www.samajalive.in
Sunday, December 7, 2025
26.1 C
Bhubaneswar

ବିବାଦୀୟ ମନ୍ତବ୍ୟ : ନୁପୁର ଶର୍ମାଙ୍କ ଗିରଫ ଦାବି କଲା ବୌଦ୍ଧ ଜାମିୟା ମସଜିଦ କମିଟି

ବୌଦ୍ଧ :  ବିଜେପିରୁ ନିଳମ୍ବିତ ହୋଇଥିବା ବିଜେପି ମୁଖପାତ୍ର ନୁପୁର ଶର୍ମା ପ୍ରଫେଟ ମହମ୍ମଦଙ୍କ ଉପରେ ବିବାଦୀୟ ବୟାନ ଦେବାପରେ ତାଙ୍କପାଇଁ ଦିନକୁ ଦିନ ସମସ୍ୟା ବଢିବାରେ ଲାଗିଛି । ସେପଟେ ନୁପୁର ଶର୍ମାଙ୍କ ବିରୋଧରେ ସମସ୍ତ ମୁସଲିମ ଦେଶ ରାଜରାସ୍ତାକୁ ଓହ୍ଲାଇଥିବାବେଳେ ବହୁ ସ୍ଥାନରେ ତାଙ୍କୁ ଜୋରଦାର ବିରୋଧ ମଧ୍ୟ କରାଯାଉଛି। ନୁପୁର ଶର୍ମାଙ୍କ ବିବାଦୀୟ ମନ୍ତବ୍ୟକୁ ନିନ୍ଦା କରିବା ସହିତ ଧର୍ମୀୟ ଭାବନାକୁ ଆଘାତ ପହଞ୍ଚାଇଥିବାରୁ ତାକୁ ବିରୋଧ କରି ବୌଦ୍ଧଜିଲ୍ଲା ମୁସଲିମ ସମାଜ ପକ୍ଷରୁ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏନେଇ ଆଜି ବୌଦ୍ଧଜିଲ୍ଲା ଜାମିୟା ମସଜିଦ ପକ୍ଷରୁ ଶତାଧିକ ମୁସଲମାନ ସମଜିଦ ଠାରୁ ବାହାରି ନୁପୁର ଶର୍ମାଙ୍କ ବିରୋଧରେ ସ୍ଲୋଗାନ ଦେବା ସହିତ ଏକ ରାଲିରେ ବୌଦ୍ଧ ଆଦର୍ଶ ଥାନା ପର୍ଯ୍ୟନ୍ତ ଯାଇଥିଲେ। ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ନୁପୁର ଶର୍ମାଙ୍କ କୁଶପୁତଳିକା ଦାହ କରିଥିଲେ। ଅତିଶୀଘ୍ର ନୁପୁର ଶର୍ମାକୁ ଗିରଫ କରିବା ସହିତ ତାଙ୍କୁ ଆଇନ ଅନୁଯାୟୀ କୋଠର ଦଣ୍ଡ ଦିଆଯିବା ଉଚିତ ବୋଲି ବୌଦ୍ଧ ଜାମିୟା ମସଜିଦ କମିଟି ପକ୍ଷରୁ ଦାବି କରାଯାଇଛି। ଏନେଇ ବୌଦ୍ଧ ଆଦର୍ଶ ଥାନାରେ ନୁପୁର ଶର୍ମାଙ୍କ ବିରୋଧରେ ଏକ ଏତଲା ଦେବା ସହିତ ତାଙ୍କୁ ଗିରଫ କରିବାକୁ ଦାବି କରାଯାଇଛି । ଏହି ବିକ୍ଷୋଭରେ ଜାମୀୟା ମସଜିଦ କମିଟି ସଭାପତି ଅବଦୁଲ କଲିମ ଖାଁ, ସଂପାଦକ ଜାହିର ଖାଁ, ମସଜିଦର ପେଶୀମାମ ସାହାବୁଦ୍ଦିନ ଖାନ, ଅବଦୁଲ ମହସିନ ଖାନ, ସର୍ଫୁଦିନ ଖାନ,ସାବିର ଖାନ ଓ ହଲିମ ଖାନ ପ୍ରମୁଖ ସାମିଲଥିଲେ।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories