www.samajalive.in
Saturday, December 13, 2025
18.1 C
Bhubaneswar

ଖାଇବା ପୂର୍ବରୁ ଜାଣି ରଖନ୍ତୁ ; ଏସବୁ ଖାଦ୍ୟ ଖାଇବା ପରେ ହୋଇଥାଏ ଚର୍ମଜନିତ ସମସ୍ୟା..

ଖାଦ୍ୟରୁ ଏଲର୍ଜି ବିଭିନ୍ନ କାରଣରୁ ହେବାର ସମ୍ଭାବନା ଥାଏ। ଫଳରେ ଶରୀରରେ ଚର୍ମରେ ବିଭିନ୍ନ ପ୍ରକାର ସମସ୍ୟା ସୃଷ୍ଟି ହୋଇଥାଏ। ବିଶେଷ କରି ଅଧିକାଂଶ ଲୋକଙ୍କ ନିକଟରେ ଏହି ସମସ୍ୟା ଦେଖାଦେଇଥାଏ। ଶରୀରର ବିଭିନ୍ନ ସ୍ଥାନରେ ଗୋଲ ଆକୃତିର ହୋଇ କୁଣ୍ଡାଇ ହୋଇଥାଏ। ଅନେକ ସମୟରେ ଏହି ସଂକ୍ରମଣ ବୃଦ୍ଧି ପାଇ ଅସହ୍ୟ ହୋଇଥାଏ। ଏଥିରୁ ରକ୍ଷା ପାଇବା ପାଇଁ ଏଲର୍ଜିର କାରଣ ଓ ଏଲର୍ଜି ହେଉଥିବା ଖାଦ୍ୟକୁ ଚିହ୍ନଟ କରିବା ନିତାନ୍ତ ଆବଶ୍ୟକ। ଯାଦ୍ୱାରା ଏହାକୁ ଦୂର କରାଯାଇପାରିବ। ବିଶେଷଜ୍ଞଙ୍କ ମତାନୁସାରେ ଏଭଳି ୫ଟି ଖାଦ୍ୟ ରହିଛି,ଯାହାଦ୍ୱାରା ଏଲର୍ଭି ହେବାର ସମ୍ଭାବନା ଥାଏ।

ଶେଲଫିସ୍‌‌ – ଏହା ଦ୍ୱାରା ଏଲର୍ଜି ହେବା ଖୁବ ସାଧାରଣ। ଏହି ଏଲର୍ଜି କାରଣରୁ ଚର୍ମରୋଗ, ଏକଜିମା, ଲାଲ ଦାଗ ହୋଇ ଗୋଲ ଆକୃତିର ଆଦି ସମସ୍ୟା ସୃଷ୍ଟି ହୋଇଥାଏ। କେବଳ ଖାଇବା ନୁହେଁ ବରଂ ଏହାକୁ ସ୍ପର୍ଶ କରିବା ଦ୍ୱାରା ମଧ୍ୟ ଏଲର୍ଜି ହୋଇଥାଏ।

ଡ୍ରାଏ ଫ୍ରୁଟ୍ସ – ବାଦାମ, ଅଖରୋଟ ଓ କାଜୁ ଭଳି ଡ୍ରାଏ ଫ୍ରୁଟ୍ସ ଖାଇବା ଦ୍ୱାରା ମଧ୍ୟ ଏଲର୍ଜି ସୃଷ୍ଟି ହୋଇଥାଏ। ଡ୍ରାଏ ଫ୍ରୁଟ୍ସ କାରଣରୁ ହେଉଥିବା ଏଲର୍ଜି ପାଇଁ ଶରୀରର ବିଭିନ୍ନ ସ୍ଥାନ କୁଣ୍ଡାଇ ହେବା, ଫୁଲିବା ଓ ନିଶ୍ୱାସ ପ୍ରଶ୍ୱାସ ସମୟରେ ମଧ୍ୟ କଷ୍ଟ ଅନୁଭବ ହୋଇଥାଏ। ଏଭଳି କି ଡ୍ରାଏ ଫ୍ରୁଟ୍ସର ତେଲକୁ ମୁହଁରେ ଲଗାଇବା ଦ୍ୱାରା ମଧ୍ୟ ଅନେକ ସମୟରେ ସମସ୍ୟା ସୃଷ୍ଟି ହୋଇଥାଏ। ତ୍ୱଚାରେ ଜଳାପୋଡା ମଧ୍ୟ ହୋଇଥାଏ।

ଦୁଗ୍ଧ ଜାତୀୟ ଖାଦ୍ୟ – ଅନେକ ସମୟରେ କିଛି ପିଲାଙ୍କର ଦୁଗ୍ଧ ଜାତୀୟ ଖାଦ୍ୟ ସେବନ କରିବା ଦ୍ୱାରା ମଧ୍ୟ ଏଲର୍ଜି ହୋଇଥାଏ। କ୍ଷୀର, ଦହି, ପନୀର, ବଟର ଖାଇବା ପରେ ପିଲାଙ୍କ କ୍ଷେତ୍ରରେ କୁଣ୍ଡାଇ ହୋଇ ଲାଲ ଦାଗ ସହ ଅନେକ ଚର୍ମରୋଗ ସମସ୍ୟା ଦେଖାଦେଇଥାଏ।

- Advertisement -

ଅଣ୍ଡା – ଅଣ୍ଡାରୁ ମଧ୍ୟ ଏଲର୍ଜି ହୋଇଥାଏ। ବିଶେଷ କରି ପିଲାଙ୍କ କ୍ଷେତ୍ରରେ ଏହା ଅଧିକ ଦେଖାଯାଏ। ଅଣ୍ଡା କିମ୍ବା ଅଣ୍ଡା ଥିବା ଖାଦ୍ୟପଦାର୍ଥ ଖାଇବା ଦ୍ୱାରା କେତେକ ସମୟରେ ନିଶ୍ୱାସ ପ୍ରଶ୍ୱାସ ନେବାରେ ମଧ୍ୟ ସମସ୍ୟା ହୋଇଥାଏ। ଚର୍ମ ସମ୍ବନ୍ଧୀୟ କେତେକ ସମସ୍ୟା ମଧ୍ୟ ଦେଖାଦିଏ। ମାତ୍ର ଅଣ୍ଡା କାରଣରୁ ହେଉଥିବା ଏଲର୍ଜି ବୟସ ବୃଦ୍ଧି ହେବା ସହ ଠିକ୍‌‌ ହୋଇଯାଇଥାଏ।

ସେହିଭଳି ସୋୟା ଜାତୀୟ ଜିନିଷ, ସୋୟା ପ୍ରୋଟିନ,ସୋୟା ତେଲ ଆଦି ଖାଇବା ଦ୍ୱାରା ମଧ୍ୟ ଏଲର୍ଜି ହୋଇଥାଏ।

 

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories