ଫିକ୍ସଡ ଡିପୋଜିଟ୍ ନିବେଶକଙ୍କ ପାଇଁ ଖୁସି ଖବର, ବଢିବ ସୁଧ ହାର

ନୂଆଦିଲ୍ଲୀ :ଭାରତୀୟ ରିଜର୍ଭ ବ୍ୟାଙ୍କ ତରଫରୁ ଗୁରୁବାର ରେପୋ ରେଟରେ ଯଦିଓ କୌଣସି ପରିବର୍ତ୍ତନ ହୋଇନି କିନ୍ତୁ ଫିକ୍ସଡ ଡିପୋଜିଟର ସୁଧ ହାରରେ ବୃଦ୍ଧି ଜାରି ରହିବ । ଲୋନ୍ ଗ୍ରୋଥ ଉଚ୍ଚ ସ୍ତରରେ ରହିବା ଏହାର ଏକ ମୁଖ୍ୟ କାରଣ । ସେହିଭଳି ଡିପୋଜିଟ୍ ଗ୍ରୋଥ୍ ଲଗାତର କମିଛି । ଏଭଳି କ୍ଷେତ୍ରରେ ବ୍ୟାଙ୍କ ଡିପୋଜିଟକୁ ଆକର୍ଷିତ କରିବା ପାଇଁ ସୁଧ ହାରରେ ବୃଦ୍ଧି କରିବାରେ ଲାଗିଛି ।

ଅଧିକ ସମୟର ଅବଧି ତୁଳନାରେ ଛୋଟ ଅବଧି ବିଶିଷ୍ଟ ଫିକ୍ସ୍ଡ ଡିପୋଜିଟରେ ଅଧିକ ବୃଦ୍ଧି ଦେଖିବାକୁ ମିଳିଛି । ନିକଟରେ କିଛି ବ୍ୟାଙ୍କ ଯଥା ଆକ୍ସିସ୍ ବ୍ୟାଙ୍କ, ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ, ଏଚଡିଏଫସି ବ୍ୟାଙ୍କ ଏବଂ ଇଣ୍ଡସଇଣ୍ଡ ବ୍ୟାଙ୍କ ଦ୍ବାରା ୨୦୦ରୁ ୩୦୦ ଦିନର ଏଫଡିର ସୁଧ ହାରରେ ବୃଦ୍ଧି କରାଯାଇଛି ।

ଏକ ଜାତୀୟ ଗଣମାଧ୍ୟମ ସହ ଆଲୋଚନା କରି ଏସବିଆଇ ଏମଡି ଅଶ୍ବିନୀ କୁମାର ତିଓ୍ବାରୀ କହିଛନ୍ତି କି ଲୋନ୍ ଗ୍ରୋଥ୍ ତୀବ୍ର ଗତିରେ ଉପରକୁ ଯାଉଛି । ଅଧିକ ଲୋକ ସେୟାର ବଜାର ଏବଂ ମ୍ୟୁଚୁଆଲ୍ ଫଣ୍ଡ ଆଡେ ଆଗ୍ରହ ଦେଖାଉଥିବା କାରଣରୁ ଡିପୋଜିଟ୍ ହାରରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ତେବେ ଏହାର ଫଳସ୍ବରୂପ ଡିପୋଜିଟରେ ସୁଧ ହାର ବୃଦ୍ଧି ପାଇପାରେ ।

ସୁଧ ହାର ବଢିବା ପାଇଁ ରେପୋ ରେଟ୍ ବ୍ୟତୀତ ଏହାର ମଧ୍ୟ ଏକ ବଡ ଭୂମିକା ରହିଛି । ଯେବେ ଲୋନ୍ ଗ୍ରୋଥ୍ ଡିପୋଜିଟ୍ ଗ୍ରୋଥଠୁ ଆଗକୁ ବଢିଯାଏ ତେବେ ବ୍ୟାଙ୍କକୁ ନୂଆ ଡିପୋଜିଟକୁ ଆକର୍ଷିତ କରିବା ପାଇଁ ଜମାରେ ସୁଧ ହାର ବଢାଇବାକୁ ପଡିଥାଏ ।

Comments are closed.