www.samajalive.in
Saturday, December 6, 2025
16.1 C
Bhubaneswar

କାଶୀ ବିଶ୍ବନାଥ ମନ୍ଦିର ପୂଜକଙ୍କୁ ମିଳିବ ୯୦ହଜାର ଟଙ୍କା ଦରମା; ୫୦ ପୁରୋହିତ ପଦବୀରେ ହେବ ନିଯୁକ୍ତି

ବାରାଣସୀ: ବାରାଣସୀସ୍ଥିତ ଶ୍ରୀ କାଶୀ ବିଶ୍ବନାଥ ମନ୍ଦିରର ମୁଖ୍ୟ ପୂଜକଙ୍କୁ ୯୦ ହଜାର ଟଙ୍କା ଦରମା ମିଳିବ। ସେହିପରି କନିଷ୍ଠ ପୂଜକଙ୍କୁ ୮୦ ହଜାର ଓ ସହାୟକ ପୂଜକଙ୍କୁ ୬୫ ହଜାର ଟଙ୍କା ଦରମା ପ୍ରଦାନ କରାଯିବ। କାଶୀ ବିଶ୍ୱନାଥ ମନ୍ଦିର ଟ୍ରଷ୍ଟର ୧୦୫ତମ ବୈଠକରେ ୪୧ ବର୍ଷ ପରେ ପୁରୋହିତ ସେବା ନିୟମାବଳୀକୁ ନେଇ ସହମତି ପ୍ରକାଶ ପାଇବା ପରେ ଏହି ପରିବର୍ତ୍ତନ ହେବାକୁ ଯାଉଛି।

ବୈଠକରେ ଏହା ମଧ୍ୟ ନିଷ୍ପତ୍ତି ନିଆଯାଇଛି ଯେ, ମନ୍ଦିରରେ ସମୁଦାୟ ୫୦ ପୁରୋହିତ ପଦବୀ ରହିବ ଏବଂ ଏଥିରେ ନିଯୁକ୍ତି ପାଇଁ ବିଜ୍ଞାପନ ମଧ୍ୟ ଜାରି କରାଯିବ। ଏହା ବ୍ୟତୀତ ଶ୍ରୀ କାଶୀ ବିଶ୍ୱନାଥ ମନ୍ଦିର ଜିଲାର ସମସ୍ତ ସଂସ୍କୃତ ଛାତ୍ରଛାତ୍ରୀଙ୍କୁ ମାଗଣା ପୋଷାକ ଏବଂ ବହି ଯୋଗାଇବ। ପ୍ରଥମ ଥର ପାଇଁ ମନ୍ଦିର ସଂସ୍କୃତ ଜ୍ଞାନ ପ୍ରତିଯୋଗିତା ମଧ୍ୟ ଆୟୋଜନ କରିବ। ଏଥିସହ ସହରର ଅନେକ ସ୍ଥାନରେ ବାବାଙ୍କ ପ୍ରସାଦ ବଣ୍ଟନ କରାଯିବ।

- Advertisement -

ସୂଚନାଯୋଗ୍ୟ, ୧୯୮୩ ମସିହାରେ ମନ୍ଦିର ଅଧିଗ୍ରହଣ ପରେ, ପୁରୋହିତ ସେବା ନିୟମାବଳୀ ସ୍ଥଗିତାବସ୍ଥାକୁ ପଳାଇଥିଲା। କିନ୍ତୁ ବର୍ତ୍ତମାନ ନୂଆ ପରିବର୍ତ୍ତନ ସହ ଏହାକୁ କାର୍ଯ୍ୟକାରୀ କରାଯିବା ପରେ କାଶୀ ବିଶ୍ୱନାଥ ମନ୍ଦିରର ମୁଖ୍ୟ ପୁରୋହିତଙ୍କୁ ୯୦ ହଜାର ଟଙ୍କା, କନିଷ୍ଠ ପୁରୋହିତଙ୍କୁ ୮୦,୦୦୦ ଟଙ୍କା ଏବଂ ସହକାରୀ ପୁରୋହିତଙ୍କୁ ୬୫,୦୦୦ ଟଙ୍କା ମିଳିବ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories