www.samajalive.in
Sunday, December 14, 2025
19.1 C
Bhubaneswar

ଆଇନ ପ୍ରଣୟନ ପାଇଁ ସୁପ୍ରିମକୋର୍ଟ ସଂସଦକୁ ସୁପାରିସ କରନ୍ତୁ: କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଅପରାଧିକ ପୃଷ୍ଠଭୂମି ଥିବା ବ୍ୟକ୍ତିଙ୍କୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାରୁ ନିଷେଧ କରିବା ପାଇଁ ଆଇନ ଆସିବା ଆବଶ୍ୟକ। ଏଥିପାଇଁ ସୁପ୍ରିମକୋର୍ଟ ସଂସଦକୁ ସୁପାରିସ କରନ୍ତୁ ବୋଲି କହିଛନ୍ତି ଆଟର୍ଣ୍ଣି ଜେନେରାଲ୍‍ କେ କେ ଭେନୁଗୋପାଳ।
ଏ ସମ୍ପର୍କିତ ଆଗତ ଏକ ମାମଲାର ଶୁଣାଣି ବେଳେ ପ୍ରଧାନବିଚାରପତି ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ବିଚାରପତି ଆର ଏଫ୍‍ ନରିମାନ୍‍, ବିଚାରପତି ଏ ଏମ ଖାନ୍‍ୱିଲକର, ଡି ୱାଇ ଚନ୍ଦ୍ରଚୂଡ଼ ଓ ଇନ୍ଦୁ ମାଲହୋତ୍ରାଙ୍କୁ ନେଇ ଗଠିତ ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ କହିଥିଲେ ଯେ ସୁପ୍ରିମକୋର୍ଟ ପାଇଁ କିଛି ଲକ୍ଷ୍ମଣରେଖା ଅଛି। କୋର୍ଟ କେବଳ ନୀତି, ନିୟମ ପ୍ରସଙ୍ଗରେ ମତ ଦେଇପାରିବେ। କିନ୍ତୁ ବ୍ୟବସ୍ଥାପିକା ସଭା ପାଇଁ ଉଦ୍ଦିଷ୍ଟ କୌଣସି ଆଇନ୍‍ ପ୍ରଣୟନ କରିପାରିବେ ନାହିଁ। ଏହାର ଉତ୍ତରରେ ବେଣୁଗୋପାଳ କହିଛନ୍ତି ଯେ ଯଦି ସୁପ୍ରିମକୋର୍ଟ ଆଇନ୍‍ କରିପାରିବେ ନାହିଁ ତେବେ ସଂସଦକୁ ଆଇନ ପ୍ରଣୟନ କରିବାକୁ କୁହନ୍ତୁ।
ଏ ସମ୍ପର୍କିତ ଏକାଧିକ ଆବେଦନର ଶୁଣାଣି ବେଳେ ବିଚାରପତି ନରିମାନ୍‍ କହିଛନ୍ତି ଯେ ସମ୍ବିଧାନର ଧାରା ୧୦୨ ଓ ଜନପ୍ରତିନିଧି ଆଇନ୍‍ରେ ନିର୍ବାଚନ ପାଇଁ କୌଣସି ବ୍ୟକ୍ତିଙ୍କୁ ଅଯୋଗ୍ୟ କରିବାର ମାପଦଣ୍ଡ ରହିଛି। ସେଥିରେ କିଛି ସଂଶୋଧନ କରିବାର କ୍ଷମତା ସଂସଦକୁ ଦିଆଯାଇଛି। ତେଣୁ ସଂସଦ ଚାହିଁଲେ ହିଁ ସେହି ପ୍ରସଙ୍ଗରେ କୌଣସି ନିଷ୍ପତ୍ତି ନେଇପାରିବେ। ପ୍ରଧାନବିଚାରପତି ଦୀପକ ମିଶ୍ର କହିଥିଲେ ଯେ ଅପରାଧିକ ପୃଷ୍ଠଭୂମି ଥିବା ପ୍ରାର୍ଥୀଙ୍କୁ ଭୋଟ ପ୍ରକ୍ରିୟାରୁ ଦୂରେଇ ରଖିବା ପାଇଁ ସୁପ୍ରିମକୋର୍ଟ ଯଥାସାଧ୍ୟ ଚେଷ୍ଟା କରିଛନ୍ତି। ପ୍ରାର୍ଥୀମାନେ ସେମାନଙ୍କ ଅପରାଧିକ ତଥ୍ୟ ସତ୍ୟପାଠ ମାଧ୍ୟମରେ ଦାଖଲ କରିବା ପାଇଁ ଏବଂ ଭୋଟରମାନେ ସେଭଳି ବ୍ୟକ୍ତିଙ୍କୁ ରାଜନୀତିରୁ ଦୂରେଇ ରଖିବା ପାଇଁ ଇଭିଏମ୍‍ରେ ‘ନୋଟା’ର ପ୍ରଚଳନ କରିବା ପାଇଁ ସୁପ୍ରିମକୋର୍ଟ ନିର୍ଦେଶ ଦେଇଛନ୍ତି। ଭୋଟ ଓ ଦଳୀୟ ରାଜନୀତି ଦୃଷ୍ଟିକୋଣରୁ ସଂସଦରେ ସେଭଳି ଆଇନ କେବେ ବି ପାରିତ ହୋଇପାରିବ ନାହିଁ ବୋଲି ଆବେଦନକାରୀଙ୍କ ତରଫରୁ ମାମଲା ଲଢ଼ୁଥିବା ଜଷ୍ଟିସ ଦୀନେଶ ଦ୍ୱିବେଦୀଙ୍କ ସହିତ ଜଷ୍ଟିସ୍‍ ମିଶ୍ର ସହମତ ହୋଇଛନ୍ତି।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories