ଆମିଷ ଭୋଜନର ଆବଶ୍ୟକତା

0

ଆମ ହିନ୍ଦୁ ପରମ୍ପରାର ନୀତିନିୟମ ଅନୁସାରେ ଅଧିକାଂଶ ଦିନ ଘରେ ଆମିଷ ବ୍ୟଞ୍ଜନ ରନ୍ଧାହୁଏନାହିଁ। ଘରର ମହିଳାମାନେ ହାତଗଣତି ଦିନରେ ହିଁ ଆମିଷ ଖାଉଥିବାର ଦେଖାଯାଏ। ଏହା ପଛର ମୁଖ୍ୟ କାରଣ ହେଉଛି ଈଶ୍ବରଙ୍କ ପ୍ରତି ସେମାନଙ୍କ ଭକ୍ତି।

ଖାଦ୍ୟ ବିଶେଷଜ୍ଞଙ୍କ ମତରେ ପ୍ରତ୍ୟେକ ବର୍ଗର ଲୋକେ ସପ୍ତାହକୁ ଥରୁଟିଏ ହେଉ ପଛକେ ଆମିଷ ଭୋଜନ କରିବା ଜରୁରୀ। ଅଣ୍ଡା, ମାଛ, ଚିକେନ୍ ଖାଇବା ଦ୍ବାରା ଶରୀରକ ଶକ୍ତି ମିଳିବା ସହ ଅନ୍ୟାନ୍ୟ ଆବଶ୍ୟକତା ମଧ୍ୟ ପୂରଣ ହୁଏ।

ପିଲାମାନେ ଅଣ୍ଡା ଖାଇଲେ ସେମାନଙ୍କ ରୋଗପ୍ରତିରୋଧକ ଶକ୍ତି ବଢ଼ିଥାଏ।

ବଜାରରେ ବିଭିନ୍ନ ପ୍ରକାରର ମାଛ ମିଳିଥାଏ। ଏହା ହଜମ ଭଲରେ ହେବା ସହ ଦୃଷ୍ଟି ଶକ୍ତି ତୀକ୍ଷ୍ଣ କରେ।

ସବୁଜ ପନିପରିବାରେ ମିଳୁନଥିବା ପୋଷକତତ୍ତ୍ବ କଚିକେନରୁ ମିଳୁଥିବାର ବିଶେଷଜ୍ଞଙ୍କ ମତ। ଏଣୁ ସପ୍ତାହରେ ଥରେ କିମ୍ବା ଦୁଇଥର ଏହି ସବୁ ଆମିଷ ଭୋଜନ କରିବା ଭଲ।

Leave A Reply