www.samajalive.in
Monday, December 15, 2025
15.1 C
Bhubaneswar

ନିଶା ହିଁ ହିଂସାର ସୂତ୍ରଧର

ଫୁଲନଖରା: ସ୍ୱେଚ୍ଛାସେବୀ ସଂଗଠନ ମା’ ଘର ଫାଉଣ୍ଡେସନ ପକ୍ଷରୁ ରାଜ୍ୟରେ ନିଶା ନିବାରଣ ନିମନ୍ତେ ଅଭିଯାନ ଆରମ୍ଭ ହୋଇଛି। ଏହି କ୍ରମରେ୨୬ ତାରିଖରୁ ବାଲେଶ୍ୱର ଜିଲା ଶାନ୍ତି କାନନରୁ ମହିଳା ଅଭିଯାତ୍ରୀ ଦଳ ବାହାରି ସୋମବାର କଟକ ସଦର ଥାନା ଅନ୍ତର୍ଗତ ବାଲିକୁଦାରେ ପହଞ୍ଚିଛନ୍ତି। ଫାଉଣ୍ଡେସନର ରାଜ୍ୟ ଅଧ୍ୟକ୍ଷା ଋତୁପର୍ଣ୍ଣା ମହାନ୍ତିଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା ଏହି ସଚେତନତା କାର୍ଯ୍ୟକ୍ରମ ଅବସରରେ ଏକ ସଭା ଅନିଲ ବେଉରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ମଦ୍ୟ ପାନ ଯୋଗୁଁ ରାଜ୍ୟରେ ନାରୀ ନିର୍ଯାତନା ସହିତ ଅପରାଧିକ କାର୍ଯ୍ୟ, ଦୁର୍ନୀତି, ଦୁର୍ଘଟଣା ଓ ହିଂସା ଆଦି ସଂଘଠିତ ହେଉଛି ବୋଲି ସଭାରେ ମତ ପ୍ରକାଶ ପାଇଥିଲା।
କେବଳ କଟକ-ଭୁବନେଶ୍ୱର ଦ୍ୱୈତନଗରୀରେ ୪୨ ପ୍ରତିଶତ ଛାତ୍ର ନିଶା କବଳରେ ପଡ଼ିଥିବାରୁ ସଭାରେ ଉଦ୍‍ବେଗ ପ୍ରକାଶ ପାଇଥିଲା। ସମାଜସେବୀ ସୋନୁ ନାୟକଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ସଭାରେ ବିଷ୍ଣୁପ୍ରିୟା ଚାନ୍ଦ, ସନ୍ଦୀପ ବେଉରା, ରବୀନ୍ଦ୍ର ନାୟକ, ରମାକାନ୍ତ ବେହେରା, ପ୍ରକାଶ ପାଣି ପ୍ରମୁଖ ଯୋଗଦେଇଥିଲେ। ଏହି ଅବସରରେ ବାଲିକୁଦା ନାଗରିକ କମିଟି ପକ୍ଷରୁ ଅଭିଯାତ୍ରୀ ଦଳକୁ ସ୍ୱାଗତ କରାଯାଇଥିଲା। ଜନସାଧାରଣଙ୍କୁ ମାଦକ ଦ୍ରବ୍ୟ ବ୍ୟବହାର ନ କରିବାକୁ ଶପଥ ପାଠ କରାଯାଇଥିଲା। ଏହି ଅଭିଯାତ୍ରୀ ଦଳ ଆସନ୍ତାକାଲି ଭୁବନେଶ୍ୱରରେ ପହଞ୍ଚି ରାଜ୍ୟପାଳ ଓ ମୁଖ୍ୟନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିବେ ବୋଲି ଜଣାଯାଇଛି। ଏହି ଦଳରେ ରାଜ୍ୟର ବିଭିନ୍ନ ଜିଲାର ଶତାଧିକ ମହିଳା ସ୍ୱେଚ୍ଛାସେବୀ ସାମିଲ ହୋଇଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories