ନୋବେଲ ଶାନ୍ତି ପୁରସ୍କାର ଦୌଡ଼ରେ ଟ୍ରମ୍ପ

0

ୱାଶିଂଟନ : ଉତ୍ତର କୋରିଆ ସହ ସମ୍ଭାବ୍ୟ ଯୁଦ୍ଧ ପରିସ୍ଥିତିକୁ ଟାଳିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନୋବେଲ ଶାନ୍ତି ପୁରସ୍କାର ଦୌଡ଼ରେ ସାମିଲ ହୋଇଛନ୍ତି। ଆମେରିକାର ୧୭ ଜଣ ରିପବ୍ଲିକାନ ସାଂସଦଙ୍କ ନୋବେଲ ଶାନ୍ତି ପୁରସ୍କାର ପାଇଁ ଟ୍ରମ୍ପଙ୍କ ନାମକୁ ମନୋନୀତ କରିଛନ୍ତି । କୋରିଆ ଉପଦ୍ୱୀପରେ ଶାନ୍ତି ଓ ସ୍ଥିରତା ଫେରାଇ ଆଣିବା ଓ ଉତ୍ତର କୋରିଆକୁ ପରମାଣୁ ଅସ୍ତ୍ର ପରୀକ୍ଷଣରୁ ନିବୃତ୍ତ କରିବାରେ ଟ୍ରମ୍ପ ବଡ଼ ଭୂମିକା ନିର୍ବାହ କରିଥିଲେ । ଏହାପୂର୍ବରୁ ଦକ୍ଷିଣ କୋରିଆ ରାଷ୍ଟ୍ରପତି ମୁନ ଜାଇ ଇନ ନୋବେଲ ଶାନ୍ତି ପୁରସ୍କାର ପାଇଁ ଟ୍ରମ୍ପଙ୍କ ନାମ ସୁପାରିଶ କରିଥିଲେ । ନିକଟରେ ଦକ୍ଷିଣ କୋରିଆ ରାଷ୍ଟ୍ରପତି ମୁନ ଜାଇ ଇନ ଏବଂ ଉତ୍ତର କୋରିଆ ରାଷ୍ଟ୍ରପତି କିମ୍‌ ଜୋଙ୍ଗ ଉନ୍‌ଙ୍କ ସାକ୍ଷାତ ସହ କୋରିଆ ଉପଦ୍ୱୀପରେ ଲାଗିରହିଥିବା ଉତ୍ତେଜନାର ଅନ୍ତ ଘଟିଥିଲା ।

Leave A Reply