www.samajalive.in
Sunday, December 14, 2025
23.1 C
Bhubaneswar

ପ୍ରେମିକାଙ୍କୁ ଛୁରାମାଡ କରି ନିଜେ ବିଷ ପିଇ ଅାତ୍ମହତ୍ୟା ଉଦ୍ୟମ କଲେ ପ୍ରେମିକ

ରାୟଗଡା: ବିବାହ ପ୍ରସ୍ତାବକୁ ପ୍ରତ୍ୟାଖାନା କରିବାରୁ ପ୍ରେମିକାକୁ ଛୁରାମାଡ କରିଛନ୍ତି ଯୁବକ । ପରେ ସେ ନିଜେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଉଭୟଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଯାଇଥିଲା। ସେଠାରେ ପ୍ରେମିକାର ଅବସ୍ଥା ଗୁରୁତର ଥିବା ବେଳେ ପ୍ରେମିକ ସୁସ୍ଥ ହୋଇ ଫେରିବା ପରେ ଅଭିଯୁକ୍ତ ପାଗଳ ପ୍ରେମିକ କୁରୁମାକୁ ସ୍ଥାନୀୟ ପୁଲିସ ଗିରଫ କରିଛି । ଏହି ଘଟଣାଟି ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ୍ କାଣିପାଇ ଗାଁରେ ଘଟିଯାଇଛି ।

ସୂଚନାଯୋଗ୍ୟ, ପ୍ରାୟ ଏକ ବର୍ଷ ହେଲା ଉଭୟ ମଧ୍ୟରେ ପ୍ରେମ ସଂପର୍କ ଥିଲା । କିନ୍ତୁ କିଛି ଦିନ ହେବ ପ୍ରେମିକା ଜଣଙ୍କ ଅନ୍ୟ ଜଣେ ଯୁବକଙ୍କ ସହ ମିଳାମିଶା ଓ ବୁଲାବୁଲି କରିବାବାରୁ ପ୍ରେମିକ କୁରୁମା ସହ୍ୟ କରିପାରି ନଥିଲେ । ପ୍ରେମିକାଙ୍କ ଘରକୁ ଯାଇ ପୁଣି ତାଙ୍କୁ ପ୍ରେମ ନିବେଦନ କରିବା ସହ ବିବାହ ପ୍ରସ୍ତାବ ଦେଇଥିଲେ । ଏଥିରେ ପ୍ରେମିକା ଜଣଙ୍କ ରାଜି ନ ହେବାରୁ କୁରୁମା ରାଗରେ ତାଙ୍କୁ ଛୁରା ମାଡ କରିଥିଲେ ଏବଂ ପରେ ସାଙ୍ଗରେ ନେଇଥିବା ବିଷକୁ ସେ ନିଜେ ପିଇ ଦେଇଥିଲେ । ପରେ ଉଭୟଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତିରେ ଭର୍ତ୍ତି କରାଯାଇଥିଲା । ସେଠାରେ ପ୍ରେମିକାର ଅବସ୍ଥା ଗୁରୁତର ଥିବାରୁ ସେ ଚିକିତ୍ସାଧୀନ ଅଛନ୍ତି । ମେଡିକାଲରୁ ଫେରିବା ପରେ ଅଭିଯୁକ୍ତ ପାଗଳ ପ୍ରେମିକ କୁରୁମାକୁ ପୁଲିସ ଗିରଫ କରିଛି ।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories