ଓଡ଼ିଆ ଆଇପିଏସ୍ ରାଜେଶ ଦାସଙ୍କୁ ୩ ବର୍ଷ ଜେଲ୍
ନୂଆଦିଲ୍ଲୀ : ଯୌନ ଶୋଷଣ ମାମଲାରେ ତାମିଲନାଡୁ କ୍ୟାଡର ଓଡ଼ିଆ ଆଇପିଏସ୍ ରାଜେଶ ଦାସଙ୍କୁ ତିନି ବର୍ଷ ଜେଲ ଦଣ୍ଡ ଶୁଣାଇଛନ୍ତି ଭିଲ୍ଲୁପୁରମ କୋର୍ଟ। ସୂଚନା ଅନୁସାରେ, ୨୦୨୧ ଫେବୃଆରୀରେ ଜଣେ ମହିଳା ଆଇପିଏସ୍ ଅଫିସର ରାଜେଶଙ୍କ ନାଁରେ ଅଭିଯୋଗ କରିଥିଲେ । ଏଆଇଏଡିଏମ୍କେ ସରକାର ରାଜେଶଙ୍କୁ ନିଲମ୍ବିତ କରିବା ସହ ମାମଲାର ତଦନ୍ତ ପାଇଁ ୬ଜଣିଆ କମିଟି ଗଠନ କରିଥିଲେ । ତେବେ ୬୮ ଜଣଙ୍କ ବୟାନ ଆଧାରରେ କୋର୍ଟ ତାଙ୍କୁ ଦଣ୍ଡିତ କରିଛନ୍ତି । ରାଜେଶ ଦାସ ୧୯୮୯ ବ୍ୟାଚ ଆଇପିଏସ୍ ଅଫିସର।
Comments are closed.