www.samajalive.in
Wednesday, December 10, 2025
17.1 C
Bhubaneswar

ଟିମ୍ ଇଣ୍ଡିଆ ଉପରେ ଆଇସିସି ଲଗାଇଲା ଜୋରିମାନା

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ ଉପରେ ଜୋରିମାନା ଲଗାଇଛି ଆଇସିସି। ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ଚତୁର୍ଥ ଟି-୨୦ ଭାରତ ସୁପର ଓଭରରେ ବିଜୟୀ ହୋଇ ୪-୦ରେ ସିରିଜ୍ ଆଗୁଆ ରହିଥିଲା। କିନ୍ତୁ ଗୋଟିଏ ଭୁଲ ଟିମ୍ ଇଣ୍ଡିଆ ପାଇଁ ମହଙ୍ଗା ପଡିଛି। ଚତୁର୍ଥ ଟି-୨୦ ରେ ଭାରତ ମନ୍ଥର ବୋଲିଂ କରିଥିବା ଅଭିଯୋଗରେ ଆଇସିସି ଟିମ୍ ଇଣ୍ଡିଆ ଉପରେ ଜୋରିମାନା ଲଗାଇଛି। ଟିମ୍ ଇଣ୍ଡିଆ ଚତୁର୍ଥ ଟି-୨୦ରେ ନିର୍ଦ୍ଧାରିତ ସମୟ ମଧ୍ୟରେ ୨ ଓଭର କମ୍ ବୋଲିଂ କରିଥିଲା। ଯେଉଁଥି ପାଇଁ ଶନିବାର ମ୍ୟାଚ୍ ରେଫରୀ କ୍ରିସ୍ ବ୍ରଡଙ୍କ ଅଧ୍ୟକ୍ଷତା ମ୍ୟାଚ୍ ରେଫରୀ ସମିତି ଟିମ ଇଣ୍ଡିଆ ଉପରେ ଜୋରିମାନା ଲଗାଇଛନ୍ତି।

- Advertisement -

ଆଇସିସିର ଆଚାର ସଂହିତା ଅନୁଚ୍ଛେଦ ୨.୨.୧ ଅନୁସାରେ ମନ୍ଥର ବୋଲିଂ ପାଇଁ ଟିମ୍ ଇଣ୍ଡିଆ ଖେଳାଳିଙ୍କ ମ୍ୟାଚ୍ ଫିରୁ ୪୦ ପ୍ରତିଶତ ଜୋରିମାନା ଲଗାଯାଇଛି। ଟିମ୍ ଇଣ୍ଡିଆ ନିର୍ଦ୍ଦାରିତ ସମୟ ମଧ୍ୟରେ ୨ ଓଭର କମ୍ ବୋଲିଂ କରିଥିବାରୁ ଗୋଟିଏ ଓଭର ପାଇଁ ୨୦ ପ୍ରତିଶତ ମ୍ୟାଚ ଫି ହିସାବରେ ପ୍ରତି ଖେଳାଳିଙ୍କ ମ୍ୟାଚ ଫିରୁ ଦୁଇ ଓଭର ପାଇଁ ୪୦ ପ୍ରତିଶତ ମ୍ୟାଚ ଫି ଜୋରିମାନା ଆକାରରେ କଟିବ। ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ଏହି ଭୁଲକୁ ସ୍ଵୀକାର କରିବା ସହ ଆଇସିସିର ଜୋରିମାନାକୁ ମଧ୍ୟ ସ୍ଵୀକାର କରିଛନ୍ତି, ତେଣୁ ଏହି ମାମଲାରେ ଆଗକୁ ଆଉ କୌଣସି ଶୁଣାଣି ହେବ ନାହିଁ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories