www.samajalive.in
Saturday, December 13, 2025
26.1 C
Bhubaneswar

ଜିନ୍ନା ପ୍ରସଙ୍ଗରେ କଥା ବଦଳାଇଲେ ଶତ୍ରୁଘ୍ନ

ନୂଆଦିଲ୍ଲୀ : ଦେଶର ସ୍ବାଧୀନତା ଓ ବିକାଶରେ ମହମ୍ମଦ ଅଲ୍ଲୀ ଜିନ୍ନାଙ୍କ ଯୋଗଦାନ ରହିଥିବା ଦର୍ଶାଇ ସମାଲୋଚିତ ହେବା ପରେ ଶନିବାର କଥା ବଦଳାଇଛନ୍ତି ପାଟନା ସହିବରୁ କଂଗ୍ରେସର ପ୍ରାର୍ଥୀ ଶତ୍ରୁଘ୍ନ ସିହ୍ନା। ସେ ମୌଲାନା ଆଜାଦଙ୍କ ନାମ କହିବାକୁ ଚାହୁଁଥିଲେ; କିନ୍ତୁ ଭୁଲ ବସତଃ ତାଙ୍କ ପାଟିରୁ ଜିନ୍ନାଙ୍କ ନାମ ଖସିଯାଇଥିଲା ବୋଲି ଦର୍ଶାଇ ଶତ୍ରୁଘ୍ନ ସ୍ଥିତି ସମ୍ଭାଳିବାର ଉଦ୍ୟମ କରିଛନ୍ତି। ଛତିଶଗଡ଼ର ଛିନ୍ଦୱାଡା ଲୋକସଭା ନିର୍ବାଚନମଣ୍ଡଳୀରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଳ ନାଥଙ୍କ ପୁଅ ନକୁଳ ନାଥଙ୍କ ପାଇଁ ନିର୍ବାଚନୀ ପ୍ରଚାର କରିବା ବେଳେ ଏକ ଜନସଭାରେ ସେ ଉପରୋକ୍ତ ମନ୍ତବ୍ୟ ଦେଇଥିଲେ। ସେ କହିଥିଲେ, ମହାତ୍ମାଗାନ୍ଧୀଙ୍କ ଠାରୁ ଆରମ୍ଭ କରି ସର୍ଦାର ପଟେଲ, ମହମ୍ମଦ ଅଲ୍ଲି ଜିନ୍ନାଙ୍କଠୁ ଜୱାହାର ଲାଲ ନେହରୁଙ୍କଠୁ ଇନ୍ଦିରାଗାନ୍ଧୀଙ୍କଠୁ ରାଜୀବ ଗାନ୍ଧୀଙ୍କଠୁ ରାହୁଲ ଗାନ୍ଧୀଙ୍କଠୁ ନେତାଜୀ ସୁବାଶ ଚନ୍ଦ୍ର ବୋଷଙ୍କ ପର୍ଯ୍ୟନ୍ତ କଂଗ୍ରେସ ପରିବାର। ଏହା ସେମାନଙ୍କ ଦଳ। ଦେଶର ସ୍ବାଧୀନତା ଓ ବିକାଶରେ ଏମାନଙ୍କର ଭୂମିକା ଗୁରୁତ୍ବପୂର୍ଣ୍ଣ। ଏହି କାରଣରୁ ସେ କଂଗ୍ରେସରେ ଯୋଗ ଦେଇଛନ୍ତି। ସିହ୍ନାଙ୍କ ଏହି ମନ୍ତବ୍ୟକୁ ନେଇ ବିଜେପି ଅଧ୍ୟକ୍ଷ ଅମିତ ଶାହା, ସାଂସଦ ମନୋଜ ତିୱାରୀ ପ୍ରମୁଖ କଡ଼ା ସମାଲୋଚନା କରିଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories