www.samajalive.in
Monday, December 15, 2025
16.1 C
Bhubaneswar

ପୁଣି ମଞ୍ଚରେ ଚେତା ହରାଇ ପଡ଼ିଗଲେ ଗଡ଼କରୀ

ଶିରିଡ଼ି : ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ନୀତିନ୍‌ ଗଡ଼କରୀ ନିର୍ବାଚନୀ ସଭାରେ ଅସୁସ୍ଥ ହୋଇପଡ଼ିଛନ୍ତି। ମହାରାଷ୍ଟ୍ରର ଶିରିଡ଼ି ଲୋକସଭା ଆସନ ପାଇଁ ଶିବସେନା ପ୍ରାର୍ଥୀ ସଦାଶିବ ଲୋଖାଣ୍ଡେଙ୍କ ସପକ୍ଷରେ ନିର୍ବାଚନ ପ୍ରଚାରବେଳେ ଶିରିଡ଼ି ନିକଟ ରାହାତାଠାରେ ଏଭଳି ଘଟିଛି। ଶନିବାର ସନ୍ଧ୍ୟାରେ ଭାଷଣ ଦେଇସାରି ସେ ମଞ୍ଚରୁ ଓହ୍ଲାଉଥିବାବେଳେ ହଠାତ୍‌ ଚେତା ହରାଇ ପଡ଼ିଯାଇଥିଲେ। ତାଙ୍କ ସୁରକ୍ଷାକର୍ମୀଙ୍କ ସହ ବିଜେପିର ଅହମ୍ମଦନଗର ପ୍ରାର୍ଥୀ ସୁଜୟ ଭିକେ ପାଟିଲ, ସଦାଶିବ, ମହାରାଷ୍ଟ୍ର ମନ୍ତ୍ରୀ ରାମ ସିନ୍ଧେ ପ୍ରମୁଖ ତାଙ୍କୁ ଉଠିବାରେ ସହାୟତା କରିଥିଲେ। ଅଳ୍ପ ସମୟ ମଧ୍ୟରେ ସେ ସୁସ୍ଥ ହୋଇ ଚାଲିଚାଲି ନିଜ ଗାଡ଼ି ନିକଟକୁ ଯାଇଥିଲେ। ପୂର୍ବରୁ ଗତ ଡିସେମ୍ବର ୭ରେ ମଧ୍ୟ ଗଡ଼କରୀ ଏଭଳି ଅସୁସ୍ଥ ହୋଇପଡ଼ିଥିଲେ। ରାହୁରି କୃଷି ବିଶ୍ବବିଦ୍ୟାଳୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥି ଥିବା ଗଡ଼କରୀ ମଞ୍ଚ ଉପରେ ଚେତା ହରାଇ ପନି ଯାଇଥିଲେ। ତାଙ୍କ ଶରୀରରେ ଶର୍କରାସ୍ତର ହ୍ରାସ ପାଇବାରୁ ଏଭଳି ଘଟିଥିଲା ବୋଲି ସେତେବେଳେ କୁହାଯାଇଥିଲା। ଏବେ ମଧ୍ୟ ସମାନ କାରଣରୁ ସେ ପଡ଼ିଯାଇଥିବା ପ୍ରକାଶ।

Hot this week

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

Related Articles

Popular Categories