www.samajalive.in
Sunday, December 14, 2025
14.1 C
Bhubaneswar

ଜାଣନ୍ତୁ ନୀତା ଅମ୍ବାନୀଙ୍କ ମହଙ୍ଗା ସଉକ୍ ଜୀବନଶୈଳୀ ସମ୍ପର୍କରେ

କେବଳ ଭାରତରେ ନୁହେଁ, ବରଂ ବିଶ୍ବସ୍ତରରେ ନିଜ ବ୍ୟବସାୟ ନିମନ୍ତେ ଶିଳ୍ପପତି ମୁକେଶ ଅମ୍ବାନୀ ପରିଚିତ। ତାଙ୍କ ପତ୍ନୀ ନୀତା ଅମ୍ବାନୀ ମଧ୍ୟ ଗଣମାଧ୍ୟମରେ ଖୁବ୍ ଲୋକପ୍ରିୟ। ନୀତାଙ୍କ ଉଦାରତା ଓ ଅମାୟିକ ବ୍ୟବହାର ହିଁ ତାଙ୍କୁ ଲୋକପ୍ରିୟ କରାଇ ପାରିଛି।

ଏକ ସାକ୍ଷାତକାରରେ ନୀତା ନିଜ ଜୀବନଶୈଳୀ ସମ୍ପର୍କରେ କହିଥିଲେ। ଦିନର ଆରମ୍ଭ ତାଙ୍କର ଚା’ ପିଆରୁ ଆରମ୍ଭ ହୁଏ। ତେବେ ଚା’ର ସ୍ବାଦ ଅପେକ୍ଷା ସେ ଦୈନିକ ନିଜ କପର ସ୍ପର୍ଶକୁ ଅଧିକ ଅପେକ୍ଷା କରିଥାନ୍ତି।

- Advertisement -

ଜାପାନର ସବୁଠୁ ପୁରାତନ କମ୍ପାନୀର କପ୍-ପ୍ଲେଟ୍ ତାଙ୍କ ଘରେ ବ୍ୟବହାର କରାଯାଏ। ତେବେ ଖୁବ୍ କମ୍ ଲୋକେ ଜାଣନ୍ତି ଯେ ନୀତା ଯେଉଁ କପରେ ଚା’ ପିଅନ୍ତି, ସେହି କପର ମୂଲ୍ୟ ୩ଲକ୍ଷ ଟଙ୍କା। ପ୍ରତି ୯-୧୦ ମାସ ଅନ୍ତରରେ ସେ ଜାପାନରୁ ନୂଆ କପ୍ ବରାଦ୍ ଦେଉଥିବାର ପ୍ରକାଶ।

ବିଶ୍ବର ସବୁଠୁ ନାମୀ କମ୍ପାନୀର ବ୍ୟାଗ୍ ସେ ବ୍ୟବହାର କରିଥାନ୍ତି। ତାଙ୍କର କେତୋଟି ବ୍ୟାଗରେ ହୀରା ମଧ୍ୟ ଖଚିତ ହୋଇଛି। ଏହା ବାଦ୍ ନୀତାଙ୍କର ଅନ୍ୟତମ ସଉକ୍ ହେଉଛି ଭଲଭଲ ପୋଷାକ ଓ ଜୋତା କିଣିବା। ଏହି ସଉକ୍ ତାଙ୍କର ଶାଶୂ କୋକିଲା ବେନଙ୍କ ପାଇଁ ବଢ଼ିଛି ବୋଲି ନୀତା କହିଛନ୍ତି।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories