www.samajalive.in
Tuesday, December 9, 2025
15.1 C
Bhubaneswar

ନର୍ସଙ୍କ ଟିକ୍‍ଟକ୍‍ ନିଶା : ଏସଏନସିୟୁରେ ଚିକିତ୍ସା ଛାଡ଼ି ଭିଡିଓ ଶୁଟିଂରେ ମାତିଲେ, ନିଲମ୍ବନ ପାଇଁ ସୁପାରିଶ

ମାଲକାନଗିରି : ସାରା ବିଶ୍ୱକୁ ଏବେ ଟିକ୍‍ଟକ୍‍ ନିଶା ଘାରିଥିବା ବେଳେ ହସ୍ପିଟାଲର କର୍ମଚାରୀମାନେ ମଧ୍ୟ ଏଥିରୁ ବାଦ୍‍ ପଡ଼ିନାହାନ୍ତି। ମାଲକାନଗିରି ଜିଲା ମୁଖ୍ୟ ଚିକିତ୍ସାଳୟର ଗୁରୁତ୍ୱପୂର୍ଣ୍ଣ ବିଭାଗ ଏସଏନସିୟୁ ମଧ୍ୟରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି। ଏହି ଟିକ୍‍ଟକ୍‍ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାପରେ ହସ୍ପିଟାଲ ପକ୍ଷରୁ ୯ଜଣ କର୍ମଚାରୀଙ୍କୁ ନିଲମ୍ବନ କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗକୁ ସୁପାରିଶ କରାଯାଇଛି। ଗୁରୁତର ଅବସ୍ଥାରେ ଥିବା ଶିଶୁମାନଙ୍କୁ ଏଠାକୁ ସ୍ଥାନାନ୍ତର କରାଯାଇଥାଏ। ହେଲେ ଏଠାରେ ଦାୟିତ୍ୱରେ ଥିବା ମହିଳା କର୍ମଚାରୀ ଶିଶୁମାନଙ୍କ ଉପରେ ୨୪ ଘଣ୍ଟା ନଜର ରଖିବା ପରିବର୍ତ୍ତେ ଟିକ୍‍ଟକ୍‌ରେ ମଜାମସ୍ତି କରିବାର ଭିଡିଓ ଦେଖିବାକୁ ମିଳିଛି। କର୍ମଚାରୀମାନେ କାର୍ଯ୍ୟ ସମୟରେ କିଭଳି ନିଜ ଦାୟିତ୍ୱ ସମ୍ପାଦନ କରୁଛନ୍ତି ଏହି ଭିଡିଓରେ ଦେଖିଲେ ତାହା ସ୍ପଷ୍ଟ ବାରି ହୋଇଯାଉଛି। ଜଣେ କିମ୍ବା ଦୁଇ ଜଣ ନୁହେଁ ସମସ୍ତ ମହିଳା ନର୍ସମାନେ ଟିକ୍‍ଟକ୍‍ ଭିଡିଓ କରିବାରେ ମାତିଛନ୍ତି। ଏପରିକି ଗୁରୁତର ଶିଶୁକୁ ହାତରେ ଧରି ଟିକ୍‍ଟକ୍‌ରେ ଭିଡିଓ ଶୁଟିଂ କରିବାର ଦୃଶ୍ୟ ମଧ୍ୟ ସାମ୍ନାକୁ ଆସିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories