www.samajalive.in
Sunday, December 7, 2025
26.1 C
Bhubaneswar

ବିଶ୍ୱର ଦ୍ୱିତୀୟ ସବୁଠୁ ବଡ଼ ଧନୀ ହେଲେ ବର୍ଣ୍ଣାଡ ଆର୍ନାଲ୍ଟ, ୧୩ ନମ୍ବର ସ୍ଥାନରେ ମୁକେଶ

ୱାଶିଂଟନ : ବିଲ ଗେଟ୍ସ ନୁହେଁ ଏବେ ବର୍ଣ୍ଣାଡ ଆର୍ନାଲ୍ଟ (୭୦) ହେଉଛନ୍ତି ବିଶ୍ୱର ଦ୍ୱିତୀୟ ସବୁଠୁ ବଡ଼ ଧନୀ ବ୍ୟକ୍ତି। ବିଳାସପୂର୍ଣ୍ଣ ସାମଗ୍ରୀ କମ୍ପାନୀ ଏଲଭିଏମଏଚର ଅଧ୍ୟକ୍ଷ ବର୍ଣ୍ଣାଡ଼ଙ୍କ ସମ୍ପତ୍ତି ଏବେ ୭.୪୫ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ଅନ୍ୟପକ୍ଷରେ ମାଇକ୍ରୋସଫ୍ଟର ପ୍ରତିଷ୍ଠାତା ବିଲ ଗେଟ୍ସ ଏବେ ସବୁଠୁ ବଡ଼ ଧନୀ ତାଲିକାର ତୃତୀୟ ନମ୍ବର ସ୍ଥାନକୁ ଖସି ଆସିଛନ୍ତି। ବର୍ଣ୍ଣାଡ଼ଙ୍କ କମ୍ପାନୀ ଏଲଭିଏମଏଚର ପ୍ରତି ସେୟାର ମୂଲ୍ୟ ୧.୩୮% ବୃଦ୍ଧି ସହ ମଙ୍ଗଳବାର ତାଙ୍କ ମୋଟ ସମ୍ପତ୍ତି ୧୦୮ ଶହ କୋଟି ଡଲାର (୭.୪୫ ଲକ୍ଷ କୋଟି ଟଙ୍କା)ରେ ପହଞ୍ଚିଛି। ସେପଟେ ବିଲଗେଟ୍ସଙ୍କ ମୋଟ ସମ୍ପତ୍ତି ୧୦୭ ଶହ କୋଟି ଡଲାର (୭.୩୮ ଲକ୍ଷ କୋଟି ଟଙ୍କା) ରହିଛି।
ବିଲଗେଟ୍ସ ଦୀର୍ଘ ୭ ବର୍ଷ ପରେ ବ୍ଲୁମବର୍ଗର କୋଟିପତି ତାଲିକାର ତୃତୀୟ ନମ୍ବର ସ୍ଥାନକୁ ଖସିଛନ୍ତି। ଏଥିରେ ସାମିଲ ବିଶ୍ୱର ୫୦୦ ଧନୀଙ୍କ ମୋଟ ସମ୍ପତ୍ତି ମୂଲ୍ୟ ପ୍ରତି ଦିନ ଆମେରିକା ସେୟାର ବଜାର ବନ୍ଦ ହେବା ପରେ ଅପଡେଟ ହୋଇଥାଏ। ଏହି ତାଲିକାର ପ୍ରଥମ ସ୍ଥାନରେ ଅଛନ୍ତି ଆମାଜନର ପ୍ରତିଷ୍ଠାତା ତଥା ସିଇଓ ଜେଫବେଜୋସ। ତାଙ୍କ ମୋଟ ସମ୍ପତ୍ତି ମୂଲ୍ୟ ହେଉଛି ୧୨୫ ଶହ କୋଟି ଡଲାର। ଏହି ତାଲିକାରେ ଭାରତର ମୁକେଶ ଅମ୍ବାନୀ ୧୩ ନମ୍ବର, ଅଜିମ ପ୍ରେମଜୀ ୪୮ ନମ୍ବର, ଶିବ ନାଦାର ୯୨ ଏବଂ କୋଟାକ ମହିଦ୍ରା ବ୍ୟାଙ୍କର ପରିଚାଳନା ନିର୍ଦେଶକ ଉଦୟ କୋଟାକ ୯୬ ନମ୍ବର ସ୍ଥାନରେ ଅଛନ୍ତି।

Hot this week

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

Related Articles

Popular Categories