ସାମ୍ବାଦିକଙ୍କ ଗୋଡ଼ରେ ବେଡି ପଡ଼ିବା ଘଟଣା: ଆଜି ନୀଳଗିରି ବନ୍ଦ

ନୀଳଗିରି: ବାଲେଶ୍ୱର ଜିଲାଟ୍ଟ ନୀଳଗିରି ଅଞ୍ଚଳର ସାମ୍ବାଦିକ ଲୋକନାଥ ଦଳେଇଙ୍କ ପ୍ରତି ପୁଲିସ ପକ୍ଷରୁ କରାଯାଇଥିବା ଅମାନୁଷିକ ଅତ୍ୟାଚାର ଘଟଣାରେ ଆଜି ନୀଳଗିରି ବନ୍ଦ ଡାକରା ଦିଆଯାଇଛି । କେବଳ ଶିକ୍ଷାନୁଷ୍ଠାନ ଓ ଜରୁରୀକାଳୀନ ସେବାକୁ ଛାଡ଼ି ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ, କୋର୍ଟ କଚେରୀ, ଯାନବାହାନ, ଦୋକାନ ବଜାର ପ୍ରଭୃତି ବନ୍ଦ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ଗତ ରବିବାର ସ୍ଥାନୀୟ ପରିଷଦ କଲ୍ୟାଣ ମଣ୍ଡପଠାରେ ଆୟୋଜିତ ସର୍ବଦଳୀୟ ବୈଠକ ନିଷ୍ପତି ଅନୁସାରେ ସୋମବାର କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ନୀଳଗିରି ଉପଜିଲାପାଳ ଦୀପ୍ତିରଞ୍ଜନ ସେଠୀଙ୍କୁ ସାକ୍ଷାତ କରାଯାଇ ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ, ୫ଟି ସଚିବ, ଡିଜିପି ପ୍ରମୁଖଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଥିଲା ।

prayash

ଗୁରୁତର ତଥା ପୀଡ଼ିତ ସାମ୍ବାଦିକଙ୍କ ପରିବାରକୁ ୧୦ଲକ୍ଷ ଟଙ୍କାର କ୍ଷତିପୂରଣ, ସାମ୍ବାଦିକ ଶ୍ରୀ ଦଳେଇଙ୍କ ଉପରେ ହୋଇଥିବା ମିଥ୍ୟା ମାମଲା ପ୍ରତ୍ୟାହାର, ଅଭିଯୁକ୍ତ ଆଇଆଇସି ଦ୍ରୌପଦୀ ଦାସ ଓ ସବଇନ୍ସପେକ୍ଟର ସୁବର୍ଣ୍ଣ ବେହେରାଙ୍କୁ ନିଲମ୍ବିତ କରାଯିବା ସହ ସେମାନଙ୍କ ବିରୋଧରେ ଅପରାଧୀକ ମାମଲା ରୁଜୁ କରାଯାଇ ଗିରଫ କରାଯିବା ଏବଂ ରାଜ୍ୟରେ କର୍ତ୍ତବ୍ୟରତ ସାମ୍ବାଦିକଙ୍କୁ ସୁରକ୍ଷା ଯୋଗାଇବା ତଥା ସେମାନଙ୍କ ବିରୋଧରେ ଆଗତ ହେଉଥିବା ମିଥ୍ୟା ମାମଲାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବା ପ୍ରଭୃତି ଦାବି ରଖାଯାଇଛି । ଦାବି ପୂରଣ ନହେଲେ ପରବର୍ତ୍ତୀ ସମୟରେ ଏହି ଆନ୍ଦୋଳନ ଅବ୍ୟାହତ ରହିବା ସହ ସେରଗଡ଼ସ୍ଥିତ ଜାତୀୟ ରାଜପଥ ଉପରେ ମଧ୍ୟ ରାସ୍ତାରୋକ କରାଯିବାର ନିଷ୍ପତ୍ତି ହୋଇଛି । ସେପଟେ ସାମ୍ବାଦିକ ଶ୍ରୀ ଦଳେଇଙ୍କ ଉପରେ ନୀଳଗିରି ପୁଲିସ କରିଥିବା ମିଥ୍ୟା ମାମଲାରେ ମାନ୍ୟବର ଅଦାଲତ ତାଙ୍କୁ ଜାମିନ ଦେଇଛନ୍ତି । ଏନେଇ ମଙ୍ଗଳବାର ସ୍ଥାନୀୟ ସୂଚନା ଓ ଲୋକସମ୍ପର୍କ ବିଭାଗ କାର୍ଯ୍ୟାଳୟରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ସାମ୍ବାଦିକ ଭଗବାନ ମହଲ, ଜଗନ୍ନାଥ ପାତ୍ର, ବ୍ରଜ ପାଣି, ରାମଚନ୍ଦ୍ର ମହଲ, ପ୍ରଫୁଲ ମହାନ୍ତି, ବିଶ୍ୱମ୍ବର ଦାସ, ବ୍ରହ୍ମାନନ୍ଦ ସ୍ୱାଇଁ, ସିଲୁ ବାରିକ, ସମରେନ୍ଦ୍ର ବାରିକ, ନିହାର ଜେନା, ଚିନ୍ମୟ ସାହୁ, ସୁକାନ୍ତ ଦାସ, ଅତୁଲ ସ, ଖଗେନ୍ଦ୍ର ପ୍ରମାଣିକ ପ୍ରମୁଖ ସାମିଲ ଥିଲେ ।

kalyan agarbati

Comments are closed.