www.samajalive.in
Monday, December 15, 2025
15.1 C
Bhubaneswar

ଅଙ୍ଗନବାଡ଼ି କେନ୍ଦ୍ରରେ ଜାତୀୟ ପତାକାକୁ ଅସମ୍ମାନ: ନୋଟିସ ଜାରିକଲେ ସିଡିପିଓ

ନିମାପଡ଼ା : ସ୍ୱାଧୀନତା ଦିବସରେ ଜାତୀୟ ପତକାକୁ ଅସମ୍ମାନ କରିବା ଅଭିଯୋଗରେ ଜନୈକା ଅଙ୍ଗନବାଡି କର୍ମୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଡିଓ ଡ. ଅଭିଜିତ୍ ଷଡଙ୍ଗୀ ପ୍ରକାଶ କରିଛନ୍ତି। ନିମାପଡା ବ୍ଲକ ମିଟେଇପୁର ପଞ୍ଚାୟତ ଅନ୍ତର୍ଗତ ତୋଟାସାହି ଗ୍ରାମରେ ଥିବା ଅଙ୍ଗନବାଡି କେନ୍ଦ୍ରର ନିଜସ୍ୱ ଗୃହ ନଥିବା ବେଳେ ଗାଁ କୋଠଘରେ ଏହି କେନ୍ଦ୍ର ଚାଲୁଛି। ଅଗଷ୍ଟ ୧୫ରେ ଉକ୍ତ ଅଙ୍ଗନବାଡି କେନ୍ଦ୍ରର କର୍ମୀ ମମତା ମୁଦୁଲି ବିଳମ୍ବରେ ଆସି ଅଙ୍ଗନବାଡି କେନ୍ଦ୍ରରେ ଜାତୀୟ ପତକା ଉତ୍ତୋଳନ କରିବା ସହିତ ସମୟ ପୂର୍ବରୁ ଅର୍ଥାତ ଦିନ ପ୍ରାୟ ୧୨ଟା ୪୫ରେ ପତାକାକୁ ଅବତରଣ କରି ପଳାଇଥିଲେ। ଏହାକୁ ଦେଖି ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ଏସମ୍ପର୍କରେ ବିଡିଓଙ୍କ ନିକଟରେ ଗ୍ରାମର କିଛି ଲୋକ ଅଭିଯୋଗ କରିବାରୁ ଘଟଣାର ତଦନ୍ତ ପାଇଁ ସେ ସିଡିପିଓଙ୍କୁ ନିର୍ଦେଶ ଦେଇଥିଲେ। ସିଡିପିଓ ମାଧବୀ ମହାପାତ୍ର ସମ୍ପୃକ୍ତ ଅଙ୍ଗନବାଡି କର୍ମୀଙ୍କୁ କାରଣ ଦର୍ଶା ନୋଟିସ ଜାରି କରିଥିବା କହିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories