www.samajalive.in
Sunday, December 7, 2025
23.1 C
Bhubaneswar

ଏନଟିଏ ମହାନିର୍ଦେଶକ ସୁବୋଧ ବିଦା, ପ୍ରଦୀପଙ୍କୁ ମିଳିଲା ନୂଆ ଦାୟିତ୍ୱ

ନୂଆଦିଲ୍ଲୀ: ନିଟ ଏବଂ ୟୁଜିସି-ନେଟ ବିବାଦ ମଧ୍ୟରେ କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷେପ ନେଇଛନ୍ତି। ଆଜି କେନ୍ଦ୍ର ସରକାରଙ୍କ ପକ୍ଷରୁ ସୁବୋଧ କୁମାର ସିଂହଙ୍କୁ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି(ଏନଟିଏ) ମହାନିର୍ଦେଶକ ପଦରୁ ହଟାଇ ଦେଇଛନ୍ତି। ସରକାର। ତାଙ୍କ ସ୍ଥାନରେ ପ୍ରଦୀପ ସିଂହ ଖରୋଲାଙ୍କୁ ଏନଟିଏର ମହାନିର୍ଦେଶକ ଦାୟିତ୍ବ ହସ୍ତାନ୍ତର କରିଛନ୍ତି।

ପୂର୍ବରୁ କେନ୍ଦ୍ର ସରକାରଙ୍କ ଏକାଧିକ ମନ୍ତ୍ରଣାଳୟରେ କାର୍ଯ୍ୟ କରିବାର ଅଭିଜ୍ଞତା ପ୍ରଦୀପ ସିଂହ ଖରୋଲାଙ୍କ ନେତୃତ୍ବରେ ବର୍ତ୍ତମାନ ଏନଟିଏ କାମ କରିବ। ଏନଟିଏ ଦେଶରେ ନିଟ, ୟୁଜିସି ନେଟ, ସିୟୁଇଟି ଏବଂ ଜେଇଇ ମେନ ଭଳି ଜାତୀୟସ୍ତରର ପରୀକ୍ଷା ଆୟୋଜନ କରିବ।  ଆଜି ତାଙ୍କୁ କେନ୍ଦ୍ର ସରକାର ଅତିରିକ୍ତ ଭାବେ ଏନଟିଏର ମହାନିର୍ଦ୍ଦେଶ ଦାୟିତ୍ୱ ଦେଇଛନ୍ତି। ଏନଟିଏର ସ୍ଥାୟୀ ମହାନିର୍ଦ୍ଦେଶ ନିଯୁକ୍ତ ନ ହେବା ପର୍ଯ୍ୟନ୍ତ ପ୍ରଦୀପ ଏହି ପଦରେ ରହିବେ ବୋଲି କେନ୍ଦ୍ର ସରକାର ଜାରି କରିଥିବା ବିଜ୍ଞପ୍ତିରେ କହିଛନ୍ତି

- Advertisement -

ଅପରପକ୍ଷରେ ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଥିବା ନିଟ-ପିଜି ପ୍ରବେଶିକା ପରୀକ୍ଷା ସ୍ଥଗିତ ଘୋଷଣା କରାଯାଇଛି। ନିକଟରେ ବିଭିନ୍ନ ପରୀକ୍ଷାକୁ ନେଇ ଅଭିଯୋଗ ପରେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ଶୀଘ୍ର ପରୀକ୍ଷା ତାରିଖ ଘୋଣା କରାଯିବ ବୋଲି ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।

Hot this week

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

Related Articles

Popular Categories