www.samajalive.in
Sunday, December 7, 2025
26.1 C
Bhubaneswar

ଲୋକଙ୍କ ମୃତ୍ୟୁକୁ ନେଇ ମିଛ ପ୍ରଚାର ବନ୍ଦ କରନ୍ତୁ ମୁଖ୍ୟମନ୍ତ୍ରୀ : ନିରଞ୍ଜନ

ଭୁବନେଶ୍ୱର : ତିତଲି ବାତ୍ୟା ଓ ବନ୍ୟାରେ ୧୬ଟି ଜିଲାର ପ୍ରାୟ ୬୦ ଲକ୍ଷ ଲୋକ କ୍ଷତିଗ୍ରସ୍ତ ହୋଇଛନ୍ତି। ଏଯାବତ ପ୍ରାୟ ୩୦ରୁ ଅଧିକ ମୃତ୍ୟୁବରଣ କରିଥିବାର ଖବର ଆସିଛି। ଅଥଚ ରାଜ୍ୟ ସରକାର ଜିରୋ କାଜୁଆଲିଟି ଅବା ଶୂନ୍ୟ ମୃତାହତ ନେଇ ମିଥ୍ୟା ପ୍ରଚାର ଚଳାଇଛନ୍ତି ବୋଲି ପିସିସି ଅଧ୍ୟକ୍ଷ ନିରଞ୍ଜନ ପଟ୍ଟନାୟକ କହିଛନ୍ତି। ସୋମବାର ବାତ୍ୟା ପ୍ରଭାବିତ ଗଞ୍ଜାମ ଓ ଗଜପତି ଜିଲା ଗସ୍ତରୁ ଫେରିବା ପରେ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଗଜପତି ଜିଲା ରାୟଗଡା ବ୍ଲକର ବାରଘର ଗ୍ରାମରେ ପ୍ରବଳ ବାତ୍ୟା ଓ ବର୍ଷା ପ୍ରଭାବରେ ପାହାଡ ଧସିଯିବାରୁ ୧୮ ଜଣ ଗ୍ରାମବାସୀ ମୃତ୍ୟୁବରଣ କରିଥିବା ବେଳେ ଏପର୍ଯ୍ୟନ୍ତ ୧୬ ଜଣଙ୍କ ମୃତଦେହ ଉଦ୍ଧାର ହେଲାଣି। ଏ ଘଟଣାକୁ ରାଜ୍ୟ ସରକାର ୩ଦିନ ଧରି ଲୁଚାଇ ରଖିବା ପରେ ଗଣମାଧ୍ୟମ ଜରିଆରେ ଲୋକେ ସତ ଜାଣିବାକୁ ପାଇଲେ। ସତ୍ୟ ଲୋକଲୋଚନକୁ ଆସିବା ପରେ ମଧ୍ୟ ବିଭିନ୍ନ ଆଳ ଦେଖାଇ ନିଜ ଦୋଷ ଲୁଚାଇବାକୁ ପ୍ରଶାସନ ପକ୍ଷରୁ ଯେଭଳି ହୀନ ଉଦ୍ୟମ କରାଗଲା ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। ସରକାର ଯଦି ଜିରୋ କାଜୁଆଲିଟି ପ୍ରଚାର ଛାଡ଼ି ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର ପାଇଁ ପଦକ୍ଷେପ ନେଇଥାନ୍ତା ତେବେ ଗଜପତି ଜିଲାର ୧୮ଜଣ ନିରୀହ ଆଦିବାସୀଙ୍କ ଜୀବନ ରକ୍ଷା ହୋଇପାରି ଥାନ୍ତା। ପ୍ରଶାସନିକ ଅପାରଗତା ଯୋଗୁଁ ଏତେ ସଂଖ୍ୟକ ଲୋକ ମୃତ୍ୟୁବରଣ କଲେ ବୋଲି ନବୀନଙ୍କୁ ସିଧାସଳଖ ଦାୟୀ କରିଛନ୍ତି ନିରଞ୍ଜନ। ସୋମବାର ଦିନ ପିସିସି ସଭାପତି ବାତ୍ୟା, ବନ୍ୟାରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ଗଜପତି ଓ ଗଞ୍ଜାମ ଜିଲା ଗସ୍ତ କରିଛନ୍ତି।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories