www.samajalive.in
Thursday, December 11, 2025
27.1 C
Bhubaneswar

ସନ୍‌ରାଇଜର୍ସକୁ ସହଜରେ ହରାଇଲା ରାଜସ୍ଥାନ

ଜୟପୁର : ଚଳିତ ଆଇପିଏଲ୍‌ରେ ଶନିବାର ବିଜୟୀ ହୋଇଛି ରାଜସ୍ଥାନ ରୟାଲ୍‌ସ। ଏହା ପାଇଁ ଏହି କର ବା ମର ମ୍ୟାଚ୍‌ରେ ରାଜସ୍ଥାନ ୭ ୱିକେଟରେ ସନ୍‌ରାଇଜର୍ସ ହାଇଦରାବାଦକୁ ପରାସ୍ତ କରିଛି। ମନୀଷ ପାଣ୍ଡେଙ୍କ ଆକ୍ରମଣାତ୍ମକ ଅର୍ଦ୍ଧଶତକ ବଳରେ ପ୍ରଥମେ ବ୍ୟାଟିଂକରି ସନ୍‌ରାଇଜର୍ସ ୮ ୱିକେଟରେ ୧୬୦ ରନ୍ କରିଥିଲା। ପରେ ରାଜସ୍ଥାନ ୧୯.୧ ଓଭରରେ ୩ ୱିକେଟ ହରାଇ ଏହା ବିଜୟୀ ହୋଇଥିଲା। ୧୨ଶ ମ୍ୟାଚ୍‌ରେ ୫ମ ବିଜୟ ହାସଲକରି ପ୍ଲେଅଫ୍ ଦୌଡ଼ରେ ରାଜସ୍ଥାନ ରୟାଲ୍‌ସ ରହିପାରିଛି। ସନ୍‌ରାଇଜର୍ସ ୧୧ଶ ମ୍ୟାଚ୍‌ରେ ୬ଷ୍ଠ ପରାଜୟ ଭୋଗିଛି। ତେବେ ରାଜସ୍ଥାନ ବିଜୟୀ ହେବା ଫଳରେ ଚେନ୍ନଇ ପ୍ରଥମ ଦଳ ଭାବେ ପ୍ଲେଅଫ୍ ଖେଳିବା ନିଶ୍ଚିତ କରିଛି।
ରାଜସ୍ଥାନ ରୟାଲ୍‌ସ ଦୃଢ଼ତାର ସହ ୧୬୧ ରନ୍ ଲକ୍ଷ୍ୟର ପିଛା ଆରମ୍ଭ କରିଥିଲା। ଓପ୍‌ନିଂ ଯୋଡ଼ି ୬ ଓଭରର ପାୱରପ୍ଲେରେ ୬୦ ରନ୍ କରିଥିଲେ। ଉଭୟ ଅଜିଙ୍କ୍ୟ ରାହାଣେ ଓ ଲିଆମ୍ ଲିଭିଙ୍ଗ୍‌ଷ୍ଟୋନ୍ ଚମତ୍କାର ବ୍ୟାଟିଂ କରିଥିଲେ। ଦୁହେଁ ୯ ଓଭରରେ ୭୮ ରନ୍‌ର ଭାଗିଦାରୀ କରିବା ପରେ ଲିଭିଙ୍ଗ୍‌ଷ୍ଟୋନ୍ ଆଉଟ ହୋଇଥିଲେ। ଇଂଲଣ୍ଡର ଲିଭିଙ୍ଗଷ୍ଟୋନ୍ ୨୬ ବଲ୍‌ରୁ ୩ଟି ଛକା ଓ ୪ଟି ଚୌକା ସହ ୪୪ ରନ୍ କରିଥିଲେ। ପରେ ୩୪ ବଲ୍‌ରୁ ଗୋଟିଏ ଛକା ଓ ୪ଟି ଚୌକା ସହ ୩୯ ରନ୍‌କରି ରାହାଣେ ଆଉଟ ହୋଇଥିଲେ। ପ​‌େ​‌ର ସଞ୍ଜୁ ସାମ୍‌ସନ ଓ ଅଧିନାୟକ ଷ୍ଟିଭେନ୍ ସ୍ମିଥ୍ ୩ୟ ୱିକେଟ ପାଇଁ ୫୫ ରନ୍ ଯୋଗ କରିଥିଲେ। ସ୍ମିଥ୍ ୧୬ ବଲ୍‌ରୁ ୩ଟି ଚୌକା ସହ ୨୨ ରନ୍ କରିଥିଲେ। ସାମ୍‌ସନ ୩୨ ବଲ୍‌ରୁ ଗୋଟିଏ ଛକା ଓ ୪ଟି ​‌େ‌ଚୗକା ସହ ୪୮ ରନ୍‌କରି ଅପରାଜିତ ଥିଲେ।
ଟସ୍ ଜିତି ରାଜସ୍ଥାନ ରୟାଲ୍‌ସ ଫିଲ୍‌ଡିଂ ନେବା ପରେ ସନ୍‌ରାଇଜର୍ସର ଓପ୍‌ନିଂ ଯୋଡ଼ି ୨୮ ରନ୍ କରିଥିଲେ। ଅଧିନାୟକ କେନ୍ ୱିଲିୟମ୍‌ସନ ୧୪ ବଲ୍‌ରୁ ୨ଟି ଚୌକା ସହ ୧୩ ରନ୍ କରି ବିଦାୟ ନେଇଥିଲେ। ପରେ ଡେଭିଡ୍ ୱାର୍ଣ୍ଣର ଓ ମନୀଷ ପାଣ୍ଡେଙ୍କ ଯୋଡ଼ି ୧୩ଶ ଓଭର ପର୍ଯ୍ୟନ୍ତ ରହିଥିଲେ ଏବଂ ୨ୟ ୱିକେଟ ପାଇଁ ୭୫ ରନ୍‌ର ଭାଗିଦାରୀ କରିଥିଲା। ୱାର୍ଣ୍ଣର ୧୩ ଓଭର ପର୍ଯ୍ୟନ୍ତ କ୍ରିଜ୍‌ରେ ରହିଥିଲେ ହେଁ କୌଣସି ବାଉଣ୍ଡରୀ ମାରି ପାରିନଥିଲେ। ୱାର୍ଣ୍ଣର ୩୨ ବଲ୍‌ରୁ ୩୭ ରନ୍ କରିଥିଲେ। ପରେ ସନ୍‌ରାଇଜର୍ସ ନିୟମିତ ଭାବେ ୱିକେଟ ହରାଇଥିଲା। ମନୀଷ ପାଣ୍ଡେ ଚମତ୍କାର ବ୍ୟାଟିଂକରି ୩୬ ବଲ୍‌ରୁ ୯ଟି ଚୌକା ସହ ୬୧ ରନ୍‌ କରିଥିଲେ। ସନ୍‌ରାଇଜର୍ସ ଶେଷ ୫ ଓଭରରେ ମାତ୍ର ୩୯ ରନ୍ ନେଇ ପାରିଥିଲା। ସେଥିରୁ ଇନିଂସର ଶେଷ ୨ଟି ବଲ୍‌ରୁ ରସିଦ୍ ଖାଁ ୧୦ ରନ୍ ନେଇଥିଲେ। ବିଜୟ ଶଙ୍କର ୯, ସାକିବ୍ ଅଲ୍‌ ହାସନ୍ ୯, ଦୀପକ ହୁଡା ୦ ଓ ଋଦ୍ଧିମାନ ଶାହା ୫ ରନ୍‌ କରିଥିଲେ। ରସିଦ୍ ଖାଁ ୮ ବଲ୍‌ରୁ ୧୭ ରନ୍‌କରି ଅପରାଜିତ ଥିଲେ। ବରୁଣ ଆରୋନ୍, ଓସାନେ ଥମାସ୍, ଶ୍ରେୟାସ ଗୋପାଳ ଓ ଜୟଦେବ ଉନାଦ୍‌କତ ୨ଟି ଲେଖାଏଁ ୱିକେଟ ନେଇଥିଲେ।

Hot this week

ଥରୁଛି ସାରା ଓଡିଶା : ୧୦ ଡିଗ୍ରୀ ତଳେ ୧୬ ସହର

ଭୁବନେଶ୍ଵର : ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ୧୦ ଡିଗ୍ରୀ...

ବସ୍‌-ବାଇକ୍ ଧକ୍କା : ଦୁଇ ଛାତ୍ର ମୃତ

ପଦ୍ମପୁର: ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ପାଲୁପାଇ ନିକଟରେ ବସ୍- ବାଇକ୍...

ଗୋଆ ଅଗ୍ନିକାଣ୍ଡ : ମାଲିକ ଲୁଥ୍ରା ଭ୍ରାତାଙ୍କୁ ଅଟକ ରଖିଛି ଥାଇଲାଣ୍ଡ ପୁଲିସ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

Related Articles

Popular Categories