www.samajalive.in
Saturday, December 6, 2025
14.1 C
Bhubaneswar

ମହୁମାଛି ଆକ୍ରମଣରେ ଜଣେ ମୃତ ,୩ ଆହତ

ଝୁମ୍ପୁରା : ଝୁମ୍ପୁରା ବ୍ଲକ ଅର୍ଶଳା ପଞ୍ଚାୟତ ଦୁର୍ଗାପୁର ଗ୍ରାମର କିଛି ଲୋକ ଗତକାଲି ସନ୍ଧ୍ୟାରେ ଛେଳି ଚରାଇବାକୁ ଯାଇଥିବା ସମୟରେ ମହୁମାଛି ଆକ୍ରମଣର ଶିକାର ହୋଇଥିବା ଜଣାଯାଇଛି। ମିଳିଥିବା ସୂଚନାରୁ ଜଣାଯାଏ ଯେ ଗ୍ରାମର ଜିଙ୍ଗି ମୁଣ୍ଡା (୫୬), ଜଙ୍ଗା ମୁଣ୍ଡା,ତତ୍ ମୁଣ୍ଡା ଛେଳି ଚରାଇବାକୁ ଯାଇଥିଲେ। ଏହି ସମୟରେ ମହୁମାଛି ଆକ୍ରମଣର ଶିକାର ହୋଇଥିଲେ । ଛେଳି ଚରାଉଥିବା ଲୋକଙ୍କ ପାଖରେ ପୂର୍ବତନ ସରପଂଚ ପ୍ରଶ୍ନ ନାଏକ ଛିଡ଼ା ହୋଇଥିଲେ। ସେ ମଧ୍ୟ ମହୁମାଛି ଆକ୍ରମଣର ଶିକାର ହୋଇଥିଲେ। ମହୁମାଛି ଆକ୍ରମଣର ଶିକାର ହୋଇଥିବା ବ୍ୟକ୍ତି ମାନଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ଝୁମ୍ପୁରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ପଠାଇଥିଲେ। ସେମାନଙ୍କ ମଧ୍ୟରୁ ବିଧବା ଜଙ୍ଗିଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଅଧିକ ଚିକିତ୍ସା ପାଇଁ ପଠାଇ ଥିଲେ। ସେଠାରେ ଚିକିତ୍ସା ଚାଲିଥିବା ବେଳେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଅନ୍ୟ ତିନି ଜଣକୁ ଝୁମ୍ପୁରା ଡାକ୍ତରଖାନା କର୍ତ୍ତୃପକ୍ଷ ପ୍ରାଥମିକ ଚିକିତ୍ସା ପରେ ଛାଡି ଦେଇଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories