www.samajalive.in
Monday, December 15, 2025
27.1 C
Bhubaneswar

ପୁରୁଣା ସ୍ମୃତିକୁ ତାଜା କରିବ ନୋକିଆର ଏହି ନୂଆ ଫୋନ୍, ଦାମ୍ ମାତ୍ର..

ନୂଆଦିଲ୍ଲୀ : ଏଚଏମଡି ଗ୍ଲୋବାଲ ନିକଟରେ ନୋକିଆ ୩୨୧୦(୨୦୨୪) ଆଣିବା ପରେ ଏବେ ଆଉ ୨ ନୂଆ ଫିଚର ଫୋନ୍ ଭାରତରେ ଲଞ୍ଚ୍ କରିଛି । ଏହି ଫୋନ୍ ନୋକିଆ ୨୩୫ ୪ଜି ଏବଂ ନୋକିଆ ୨୨୦ ୪ଜି । ଏଥିରୁ ଜଣାପଡୁଛି କି ନୋକିଆ କେବଳ ନୂଆ ସ୍ମାର୍ଟଫୋନ୍ ନୁହେଁ ବରଂ ଫିଚର ଫୋନ୍ ପ୍ରସ୍ତୁତ ଉପରେ ମଧ୍ୟ ଧ୍ୟାନ ଦେଉଛି । ଏହି ଫିଚର ଫୋନ୍ ପୁରୁଣା ସ୍ମୃତିକୁ ତାଜା କରୁଛି । ବହୁ ଆଗରୁ ଏହି ଫୋନର ଅନେକ କ୍ରେଜ୍ ଥିଲା ।

ନୋକିଆ ୨୩୫୪ଜି(୨୦୨୪)ରେ ୨.୮ ଇଞ୍ଚର ଡିସପ୍ଲେ ଏବଂ ୨ ମେଗାପିକ୍ସେଲର କ୍ୟାମେରା ରହିଛି । ଏହି ଫୋନରେ ୟୁନିସୋକ୍ ଟି୧୦୭ ପ୍ରୋସେସର ଏବଂ ନୋକିଆ ଏସ୩୦ପ୍ଲସର ଅପରେଟିଂ ସୁବିଧା ମିଳିବ । ଫୋନରେ ୬୪ ଏମବି ରାମ୍ ଏବଂ ୧୨୮ ଏମବିର ଷ୍ଟୋରେଜ୍ ରହିଛି ଯାହାକୁ ଆପଣ ମେମୋରୀ କାର୍ଡ ଲଗାଇ ୩୨ ଜିବି ପର୍ଯ୍ୟନ୍ତ ବଢାଇପାରିବେ । ଫୋନରେ ୧୪୫୦ ଏମଏଏଚ୍ ବ୍ୟାଟେରୀ ରହିଛି ଏବଂ ଥରେ ଚାର୍ଜ ହେଲେ ଏହା ପ୍ରାୟ ୯.୮ ଘଣ୍ଟା ପର୍ଯ୍ୟନ୍ତ ଚାଲିବ ।

- Advertisement -

ଫୋନରେ ଚାର୍ଜ ପାଇଁ ୟୁଏସବି ଟାଇପ୍ ସି ରହିଛି । ଫୋନରେ କିଛି ଇଣ୍ଟରନେଟ୍ ଆପ୍ସ ମଧ୍ୟ ସପୋର୍ଟ କରିବ । ଏଥିରେ ଆପଣ ନ୍ୟୁଜ୍, ପାଣିପାଗ ଅପଡେଟ୍ସ, ୟୁଟ୍ୟୁବ୍ ସର୍ଟ୍ସ ଦେଖିପାରିବେ । ଏଥିରେ ଡିଜିଟାଲ ପୈଠ ପାଇଁ ସ୍କାନ୍ ଏବଂ ପେ ୟୁପିଆଇ ପେମେଣ୍ଟ ଆପ୍ସ ଆସୁଛି । ଏହା ୟୁପିଆଇକୁ ସପୋର୍ଟ କରେ ଏବଂ ନ୍ୟାସନାଲ୍ ପେମେଣ୍ଟସ କର୍ପୋରେସନ ଅଫ୍ ଇଣ୍ଡିଆ ଦ୍ବାରା ସ୍ବୀକୃତ ଯାହା ଡିଜିଟାଲ ପୈଠକୁ ସହଜ କରିବ ।

ଡୋଡାରେ ଗୁଳି ବିନିମୟ: ୩ ଆତଙ୍କୀ ସଫା, ଜଣେ ଯବାନ ଆହତ

Hot this week

ଡିଜିପିଙ୍କ କ୍ୟାମ୍ପ ଅଫିସ ସମ୍ମୁଖରେ ବିଜେଡିର ଧାରଣା

ଭୁବନେଶ୍ବର: ପ୍ରଣବଙ୍କ ଘରେ ଭଙ୍ଗାରୁଜାକୁ ନେଇ ପ୍ରତିବାଦ ତୀବ୍ର ହେବାରେ ଲାଗିଛି।...

କେନ୍ଦ୍ରାପଡାରେ ଶୀତଳ ଭଣ୍ଡାର ଲୋକାର୍ପଣ

ସମାଜ ଡିଜିଟାଲ ଡେସ୍କ: କେନ୍ଦ୍ରାପଡା ଜମଧର ଠାରେ ନିର୍ମିତ ଶୀତଳଭଣ୍ଡାରକୁ ଲୋକାର୍ପଣ...

ମୋଦୀଙ୍କୁ କଂଗ୍ରେସର ଅପଶବ୍ଦ : କ୍ଷମା ଦାବି କଲେ ନଡ୍ଡା

ସମାଜ ଲାଇଭ ଡ଼େସ୍କ : ଗତକାଲି ଦିଲ୍ଲୀରେ ଏସାଇଆର ବିରୋଧରେ କଂଗ୍ରେସ...

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

Related Articles

Popular Categories