ଶତାୟୁ ସ୍ୱାଧୀନତା ସଂଗ୍ରାମୀଙ୍କ ପରଲୋକ

ନୀଳଗିରି: ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଜାମୁଡ଼ିହା ପଞ୍ଚାୟତ ଅଧୀନ ଗୋଡ଼ିଶୋଳ ଗାଁର ଶତାୟୁ ସ୍ୱାଧୀନତା ସଂଗ୍ରାମୀ ସୁନାରାମ ସିଂ(୧୦୧)ଙ୍କ ପରଲୋକ ହୋଇଯାଇଛି। ଶତାୟୁ ସ୍ୱାଧୀନତା ସଂଗ୍ରାମୀ ସୁନାରାମ ସିଂ ୧୯୪୨ମସିହାରେ ଭାରତଛାଡ଼ ଆନ୍ଦୋଳନ, ଗଡ଼ଜାତ ଆନ୍ଦୋଳନ ପ୍ରଭୃତିରେ ସାମିଲ ହୋଇଥିଲେ । ଏପରିକି ରାଜାଶାସନ ଓ ବ୍ରିଟିଶ ଶାସନ ବିରୋଧରେ ସଂଗ୍ରାମ କରି ସେ ନୀଳଗିରି ଜେଲରେ ୧୫ଦିନ, ବାଲେଶ୍ୱର ଜେଲରେ ୩ଦିନ ଏବଂ ବିହାର ଜେଲରେ ୨୧ଦିନ କାରାଦଣ୍ଡ ଭୋଗିଥିଲେ। ଜେଲ ଭିତରେ ଥାଇ ସଂଗ୍ରାମ ଜାରି ରଖିଥିବା ଯୋଗୁ ତାଙ୍କୁ ବ୍ରିଟିଶ ସରକାର ବାଧ୍ୟ ହୋଇ ଜେଲରୁ ବହିଷ୍କାର କରିଥିଲା। ଶତାୟୁ ସ୍ୱାଧୀନତା ସଂଗ୍ରାମୀ ସୁନାରାମ ସିଂ ମୃତ୍ୟୁରେ ଅଞ୍ଚଳରେ ଗଭୀର ଶୋକ ପ୍ରକାଶ ପାଇଛି। ସ୍ଥାନୀୟ ଅଞ୍ଚଳର ବହୁ ବିଶିଷ୍ଟ ବ୍ୟକ୍ତି ଏବଂ ଜନ ସାଧାରଣ ଶତାୟୁ ସ୍ୱାଧୀନତା ସଂଗ୍ରାମୀ ସୁନାରାମ ସିଂଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।

Comments are closed.