www.samajalive.in
Sunday, December 14, 2025
26.1 C
Bhubaneswar

ଜୀବନର ମଜା ନେଉଛନ୍ତି ୮୬ ବର୍ଷୀୟା ‘ସୁପର୍ ଦାଦି’

ବୟସ ବଢ଼ିଲେ ଯେ ମନୋବଳ କମିଥାଏ, ଏହା ପ୍ରକୃତରେ ସତ ନୁହେଁ। ଏହି ଯୁକ୍ତି ବାଢ଼ିଛନ୍ତି ଡବଲିନ୍ ନିବାସୀ ୮୬ ବର୍ଷୀୟା ଇଲିନ୍ ମେଗୁରେ। ବୟସ୍କ ଲୋକେ ଥଣ୍ଡା ସହ୍ୟ କରିପାରନ୍ତି ନାହିଁ, ହେଲେ ଏହି ବୃଦ୍ଧାଜଣକ ବରଫରେ ସ୍ଲେଜିଙ୍ଗ କରି ଅନ୍ୟମାନଙ୍କୁ ଚକିତ କରିଛନ୍ତି।

ସାକ୍ଷାତକାରରେ ସେ କହିଛନ୍ତି ଜୀବନର ପ୍ରତିଟି ମୁହୂର୍ତ୍ତ ସେ ନିଜ ଅନ୍ଦାଜରେ ବଞ୍ଚିବାକୁ ଚାହୁଁଛନ୍ତି। ଇଉରୋପର ଫିନଲ୍ୟାଣ୍ଡରେ ନିଜ ନାତି ସହ ସେ ଏହି କାମ କରିପାରିଛନ୍ତି। କିଛିଦିନତଳେ ସପରିବାର ଇଲିନ୍ ଏହି ଅଞ୍ଚଳକୁ ବୁଲିବାକୁ ଯାଉଥିଲେ। ପାହାଡ଼ ଉପରେ ବରଫପାତ ସମୟରେ ଅନ୍ୟ ଲୋକମାନଙ୍କର ସ୍ଲେଜିଙ୍ଗ ଦେଖି ସେ ମଧ୍ୟ ଖୁବ୍ ଉତ୍ସାହିତ ହୋଇଥିଲେ।

- Advertisement -

ନାତି ଜ୍ୟାକ୍ ଜେଜେମା’ଙ୍କର ଇଚ୍ଛାକୁ ଠଉରାଇ ପାରି ତାଙ୍କୁ ସ୍ଲେଜିଙ୍ଗ କରିବାକୁ ପରାମର୍ଶ ଦେଲା। ନିଜ ବୟସକୁ ଦୃଷ୍ଟିରେ ରଖି ପ୍ରଥମେ ପଛଘୁଞ୍ଚା ଦେଉଥିଲେ ଇଲିନ୍। ହେଲେ ଜୀବନ ଆଉ କେତେଦିନ ବୋଲି ଭାବି ପୁଣି ମନସ୍ଥ କଲେ ଯେ ସେ ନିଶ୍ଚୟ ସ୍ଲେଜିଙ୍ଗ କରିବେ। ନାତି ଜ୍ୟାକଙ୍କ ସହ ବରଫପାହାଡ଼ରେ ସେ ଏହାର ମଜା ନେଲେ। ସୋସିଆଲ ସାଇଟରେ ତାଙ୍କ ଫଟୋ ବାରମ୍ବାର ଶେୟାର ହେବା ସହ ତାଙ୍କୁ ଏକ ନୂଆ ନାମ ମଧ୍ୟ ମିଳିଛି ‘ସୁପର ଦାଦି’।

Hot this week

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

Related Articles

Popular Categories