ଶିଶୁଙ୍କ ପ୍ରତିଭା ଚିହ୍ନଟ ହୋଇପାରିଲେ ସେମାନେଙ୍କ ଦକ୍ଷତା ବିକାଶ ହେବ

ନିଶିଗନ୍ଧା ସାହିତ୍ୟ ସଂସଦ ମେଧା ଅ​ନ୍ବେଷଣ ଆଭlସି ପ୍ରତିଯୋଗିତା

ରେଙ୍ଗାଲିକେମ୍ପ: ଆଜିର ଶିଶୁ ଦେଶର ଭବିଷ୍ୟତ ନାଗରିକ। ତେଣୁ ସେମାନଙ୍କ ଭିତରେ ଲୁଚି ରହିଥିବା ପ୍ରତିଭାକୁ ଚିହ୍ନଟ ହୋଇପାରିଲେ ସେମାନଙ୍କ ଦକ୍ଷତା ବିକାଶ ହେବ ବୋଲି ନିଶିଗନ୍ଧା ସାହିତ୍ୟ ସଂସଦ ପକ୍ଷରୁ ରାଜ୍ୟ ସ୍ତରୀୟ ମେଧା ଅ​ନ୍ବେଷଣ ପ୍ରତିଯୋଗିତା ଅବସରରେ ପ୍ରକାଶ କରାଯାଇଛି। ଚିତ୍ରାଙ୍କନ, ପ୍ରବନ୍ଧ ଲିଖନ, ଦେଶାତ୍ମବୋଧକ କବିତା ଆବୃତ୍ତି ଏବଂ ବକ୍ତୃତା  ପ୍ରତିଯୋଗିତା ଆଭାସି ମାଧ୍ୟମରେ କରାଯାଇଥିଲା। ଏହି ପ୍ରତିଯୋଗିତାରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନେ ଭାଗ ନେଇଥିଲେ। କୃତୀ ପ୍ରତିଯୋଗୀମାନଙ୍କୁ ମାନପତ୍ର ସହ ପୁରସ୍କାର ବିତରଣ କରାଯାଇଥିଲା। ଶିବାଜି ବିଶି ଧନ୍ୟବାଦ ଅର୍ପଣ କରିଥିଲେ।

 

prayash

ଅତାବିରା କଳା ସଂସ୍କୃତି ଭବନ ଠାରେ ସଂସଦର ଜିଲ୍ଲା ସଂଯୋଜକ ନିତ୍ୟାନନ୍ଦ ପ୍ରଧାନଙ୍କ ସଭାପତିତ୍ବରେ ଏକ ପୁରସ୍କାର ବିତରଣୀ ଉତ୍ସବର ଆୟୋଜନ ହୋଇଥିଲା। ଏଥିରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ଅବସର ପ୍ରାପ୍ତ ପ୍ରଶାସନିକ ଅଧିକାରୀ କୁମୁଦ ଚନ୍ଦ୍ର ମହାନନ୍ଦ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ଅଞ୍ଚଳର ବିଶିଷ୍ଟ ସମାଜ ସେବୀ ତଥା ସଂସଦର ଆଜୀବନ ସଦସ୍ୟ କୃଷ୍ଣ ଚନ୍ଦ୍ର ପ୍ରଧାନ, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଶିବାଜି ବିଶି ,ଜିଲା ବିଚାରକ ଧର୍ମରାଜ ପ୍ରଧାନ ସମ୍ମାନିତ ଅତିଥି ରୂପେ ମଞ୍ଚାସୀନ ହୋଇଥିଲେ। ନିଶିଗନ୍ଧା ରାଜ୍ୟ ସଂଗଠନ ସମ୍ପାଦିକା ତଥା ଜିଲା ସଭାନେତ୍ରୀ ଅନୁସୂୟା ଦେବତା ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

kalyan agarbati

Comments are closed.