www.samajalive.in
Saturday, December 13, 2025
15.1 C
Bhubaneswar

ଲୋଧା କମିଟି ମାମଲା: ୩୫୦ କୋଟି ଖର୍ଚ୍ଚ କରିସାରିଲାଣି ବିସିସିଆଇ

ମୁମ୍ବଇ : ଭାରତୀୟ କ୍ରିକେଟରେ ପରିଚାଳନାଗତ ସଂସ୍କାର ଆଣିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦେଶକ୍ରମେ ଜଷ୍ଟିସ ଲୋଧା କମିଟି ୨୦୧୫ରେ ଏକ ରିପୋର୍ଟ ପ୍ରଦାନ କରିଥିଲେ। ୨୦୧୬ ଜୁଲାଇ ୧୮ରେ ସୁପ୍ରିମକୋର୍ଟ ଏହାକୁ ଅନୁମୋଦନ କରିବା ସହ ଛଅ ମାସ ମଧ୍ୟରେ ଶତ ପ୍ରତିଶତ ଲାଗୁ କରିବାକୁ ନିର୍ଦେଶ ମଧ୍ୟ ଦେଇଥିଲେ। ପ୍ରାୟ ତିନିବର୍ଷ ଅତିକ୍ରାନ୍ତ ହେବାକୁ ଯାଉଥିଲେ ସୁଦ୍ଧା ଏହି ରିପୋର୍ଟ ସମ୍ପୂର୍ଣ୍ଣଭାବେ କାର୍ଯ୍ୟକାରୀ ହୋଇପାରିନାହିଁ। ବିସିସିଆଇ ସମେତ ଏହାର ଏକାଧିକ ଅନୁବନ୍ଧିତ ସଂଗଠନ ଉକ୍ତ ରିପୋର୍ଟକୁ ବିରୋଧ କରି ସୁପ୍ରିମକୋର୍ଟରେ ମାମଲା ଦାଏର କରିଥିଲେ। ଏହି ସବୁ ମାମଲାର ପରିଚାଳନା ପାଇଁ ବିସିସିଆଇ କର୍ତ୍ତୃପକ୍ଷ ଇତିମଧ୍ୟରେ ୩୫୦ କୋଟି ଟଙ୍କା ଖର୍ଚ୍ଚ କରିସାରିଥିବା ଜଣାପଡିଛି।
ସବୁଠାରୁ କୌତୁହଳର ବିଷୟ ହେଉଛି ଯେ ଏ ପ୍ରସଙ୍ଗରେ ଉଭୟପକ୍ଷର (ମୁଦେଇ ଓ ମୁଦାଲା) ମାମଲା ପରିଚାଳନା ଖର୍ଚ୍ଚ ବିସିସିଆଇ କର୍ତ୍ତୃପକ୍ଷଙ୍କୁ ତୁଲାଇବାକୁ ପଡୁଛି। କୌଣସି ଆଇନଗତ ଲଢେଇରେ ସାରା ବିଶ୍ବରେ ଏହା ଏକ ଦୃଷ୍ଟାନ୍ତ ପାଲଟିଛି। ଏପରିକି ଏ ସଂକ୍ରାନ୍ତ ମାମଲାରେ ଅଦାଲତରେ ଥରେ ଯୁକ୍ତିି ଉପସ୍ଥାପନ କରିବାକୁ ଜଣେ ଜଣେ ଓକିଲ ୨୫ ଲକ୍ଷ ଟଙ୍କା ନେଇଥିବା ଜଣାପଡିଛି। ‘ସିରିଲ ଅମରଚାନ୍ଦ ମଙ୍ଗଲଦାସ’ ନାମକ ସଂସ୍ଥା ବିସିସିଆଇର ଆଇନଗତ ମାମଲା ପରିଚାଳନା କରିଥାଏ। ଅପରପକ୍ଷରେ ବିସିସିଆଇ ପ୍ରଶାସକ କମିଟି ପକ୍ଷରୁ ପରାଗ ତ୍ରିପାଠୀ ଓ ସି.ୟୁ.ସିଂହଙ୍କୁ ଓକିଲ ନିଯୁକ୍ତ କରାଯାଇଛି। ଏମାନଙ୍କ ପାରିଶ୍ରମିକ ବ୍ୟତୀତ ଅନ୍ୟ କର୍ମକର୍ତ୍ତା ଯଥା କାମଚଳା ସଭାପତି, ସମ୍ପାଦକ ଓ କୋଷାଧ୍ୟକ୍ଷ ମଧ୍ୟ ଲୋଧା କମିଟି ସୁପାରିସକୁ ବିରୋଧ କରୁଛନ୍ତି। ସୁପ୍ରିମକୋର୍ଟରେ ଏମାନଙ୍କ ମାମଲା ପରିଚାଳନା କରୁଛନ୍ତି ବିଶିଷ୍ଟ ଆଇନଜୀବୀ ପୁନିତ ବାଲି। ବିସିସିଆଇର ୩୪ଟି ଅନୁବନ୍ଧିତ ସଂଗଠନ ମଧ୍ୟରୁ ଅଧିକାଂଶ ଲୋଧା କମିଟି ସୁପାରିସକୁ ବିରୋଧ କରି ମାମଲା ଦାଏର କରିଛନ୍ତି। ବିସିସିଆଇରୁ ମିଳୁଥିବା ଆର୍ଥିକ ଅନୁଦାନରୁ ସେମାନେ ଓକିଲଙ୍କ ପାଉଣା ପୈଠ କରୁଛନ୍ତି। ଏପର୍ଯ୍ୟନ୍ତ ଏହି ସଂଗଠନଗୁଡିକ ମାମଲା ପରିଚାଳନା ନିମନ୍ତେ ପ୍ରାୟ ୧୫୦ ଜଣ ଓକିଲଙ୍କୁ ଦାୟିତ୍ବ ଦେଇଛନ୍ତି।
ପ୍ରାପ୍ତ ସୂଚନା ଅନୁଯାୟୀ ଲୋଧା କମିଟି ସୁପାରିସକୁ ବିରୋଧ କରି ସୁପ୍ରିମକୋର୍ଟରେ ପ୍ରାୟ ୧୦୦ଟି ମାମଲା ଦାଏର କରାଯାଇଛି। ଏଥିପାଇଁ ଶହେ ଓକିଲଙ୍କ ସମେତ ସେମାନଙ୍କ ସହକାରୀଙ୍କୁ ମଧ୍ୟ ନିୟୋଜିତ କରାଯାଇଛି। ଦେଶର ବିଭିନ୍ନ ପ୍ରାନ୍ତରୁ ସୁପ୍ରିମକୋର୍ଟ ଆସୁଥିବା ଏହି ଓକିଲ ଓ ସହକାରୀଙ୍କ ପାଉଣା ସମେତ ଗସ୍ତ, ହୋଟେଲ ଓ ଖାଦ୍ୟ ଖର୍ଚ୍ଚ ବିସିସିଆଇ ପାଣ୍ଠିରୁ ଦେବାକୁ ପଡୁଛି। ଦିନ ଥିଲା ଅଦାଲତରେ କେବଳ ବିସିସିଆଇ ଓ ବିହାର କ୍ରିକେଟ ଆସୋସିଏସନ ମଧ୍ୟରେ ମାମଲା ବିଚାରାଧୀନ ଥିଲା। ବର୍ତ୍ତମାନ ଏହା ବିସିସିଆଇ ବନାମ ବିସିସିଆଇ ପାଲଟିଛି। ୨୦୧୬ରେ ପୂର୍ବତନ ଆଟର୍ଣ୍ଣି ଜେନେରାଲ କେ.କେ.ବେଣୁଗୋପାଳ ଓ କପିଲ ସିବଲ ବିସିସିଆଇ ପକ୍ଷରୁ ସୁପ୍ରିମକୋର୍ଟରେ ମାମଲା ପରିଚାଳନା କରୁଥିଲେ। ବର୍ତ୍ତମାନ କ୍ରିକେଟ ସଂକ୍ରାନ୍ତ ମାମଲାରେ ଶହେରୁ ଊର୍ଦ୍ଧ୍ବ ଓକିଲ ସଂପୃକ୍ତ ଅଛନ୍ତି। ଲୋଧା କମିଟି ସୁପାରିସ ଲାଗୁ କରିବା ଦିଗରେ ମୁମ୍ବଇ କ୍ରିକେଟ ଆସୋସିଏସନ (ଏମସିଏ)କୁ ସହାୟତା କରିବାକୁ ବମ୍ବେ ହାଇକୋର୍ଟ ୨୦୧୮ ଏପ୍ରିଲରେ ଦୁଇଜଣ ଅବସରପ୍ରାପ୍ତ ବିଚାରପତିଙ୍କୁ ନେଇ ଏକ କମିଟି ଗଠନ କରିଥିଲେ। ଛଅ ମାସ ମଧ୍ୟରେ କମିଟି ରିପୋର୍ଟ ଦାଖଲ କରିଥିବାବେଳେ ପାରିଶ୍ରମିକ ବାବଦରେ ଏମସିଏ ପକ୍ଷରୁ ସେମାନଙ୍କୁ ୧.୨ କୋଟି ଟଙ୍କା ଦେବାକୁ ପଡିଛି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories