ନୂଆଦିଲ୍ଲୀ: ଚାକିରି ବଦଳରେ ଜମି ଦୁର୍ନୀତି ମାମଲାରେ ଲାଲୁ ପ୍ରସାଦ ଯାଦବଙ୍କ ପରିବାରକୁ ବଡ଼ ଆଶ୍ୱସ୍ତି। ଦିଲ୍ଲୀ କୋର୍ଟରୁ ତାଙ୍କ ପରିବାରକୁ ଜାମିନ ପ୍ରଦାନ କରାଯାଇଛି। ଦିଲ୍ଲୀ ରାଉସ୍ ଆଭେନ୍ୟୁ କୋର୍ଟରେ ଲାଲୁ ଯାଦବଙ୍କ ପତ୍ନୀ ରାବ୍ରି ଦେବୀ, ଝିଅ ମିସା ଭାରତୀ ଏବଂ ହେମା ଯାଦବଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରାଯାଇଛି। ଏହି ମାମଲାର ଶୁଣାଣି ବେଳେ କୋର୍ଟ ଅନ୍ୟ ଜଣେ ଅଭିଯୁକ୍ତ ହୃଦୟାନନ୍ଦ ଚୌଧୁରୀଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଛନ୍ତି କୋର୍ଟ। ଶୁକ୍ରବାର ଏହି ମାମଲାର ଶୁଣାଣି ବେଳେ କୋର୍ଟ ସମସ୍ତଙ୍କ ଆବେଦନକୁ ଗ୍ରହଣ କରି ୧ଲକ୍ଷ ଟଙ୍କା ଜରିମାନା ବଦଳରେ ଜାମିନ ପ୍ରଦାନ କରିଛନ୍ତି। ଶୁକ୍ରବାର ଶୁଣାଣି ବେଳେ ରାବ୍ରି ଦେବୀ, ଝିଅ ମିସା ଭାରତୀ ଓ ହେମା ଯାଦବଙ୍କ ଅନ୍ୟ ମାନେ କୋର୍ଟରେ ହାଜର ହୋଇଥିଲେ। ଜାମିନ ଆବେଦନର ଶୁଣାଣି ଜଷ୍ଟିସ୍ ବିଶାଲ ଗୋଗନେଙ୍କ କୋର୍ଟରେ ହୋଇଥିଲା।
Popular Categories



