ଭୁବନେଶ୍ୱର: ବିଜେଡିରେ ମିଶିଛନ୍ତି ଆଦିତ୍ୟ ବିର୍ଲା ସମୂହର ପୂର୍ବତନ ସିଇଓ ସଂତୃପ୍ତ ମିଶ୍ର। ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଇଛନ୍ତି। ପୂର୍ବରୁ ସଂତୃପ୍ତ ମିଶ୍ର ବହୁରାଷ୍ଟ୍ରୀୟ କମ୍ପାନୀରେ କାର୍ଯ୍ୟ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ମିଶିଥିବା ଗଣମାଧ୍ୟମରେ କହିଛନ୍ତି ସଂତୃପ୍ତ। ଏହାସହିତ ମୁଖ୍ୟମନ୍ତ୍ରୀ ମୋତେ ପ୍ରେରଣା ଦେଇଛନ୍ତି ବୋଲି କହିଛନ୍ତି ସଂତୃପ୍ତ । ମୁଖ୍ୟମନ୍ତ୍ରୀ ଆଗାମି ଦିନରେ ଯେଉଁ ଦାୟିତ୍ୱ ଦେବେ ତାକୁ ନିଷ୍ଠାର ସହ ତୁଲାଇବେ ବୋଲି କହିଛନ୍ତି। ବର୍ତ୍ତମାନ ଏକାମ୍ର ପ୍ରକଳ୍ପର ଉପଦେଷ୍ଟା ଅଛନ୍ତି ସଂତୃପ୍ତ।
Popular Categories



