ଦୁର୍ନୀତି ନିବାରଣ ସପ୍ତାହ ଅବସରରେ ସାଧୁତାର ଶପଥ ପାଠ
ନବରଙ୍ଗପୁର : ଦୁର୍ନୀତି ନିବାରଣ ସପ୍ତାହ-୨୦୨୨ ପାଳନ ଅବସରରେ ଆଭାସୀ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ସାଧୁତାର ଶପଥ ପାଠ ଉତ୍ସବ ଅନୁଷ୍ଠିତ ହୋଇଥିଲା। ରାଜ୍ୟସ୍ତରରେ ଅନୁଷ୍ଠିତ ଏହି କାର୍ୟ୍ୟକ୍ରମରେ ଆଭାସୀ ମାଧ୍ୟମରେ ଜିଲ୍ଲା, ବ୍ଲକ ସ୍ତରରେ ଥିବା ପଦାଧିକାରୀ, କର୍ମଚାରୀ ଅଂଶଗ୍ରହଣ କରି ଶପଥ ପାଠ କରିଥିଲେ। ଏଥିରେ ନବରଙ୍ଗପୁର ଜିଲ୍ଲାର ସମସ୍ତ ବ୍ଲକ୍ ନିଜ ନିଜ କାର୍ଯ୍ୟାଳୟରେ ଆଭାସୀ ମାଧ୍ୟମରେ ଯୋଗଦେଇ ଶପଥ ପାଠ କରିଥିଲା ବେଳେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଭ।ଗୃହରେ ଜିଲ୍ଲାପାଳ ଡକ୍ଟର କମଳ ଲୋଚନ ମିଶ୍ର, ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ, ଡେପୁଟି ଜିଲ୍ଲାପାଳ, ନିର୍ମଳ ନାୟକ, ମୌସୁମୀ ନାୟକ,ଜିଲ୍ଲା ଶିକ୍ଷାଧିକାରୀ ପ୍ରଦୀପ କୁମାର ନାଗ, ଅଧିକ୍ଷଣ ଯନ୍ତ୍ରୀ ପୂର୍ତ୍ତ ବିଭାଗ ପ୍ରଫୁଲ୍ଲ କୁମାର ମିଶ୍ର, ଜିଲ୍ଲା ପଞ୍ଚାୟତ ଅଧିକାରୀ ଶିଶିର କୁମାର ପାଣି, ଜିଲ୍ଲା ମଙ୍ଗଳ ଅଧିକାରୀ, ସ୍ମୃତି ରଞ୍ଜନ ସାମନ୍ତରାୟ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ହଳଧର ନୀଆଲ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ,ସ୍ଵର୍ଣ୍ଣ ଲତା ବିଶ୍ୱାସ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ପାତ୍ର, ନିର୍ବାହୀ ଯନ୍ତ୍ରୀ ଉଠା ଜଳସେଚନ ଦିଲିପ୍ କୁମାର ଦାସ, ଜିଲ୍ଲା ସଂସ୍କୃତି ଅଧିକାରୀ ଘାଶିଆ ହରିଜନ, ପ୍ରମୁଖ ଯୋଗଦେଇ ସାଧୁ ତାର ଶପଥ ପାଠ କରିଥିଲେ।
ମୁଖ୍ୟମନ୍ତ୍ରୀଙ୍କ ଆଭାସୀ ମାଧ୍ୟମରେ ଶପଥ ପାଠ କାର୍ଯ୍ୟକ୍ରମ ପରେ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ପରିସରରେ, ଜିଲ୍ଲାସ୍ତରୀୟ ଅଧିକାରୀ, ଜିଲ୍ଲାପାଳଙ୍କ କାର୍ୟ୍ୟାଳୟର ସମସ୍ତ କର୍ମଚାରୀଙ୍କୁ ଜିଲ୍ଲାପାଳ ଡକ୍ଟର କମଳ ଲୋଚନ ମିଶ୍ର ଦୁର୍ନୀତି ନିବାରଣ ସମ୍ପର୍କିତ ସାଧୂତାର ଶପଥ ପାଠ କରାଇଥିଲେ। ଦେଶର ଆର୍ଥିକ, ରାଜନୈତିକ, ସାମାଜିକ ପ୍ରଗତି ପଥରେ ଦୁର୍ନୀତି ହିଁ ସବୁଠାରୁ ବଡ଼ ପ୍ରତିବନ୍ଧକ, ପ୍ରତ୍ୟେକ ନାଗରିକ ସବୁ ସମୟରେ ସତର୍କତା ସହିତ ସର୍ବାଧିକ ସାଧୁତା ଓ ସତ୍ୟ ନିଷ୍ଠାରେ ପ୍ରତିବଦ୍ଧ ରହି ଦୁର୍ନୀତି ବିରୁଦ୍ଧରେ ସଂଗ୍ରାମକୁ ସମର୍ଥନ କରିବା ଉଚିତ୍ ବୋଲି ଜିଲ୍ଲାପାଳ ଡକ୍ଟର ମିଶ୍ର, ଅଧିକାରୀ, କର୍ମଚାରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ଏହି କାର୍ୟ୍ୟକ୍ରମ ପରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମ ଦିନ ଅବସର ରାଷ୍ଟ୍ରୀୟ ଏକତା ଦିବସ ପାଳନ ଅବସରରେ ଜିଲ୍ଲାପାଳ ଡକ୍ଟର ମିଶ୍ର ସମସ୍ତଙ୍କୁ ରାଷ୍ଟ୍ରୀୟ ଏକତା ଦିବସ ପାଳନର ଶପଥ ପାଠ କରାଇଥିଲେ ଏବଂ ଏହି ଅବସରରେ ରାଷ୍ଟ୍ରୀୟ ଏକତା ଓ ଅଖଣ୍ଡତାକୁ ବଜାଇ ରଖିବାରେ ସମସ୍ତ ନାଗରିକଙ୍କ ପ୍ରମୁଖ ଭୂମିକା ଓ କର୍ତ୍ତବ୍ୟ ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ। ଏଥିରେ ଜିଲ୍ଲାସ୍ତରୀୟ ଅଧିକାରୀ, ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।
Comments are closed.