www.samajalive.in
Monday, December 15, 2025
14.1 C
Bhubaneswar

ସଂଖ୍ୟା ୮ରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କ ଚମକିଥାଏ ଭାଗ୍ୟ

ସମାଜ ଡିଜିଟାଲ ଡେସ୍କ: ଜ୍ୟୋତିଷ ଶାସ୍ତ୍ର ଅନୁସାରେ କୌଣସି ବ୍ୟକ୍ତିଙ୍କ ଜନ୍ମ ତାରିଖ ତାଙ୍କର ବ୍ୟକ୍ତିତ୍ୱକୁ ପ୍ରକାଶ କରିଥାଏ। ସେମାନଙ୍କର ଭାଗ୍ୟ, ସ୍ୱଭାବ, କ୍ୟାରିୟର ଉପରେ ଖୁବ୍‍ ପ୍ରଭାବ ପକାଇଥାଏ। ତେବେ ଚାଲନ୍ତୁ ଜାଣିବା ସଂଖ୍ୟା ୮ରେ ଜନ୍ମଗ୍ରହଣ କରିଥିବା ପୁଅ ଓ ଝିଅଙ୍କ ଭାଗ୍ୟ କିପରି ଏବଂ ସେମାନଙ୍କ ସ୍ୱଭାବ ଓ କ୍ୟାରିୟର ସମ୍ପର୍କରେ।
ଜ୍ୟୋତିଷ ଶାସ୍ତ୍ର ସଂଖ୍ୟା ଅଙ୍କ ଅନୁସାରେ ଯଦି ଆପଣ ୨୮ରେ ଜନ୍ମ ହୋଇଥିଲେ ତେବେ ଆପଣଙ୍କର ମୂଳ ଅଙ୍କ ହେଉଛି ୧୭=୧+୭=୮। ଏହି ସଂଖ୍ୟା ଶନିଗ୍ରହ ଦ୍ୱାରା ପରିଚାଳିତ ହୋଇଥାଏ। ୮ ନଂ ସହିତ ଶନିଙ୍କ ଅନ୍ୟ ସଂଖ୍ୟା ହେଉଛି ୮ ଏବଂ ୨୬। ଏହି ଅଙ୍କରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କ ପାଖରେ ଶନି ଦେବଙ୍କ ଆଶୀର୍ବାଦ ରହିଥାଏ।

୮ନଂ ଦ୍ୱାରା ପରିଚାଳତ ହେଉଥିବା ବ୍ୟକ୍ତି ମାନଙ୍କ ଭାଗ୍ୟ ସିଂହ ପରି ଚମକିଥାଏ। ଏମାନେ ବହୁତ ଚଞ୍ଚଳ, ଅନୁଶାସନ ଏବଂ କର୍ତ୍ତବ୍ୟ ପରାୟଣ ହୋଇଥାନ୍ତି। ସେମାନେ ନିଜ କାର୍ଯ୍ୟରେ ପରିଶ୍ରମୀ ହେବା ସହିତ ସଚ୍ଚୋଟ ପଥରେ ସର୍ବଦା ଚାଲୁଥିବାରୁ ଜୀବନରେ ସଫଳତା ହାସଲ କରିଥାନ୍ତି। ହେଲେ କିଛି ଏସବୁ କାଇଁ ଟିକେ ବିଳମ୍ବ ହୋଇଥାଏ। ଏହି ନଂର ବ୍ୟକ୍ତି ମାନେ କଠିନ ପରିଶ୍ରମ କରି କ୍ୟାରିୟରରେ ସଫଳ ହେବା ସହିତ ଅଧିକ ରୋଜଗାର କରିଥାନ୍ତି। ଏବଂ ସଞ୍ଚୟ କରିବାର ଉପାୟ ସଠିକ୍‍ ଭାବେ ଜଣାଥିବାରୁ ସେମାନେ ଧୀରେ ଧୀରେ ଧନୀ ହେବାରେ ଲାଗନ୍ତି। ସରକାରୀ ଚାକିରି, ବ୍ୟବସାୟ, କୃଷି, ଜଙ୍ଗଲ ଏବଂ ନିର୍ମାଣ ଶିଳ୍ପରେ ସେମାନେ କ୍ୟାରିୟର କରି ସଫଳତା ପାଇଥାନ୍ତି।

- Advertisement -

୮ଅଙ୍କ ବିଶିଷ୍ଟ ବ୍ୟକ୍ତି ମାନେ ସ୍ୱାଭାବିକ ଭାବରେ ଏପ୍ରିଲ୍‍ ୨୧ରୁ ମେ ୨୦ରୁ ଅଗଷ୍ଟ ୨୧ରୁ ସେପ୍ଟେମ୍ବର ୨୦ ମଧ୍ୟରେ ଜନ୍ମ ହେଇଥିବା ଲୋକଙ୍କ ପ୍ରତି ଆକର୍ଷିତ ହୁଅନ୍ତି। ଏହା ବ୍ୟତୀତ ଯେଉଁମାନଙ୍କର ରେଡିକ୍ସ ସଂଖ୍ୟା ୪,୫,୭ ଏବଂ ୮ ସେମାନଙ୍କ ପ୍ରତି ମଧ୍ୟ ଆକର୍ଷିତ ହୁଅନ୍ତି। ଏହି ସଂଖ୍ୟାର ବ୍ୟକ୍ତି ମାନେ ପ୍ରେମ ବିବାହ କରନ୍ତି ଏବଂ ପାରିବାରିକ ଜୀବନ ସ୍ୱାଭାବିକ ରହିଥାଏ।

 

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories