣି ସାହୁ ଓ ସ୍ୱର୍ଗତ ଗୁରୁ ପ୍ରସାଦ ମହାପାତ୍ରଙ୍କ ଅନେକ ଯୋଗଦାନ ରହିଛି। ମହାପାତ୍ର ନୀଳମଣି ସାହୁଙ୍କ ଲେଖା ଜୀବନ୍ତ ଥିବା ଭଳି ମନେହୁଏ। ସେ ସମାଜକୁ ଜାଣିବା, ସମାଜକୁ ବୁଝିବା ସହ ସମାଜକୁ ବର୍ଣ୍ଣନା କରିବାର ଶୈଳୀକୁ ଭଲ ଭାବରେ ବୁଝିଥିଲେ। ତାଙ୍କର ଲେଖାକୁ କଳ୍ପନା କରିବା ଅସମ୍ଭବ। ତାଙ୍କ ସାହିତ୍ୟରୁ ପ୍ରେରଣା ମିଳିଥାଏ।

- Advertisement -

ଶ୍ରୀ ପ୍ରଧାନ କହିଛନ୍ତି ଅନୁବାଦ ସେବେ ସାର୍ଥକ ହୁଏ ଯେବେ ମୂଳ ଲେଖାର ଭାବାର୍ଥ ଠିକ୍ ହୋଇଥାଏ। ଭାରତୀୟ ଭାଷା ସେବେ ଆଗକୁ ବଢିବ ଯେତେବେଳେ ଯେ କୌଣସି ଆଞ୍ଚଳିକ ଭାଷାରେ ପ୍ରସ୍ତୁତ ହୋଇଥିବା ପୁସ୍ତକର ଭାବାର୍ଥ ଠିକ୍ ହେବ ଏବଂ ତାହାକୁ ଦେଶ ପଢିବ। ଏକ ଭାରତ, ଶ୍ରେଷ୍ଠ ଭାରତ ବାସ୍ତବ ରୂପ ନେବ। ଏହା ହିଁ ଲେଖକଙ୍କ ପ୍ରତି ଉଚିତ୍ ଶ୍ରଦ୍ଧାଞ୍ଜଳି ହେବ। ଆଜି ଉନ୍ମୋଚିତ ହୋଇଥିବା ଅନୁବାଦିତ ପୁସ୍ତକ ପାଠକଙ୍କ ମଧ୍ୟରେ ଆଦୃତ ହେବା ସହ ଭାରତର ସାରସ୍ୱତ ଜଗତରେ ସହାୟକ ହେବ ବୋଲି ସେ କହିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି, ଭାରତୀୟ ଭାଷା ପାରସ୍ପରିକ ଓ ପରିପୂରକ। ସବୁ ଭାଷାର ନିଜ ନିଜର ଚରିତ୍ର ଅଛି। ତନ୍ମଧ୍ୟରୁ ଓଡ଼ିଆ ଭାଷା ସ୍ୱତନ୍ତ୍ର। ସେହିପରି ଭାବରେ ସାହିତ୍ୟ ମନୁଷ୍ୟକୁ ଭବିଷ୍ୟତକୁ ନେବାର ଏକ ବୈଜ୍ଞାନିକ ପ୍ରକ୍ରିୟା। ଖୁବ କମ ସାହିତ୍ୟ ଥାଏ, ଯାହା ପାଠକଙ୍କୁ ସ୍ଥାୟୀ ରୂପେ ଅନୁରାଗୀ ଓ ତପସ୍ୱୀ କରେ। ସାହିତ୍ୟକୁ ବହୁଭାଷାରେ ଭାରତୀୟ ଭାଷାରେ ପରିବର୍ତ୍ତନ କରିବା ତଥା ଶିକ୍ଷା ପଦ୍ଧତିରେ ପରିବର୍ତ୍ତନ କରିବା ଆମ ପାଇଁ ଚ୍ୟାଲେଞ୍ଜ। ଏହାର ସମାଧାନ ହିଁ ଭାରତର ବୌଦ୍ଧିକ ଯାତ୍ରାରେ ବେଶ୍ ସହାୟକ ହେବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

Hot this week

ମୋଦୀଙ୍କୁ କଂଗ୍ରେସର ଅପଶବ୍ଦ : କ୍ଷମା ଦାବି କଲେ ନଡ୍ଡା

ସମାଜ ଲାଇଭ ଡ଼େସ୍କ : ଗତକାଲି ଦିଲ୍ଲୀରେ ଏସାଇଆର ବିରୋଧରେ କଂଗ୍ରେସ...

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

Related Articles

Popular Categories