ସ୍ୱାଭାବିକ ପ୍ରସବର ଗୁରୁତ୍ୱକୁ ପ୍ରୋତ୍ସାହିତ କରିବା ଲାଗି ମେଗା ବେବି ସାୱାର କାର୍ଯ୍ୟକ୍ରମ

ଡେସ୍କ: ୨୦୦ରୁ ଅଧିକ ଲୋକଙ୍କ ମୁହଁରେ ହସ ଫୁଟାଇବା ଲାଗି ଅଙ୍କୁରା ହସପିଟାଲ ଏକ ଇଭେଂଟର ଆୟୋଜନ କରିଥିଲା। ଏଥିରେ ମେଗା ବେବି ସାୱାର ଏକ ନିଆର ଅନୁଭୂତି ପ୍ରଦାନ କରିଥିଲା। ଗର୍ଭଧାରଣ ଉତ୍ସବ ପାଳନ କରିବା ଓ ସାଧାରଣ ପ୍ରସବ ଲାଭ ବିଷୟରେ ଲୋକମାନଙ୍କୁ ସଚେତନ କରାଇବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା।

ଏହି କାର୍ଯ୍ୟକ୍ରମରେ ଡକ୍ଟର ଜିଏସଏସ ମହାପାତ୍ର, ଡକ୍ଟର ବିଚିତ୍ରାନନ୍ଦ ରାଉତ, ଡକ୍ଟର ଲୀନା ଦାସ, ଡକ୍ଟର ମୋନାଲିସା ନାୟକ, ଡକ୍ଟର ରମାମଞ୍ଜରୀ ନାୟକ, ଡକ୍ଟର ସୌମ୍ୟା ଦାସ ଓ ଡକ୍ଟର ଦେବାଶିଷ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ। ଅଙ୍କୁରା ହସପିଟାଲ ପକ୍ଷରୁ ମା’ ହେବାକୁ ଯାଉଥିବା ମହିଳାଙ୍କ ପାଇଁ ଏହି ମୂଲ୍ୟବାନ କାର୍ଯ୍ୟକ୍ରମର ଗୁରୁତ୍ୱ ଥିଲା। ଅତିଥିଙ୍କ ପହଁଚିବା ପରେ ଏକ ସୁନ୍ଦର ଉପସ୍ଥାପନ, ସୁସ୍ୱାଦୁ ଖାଦ୍ୟ ଓ ସେମାନଙ୍କ ଛୋଟ ପିଲାମାନଙ୍କ ମନୋରଞନ ପାଇଁ କାର୍ଯ୍ୟକ୍ରମ ମାନ ଆୟୋଜନ କରାଯାଇଥିଲା। ମଜାଳିଆ ଓ ରୋମାଂଚକର କାର୍ଯ୍ୟକ୍ରମ ସହ ଷ୍ଟାଣ୍ଡଅପ କମେଡି, ନେଲ ଆର୍ଟ, ମେହେନ୍ଦି, ର‍୍ୟାମ୍ପ ୱାକ, ଫଟୋ ଓ ଭିଡିଓ ବୁଥ, ଲକି ଡ୍ର ପ୍ରଭୃତି ଆକର୍ଷଣୀୟ କାର୍ଯ୍ୟକ୍ରମମାନ ରଖାଯାଇଥିଲା। ସ୍ତ୍ରୀ ଓ ଶିଶୁ ରୋଗ ବିଶେଷଜ୍ଞଙ୍କ ଦ୍ୱାରା ପାରସ୍ପରିକ ଆଲୋଚନା, ଜନ୍ମ ପରବର୍ତୀ ଶିଶୁ ଯତ୍ନ ଓ ସମ୍ଭାବ୍ୟ ମା ମାନଙ୍କ ପାଇଁ କେତେକ ମାର୍ଗଦର୍ଶନ ପ୍ରଦାନ କରାଯାଇଥିଲା। ହସପିଟାଲ ପକ୍ଷରୁ ମା ମାନଙ୍କ ପାଇଁ ସଂପୁର୍ଣ୍ଣ ସମର୍ଥନ ଓ ପ୍ରତିବଦ୍ଧତାକୁ ଆଲୋକିତ କରାଯାଇ ଗର୍ଭବତୀ ମହିଳାଙ୍କ ସାମଗ୍ରୀକ ସୁସ୍ଥତା ଉପରେ ଗୁରୁତ୍ୱଆରୋପ କରାଯାଇଥିଲା।

ସାଧାରଣ ପ୍ରସବ ଉପରେ ଏହି କାର୍ଯ୍ୟକ୍ରମରେ ଗୁରୁତ୍ୱ ଦିଆଯାଇଥିଲା। ଏହି ପଦକ୍ଷେପଟି ପ୍ରସବକୁ ନେଇ ପୌରାଣିକ ତଥା ଭୁଲ ତଥ୍ୟକୁ ଦୂର କରିବାକୁ ଲକ୍ଷ୍ୟ ରଖିଥିଲା। ସମ୍ଭାବ୍ୟ ମା’ ମାନଙ୍କୁ ସେମାନଙ୍କ ପ୍ରସବ ଅଭିଜ୍ଞତା ବିଷୟରେ ଆବଶ୍ୟକ ମାର୍ଗଦର୍ଶନ କରାଯାଇଥିଲା। ସାଧାରଣ ପ୍ରସବକୁ ପ୍ରୋତ୍ସାହିତ କରିବା ଲାଗି ଡାକ୍ତରଖାନାର ପ୍ରତିବଦ୍ଧତା କେବଳ ମାତୃ ସ୍ୱାସ୍ଥ୍ୟ ପ୍ରତି ଉତ୍ସର୍ଗୀକୃତ ନୁହେଁ ବରଂ ନିରାପଦ ଫଳାଫଳ ପାଇଁ ପ୍ରାକୃତିକ ପ୍ରସବ ପ୍ରଣାଳୀକୁ ପ୍ରାଥମିକତା ଦେବା ପାଇଁ ପ୍ରୟାସକୁ ପ୍ରତିଫଳିତ କରିଥାଏ। ଅଙ୍କୁରା ହସପିଟାଲ ଏହାର ରୋଗୀମାନଙ୍କ ସେବା ଯତ୍ନ ପାଇଁ ସମର୍ପିତ। ପାରଂପାରିକ ଚିକିତ୍ସାଠାରୁ ଦୂରରେ ବିସ୍ତାରିତ ପରିବେଶ ସୃଷ୍ଟି କରିବା ଲାଗି ଉତ୍ସର୍ଗୀକୃତ ହୋଇଛି ବୋଲି ଭୁବନେଶ୍ୱରର ଅଙ୍କୁରା ହସପିଟାଲର ମେଡିକାଲ ନିର୍ଦ୍ଦେଶକ ଡକ୍ଟର ବିଚିତ୍ରାନନ୍ଦ ରାଉତ କହିଛନ୍ତି।

Comments are closed.