www.samajalive.in
Monday, December 15, 2025
16.1 C
Bhubaneswar

ପୁଣି ଖୋଲିବ ଆରୁଷି ଫାଇଲ

ନୂଆଦିଲ୍ଲୀ:ଆରୁଷି ହତ୍ୟାକାଣ୍ଡ ମାମଲାର ପୁଣି ଥରେ ବିଚାର ପ୍ରକ୍ରିୟା ଆରମ୍ଭ ହେବ। ଏଭଳି ନିଷ୍ପତ୍ତି ନେଇଛନ୍ତି ଦେଶର ସର୍ବୋଚ୍ଚ ନ୍ୟାୟାଳୟ। ଏଥିନିମନ୍ତେ ଉତ୍ତରପ୍ରଦେଶ ସରକାର ଓ ତଲବାର ଦମ୍ପତ୍ତିଙ୍କୁ ସୁପ୍ରିମ କୋର୍ଟ ନୋଟିସ ଜାରି କରିଛନ୍ତି।
ଏହି ମାମଲାରେ ସୁପ୍ରିମ କୋର୍ଟରେ ହେମରାଜଙ୍କ ପତ୍ନୀ ମଧ୍ୟ ପୁନର୍ବିଚାର ଆବେଦନ କରିଥିଲେ। ଆଲ୍ଲାହାବାଦ୍‍ ହାଇକୋର୍ଟ ଦ୍ୱାରା ରାଜେଶ ତଲବାର ଓ ତାଙ୍କ ପତ୍ନୀ ନୁପୁରଙ୍କୁ ନିର୍ଦୋଷ ଘୋଷଣା କରାଯାଇଥିବା ବେଳେ ଉକ୍ତ ରାୟକୁ ଚ୍ୟାଲେଞ୍ଜ କରି ସିବିଆଇ ଦ୍ୱାରା ପୁନର୍ବିଚାର ଆବେଦନ କରାଯାଇଛି। ସୁପ୍ରିମ କୋର୍ଟ ସିବିଆଇ ଓ ହେମରାଜଙ୍କ ପତ୍ନୀଙ୍କ ଆବେଦନର ଏକତ୍ର ଶୁଣାଣି କରିବାକୁ ନିଷ୍ପତ୍ତି ନେଇଛନ୍ତି।
ନୋଇଡା ଡାକ୍ତର ଦମ୍ପତ୍ତି ରାଜେଶ ଓ ନୁପୁରଙ୍କ ନାମରେ ତାଙ୍କ ଝିଅ ଆରୁଷି ଓ ଚାକର ହେମରାଜଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ଏହି ମାମଲାରେ ଆଲ୍ଲାହାବାଦ ଉଚ୍ଚ ନ୍ୟାୟାଳୟ ୨୦୧୬ ଅକ୍ଟୋବର ୧୨ରେ ରାଜେଶ ଓ ନୁପୁରଙ୍କୁ ପ୍ରମାଣ ଅଭାବରୁ ନିର୍ଦୋଷ ବୋଲି ରାୟ ଦେଇଥିଲେ। ସିବିଆଇ ଦ୍ୱାରା ପ୍ରଦତ୍ତ ପ୍ରମାଣ ପର୍ଯ୍ୟାପ୍ତ ନଥିବାରୁ ଆଲ୍ଲାହାବାଦ କୋର୍ଟ ଏଭଳି ନିଷ୍ପତ୍ତି ନେଇଥିବା ରାୟରେ ପ୍ରକାଶ କରିବା ସହ ସିବିଆଇର ତଦନ୍ତ ପ୍ରକ୍ରିୟା ଉପରେ ସନ୍ଦେହ ପ୍ରକାଶ କରିଥିଲେ। ନିୟମ ମୁତାବକ ତଳ କୋର୍ଟର ରାୟକୁ ୯୦ଦିନ ମଧ୍ୟରେ ଉଚ୍ଚ ନ୍ୟାୟାଳୟରେ ପୁନର୍ବିର୍ଚାର ନିମନ୍ତେ ଆବେଦନ କରାଯାଇପାରିବ। କିନ୍ତୁ ସିବିଆଇର ଉଚ୍ଚ ଅଧିକାରୀ ଏହି ମାମଲାରେ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ପୁନର୍ବିଚାର ଆବେଦନ କରି ନଥିଲେ। ନଭେମ୍ବର ୨୦୧୩ରେ ଗାଜିଆବାଦର ତଳ କୋର୍ଟ ତଲବାର ଦମ୍ପତ୍ତିଙ୍କୁ ଆରୁଷି ଓ ହେମରାଜ ହତ୍ୟାକାଣ୍ଡ ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ତଲବାର ଦମ୍ପତି କେବଳ ଆରୁଷି ଓ ହେମରାଜଙ୍କୁ ହତ୍ୟା କରି ନଥିଲେ ବରଂ ପ୍ରମାଣ ନଷ୍ଟ କରିବାକୁ ଉଦ୍ୟମ କରିଥିଲେ ବୋଲି ମାନ୍ୟବର କୋର୍ଟ ଉପରୋକ୍ତ ରାୟ ପ୍ରଦାନ ବେଳେ ଉଲ୍ଲେଖ କରିଥିଲେ। ତଳ କୋର୍ଟର ରାୟକୁ ଚ୍ୟାଲେଞ୍ଜ କରି ତଲବାର ଦମ୍ପତି ଆଲ୍ଲାହାବାଦ୍‍ ହାଇକୋର୍ଟରେ ପୁନର୍ବିଚାର ଆବେଦନ କରିଥିଲେ।
୧୬ ମେ’ ୨୦୦୮ରେ ନୋଇଡ଼ାସ୍ଥିତ ଜଳବାୟୁ ବିହାରସ୍ଥିତ ତଲବାର ଦମ୍ପତିଙ୍କ ଘରୁ ଆରୁଷିଙ୍କ ମୃତଦେହ ଉଦ୍ଧାର କରାଯାଇ ଥିଲା। ପ୍ରାରମ୍ଭିକ ତଦନ୍ତ ପରେ ଏହି ହତ୍ୟାକାଣ୍ଡ ଘରର ଚାକର ହେମରାଜ କରିଥିବା ପୁଲିସ ସନ୍ଦେହ କରିଥିଲା। ତେବେ ଘଟଣାର ପରଦିନ ଆରୁଷିଙ୍କ ଘର ଛାତରୁ ହେମରାଜଙ୍କ ମୃତଦେହ ଉଦ୍ଧାର ହେବାରୁ ପରିସ୍ଥିତି ଭିନ୍ନ ମୋଡ଼ ନେଇଥିଲା। ପରେ ଆରୁଷି ଓ ହେମରାଜଙ୍କ ମଧ୍ୟରେ ଥିବା ଅନୈତିକ ସମ୍ପର୍କ ପାଇଁ ରାଜେଶ ଉଭୟଙ୍କୁ ହତ୍ୟା କରିଥିବା ପୁଲିସ ତଥ୍ୟ ପ୍ରମାଣ କୋର୍ଟରେ ଦାଖଲ କରିଥିଲା। ପରବର୍ତ୍ତୀ ସମୟରେ ଏହି ମାମଲା ନୋଇଡ଼ା ପୁଲିସ ପାଖରୁ ସିବିଆଇକୁ ହସ୍ତାନ୍ତର କରାଗଲା। ନୋଇଡ଼ା ପୁଲିସ ଉପରେ ତଦନ୍ତରେ ଅବହେଳା କରାଯାଇ ଥିବା ଅଭିଯୋଗ ହୋଇଥିଲା।
ସିବିଆଇ ତଦନ୍ତ କରି ଏହି ଘଟଣାର ରିପୋର୍ଟ କୋର୍ଟରେ ଦାଖଲ କରିଥିଲା। ଗାଜିଆବାଦ କୋର୍ଟ ପକ୍ଷରୁ ଉଭୟ ତଲବାର ଦମ୍ପତିଙ୍କୁ ଆରୁଷି ଓ ହେମରାଜଙ୍କୁ ହତ୍ୟା କରିବା ଅପରାଧରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ।

Hot this week

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

ଦିଲ୍ଲୀ ବାୟୁମଣ୍ଡଳ ସ୍ଥିତି ଉଦ୍‌ବେଗଜନକ: ଏକାଧିକ ସ୍ଥାନରେ ଏକ୍ୟୁଆଇ ୫୦୦ ଛୁଇଁଲା

ନୂଆଦିଲ୍ଲୀ: ବିଗତ କିଛି ଦିନ ଧରି ଦିଲ୍ଲୀ ସମେତ ସମଗ୍ର ଏନ୍‌ସିଆରରେ...

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

Related Articles

Popular Categories