ନୀଳଗିରି : ବାଲେଶ୍ବର ଜିଲା ନୀଳଗିରି ପଣ୍ଡୁଆ ୟୁଜିଏମଇ ସ୍କୁଲରେ ଜଣେ ଛତ୍ରୀଙ୍କୁ ଆଘାତ ଦେଇଥିବା ଅଭିଯୋଗରେ ସମ୍ପୃକ୍ତ ଶିକ୍ଷକକୁ ଶନିବାର ନିଲମ୍ବିତ କରାଯାଇଛି। ସମ୍ପୃକ୍ତ ଶିକ୍ଷକ ଜଣଙ୍କ ହେଲେ ପଣ୍ଡୁଆ ୟୁଜିଏମଇ ସ୍କୁଲର ସୁଦାମ ଚରଣ ସେଠୀ।
ସୂଚନା ଅନୁଯାୟୀ, ପଣ୍ଡୁଆ ୟୁଜିଏମଇ ସ୍କୁଲରେ ଜଣେ ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କ ସୁଦାମ ଚରଣ ତଣ୍ଟିକୁ ଓଢଣୀରେ ଟାଣି ଦେଇଥିଲେ। ତେବେ ଏନେଇ ଛାତ୍ରୀଙ୍କ ବାପା ଗତ ୩୦ ତାରିଖରେ ଔପଦା ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗପରେ ନୀଳଗିରି ବିଇଓ ବିଜୟ ଗିରି ସମ୍ପୃକ୍ତ ଶିକ୍ଷକ ସୁଦାମ ଚରଣ ସେଠୀଙ୍କୁ ନିଲମ୍ବିତ କରିଛିନ୍ତି ।



