Patra electronics

ଓଏଏସ ପରୀକ୍ଷାରେ ରିପ୍‍ସୀତାଙ୍କ ସଫଳତା

ଆଠଗଡ : ଆଠଗଡ ଝିଅ ରିପ୍‍ସୀତା ବେହେରା ଓଡିଶା ଲୋକସେବା ଆୟୋଗ ଦ୍ୱାରା ପରିଚାଳିତ ଚଳିତ ବର୍ଷର ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ ସଫଳତା ହାସଲ କରି ଅଞ୍ଚଳ ପାଇଁ ଗର୍ବ ଆଣି ପାରିଛନ୍ତି । ଶୁକ୍ରବାର ଓଡିଶା ପ୍ରଶାସନିକ ସେବା ପରୀକ୍ଷାର ଫଳାଫଳ ପ୍ରକାଶିତ ହେବା ପରେ ରାଜ୍ୟରେ ମୋଟ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୩୯୨ଜଣ କୃତକାର୍ଯ୍ୟ ହୋଇଥିବାବେଳେ ଆଠଗଡ କୈବର୍ତ୍ତ ସାହିର ରଘୁନାଥ ବେହେରା ଓ ପୁଷ୍ପିତା ବେହେରାଙ୍କ ଝିଅ ରିପ୍‍ସୀତା କୃତକାର୍ଯ୍ୟ ହେବା ସହ ୨୮୧ନମ୍ବର ସ୍ଥାନରେ ରହିଛନ୍ତି । ଢେଙ୍କାନାଳ ଡିଆଇଇଟିରେ ଶିକ୍ଷକ ପ୍ରଶିକ୍ଷିକା ଥିବା ରିପ୍‍ସୀତା ୩ୟ ଥରରେ ଏହି ସଫଳତା ହାସଲ କରିଛନ୍ତି। ଶ୍ରୀମତୀ ବେହେରା ପ୍ରତିଦିନ ଡିଆଇଇଟିରେ ଶିକ୍ଷାଦାନ କାର୍ଯ୍ୟ ସହିତ ନିଜର ଏହି ପରୀକ୍ଷା ପାଇଁ ୬-୭ଘଣ୍ଟା ପରିଶ୍ରମ କରୁଥିଲେ ବୋଲି କହିଛନ୍ତି। ରାଜ୍ୟର ଗରିବଗୁରୁବାଙ୍କ ସେବା କରିବା ଲାଗି ସେ ଓଡିଶା ପ୍ରଶାସନିକ ସେବା ଅଧିକାରୀ ହେବାର ଲକ୍ଷ୍ୟ ରଖି ଓଏଏସ ପରୀକ୍ଷା ଦେଇଥିଲେ। ତାଙ୍କର ଏହି ସଫଳତା ପଛରେ ଭଗବାନଙ୍କର ଆଶୀର୍ବାଦ ଏବଂ ନିଜର ପିତାମାତା, ସ୍ୱାମୀ ଇଂ ସୌମ୍ୟରଞ୍ଜନ ଜେନା ଓ ଶାଶୁ ଶ୍ୱଶୁରଙ୍କ ପ୍ରେରଣା ଯୋଗୁଁ ସମ୍ଭବ ହୋଇପାରିଛି ବୋଲି ନିଜ ପ୍ରତିକ୍ରିୟାରେ ରିପ୍‍ସୀତା ପ୍ରକାଶ କରିଛନ୍ତି । ତାଙ୍କର ଏହି ସଫଳତା ଖବର ପ୍ରଚାରିତ ହେବା ପରେ ତାଙ୍କୁ ବିଭିନ୍ନ ମହଲରୁ ଅଭିନନ୍ଦନର ସୁଅ ଛୁଟିଥିବା ବେଳେ ଆଠଗଡ ଅଞ୍ଚଳରେ ଆନନ୍ଦର ଲହରୀ ଖେଳି ଯାଇଛି ।

Comments are closed.